କେନ୍ଦ୍ର ନେଉନି: ବାହାରକୁ ଚାଉଳ ରପ୍ତାନି ଯୋଜନା

ଭୁବନେଶ୍ୱର,୮ା୩(ବ୍ୟୁରୋ):ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଛି। ବଳକା ଚାଉଳ କେନ୍ଦ୍ର ସରକାର ନେଉନାହାନ୍ତି। ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଳକା ଚାଉଳ କିଣିବାକୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁବାର ଅନୁରୋଧ କରିବା ପରେ ମଧ୍ୟ ରାଜ୍ୟରୁ ବଳକା ଧାନ ଉଠିପାରୁ ନାହିଁ। ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଭାରତୀୟ ଖାଦ୍ୟ ନିଗମ ବଳକା ଚାଉଳ ନେବାକୁ ମନା କରିବା ପରେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଅନ୍ୟ ରାଜ୍ୟ ଓ ବାହାର ଦେଶକୁ ଚାଉଳ ରପ୍ତାନି କରିବାକୁ ଯୋଜନା ଆରମ୍ଭ କରିଛନ୍ତି।
ଏ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରୁ ଅଣ-ବାସମତୀ ଚାଉଳ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଅଣ-ବାସମତୀ ସୁଗନ୍ଧଯୁକ୍ତ ଚାଉଳ ପାଇଁ ଧାନ ଚାଷ ନିମନ୍ତେ କ୍ଲଷ୍ଟର ପଦ୍ଧତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୃଷକମାନଙ୍କୁ ଆବଶ୍ୟକ ବିହନ ଓ କୃଷି କୌଶଳ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ଚାଉଳ ରପ୍ତାନି ପ୍ରକ୍ରିୟା ସହ ସମ୍ପୃକ୍ତ ସଂସ୍ଥାଗୁଡିକୁ ନେଇ ଏକ ବିଶେଷଜ୍ଞ ଟିମ୍‌ ଗଠନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରରେ ଚାଉଳ ରପ୍ତାନି ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଅଧ୍ୟୟନ କରି ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟଦ୍ରବ୍ୟ ରପ୍ତାନି କର୍ତ୍ତୃପକ୍ଷ (ଆପେଡା), କୃଷି ବୈଜ୍ଞାନିକ, ଚାଉଳ ରପ୍ତାନିକାରୀ ସଂଘର ପ୍ରତିନିଧି ପ୍ରମୁଖ ଯୋଗଦେଇ ରାଜ୍ୟରୁ ଚାଉଳ ରପ୍ତାନି ବୃଦ୍ଧି ସଂକ୍ରାନ୍ତରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଚାଉଳ ରପ୍ତାନି ନିମନ୍ତେ ରାଜ୍ୟରେ
ଥିବା ବନ୍ଦର ଓ ଭିତ୍ତିଭୂମି ଆଦିକୁ ବିଚାର କରି ଅଣ-ବାସମତୀ ଚାଉଳ ରପ୍ତାନି ନିମନ୍ତେ ଏକ ବାତାବରଣ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରୁ ଚାଉଳ ରପ୍ତାନିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆପେଡା କର୍ତ୍ତୃପକ୍ଷ ଓ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ମିଳିତଭାବେ କୃଷକ ସଂଘ, ରପ୍ତାନିକାରୀ ସଂସ୍ଥା ଏବଂ କୃଷି ବିଭାଗ ଅଧିକାରୀଙ୍କୁ ସାମିଲ କରି କ୍ଷେତ୍ରସ୍ତରରେ ଆଲୋଚନା ଓ କୃଷକ ଶିବିରମାନ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରପ୍ତାନି ବୃଦ୍ଧି ନିମନ୍ତେ ଆବଶ୍ୟକ ପରୀକ୍ଷାଗାର ଶୃଙ୍ଖଳ, ଭଣ୍ଡାର, ଚାଷୀମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖାଦ୍ୟାଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ଏବଂ କୃଷକଙ୍କ ପାଇଁ ସହଜ ଓ ନିର୍ଭରଯୋଗ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ଆଦି ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଆପେଡା ନିର୍ଦ୍ଦେଶକ ଡ. ଅଙ୍ଗୁମୁଥୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, କୃଷି ନିର୍ଦ୍ଦେଶକ ଡ. ମୁଥୁ କୁମାର, ଚାଉଳ ରପ୍ତାନିକାରୀ ସଂଘ ସଭାପତି ଭି.ଭି.ରାଓଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀମାନେ ଆଲୋଚନାଚକ୍ରରେ ଯୋଗ ଦେଇ ରପ୍ତାନି ନେଇ ନିଜର ମତ ଉପସ୍ଥାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬-୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧୪.୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ ମାତ୍ର ୭୫.୮୭ ଲକ୍ଷ ଟନ୍‌ ଚାଉଳ ଉଠାଇଛି। ୨୦୧୬-୧୭ରେ ରାଜ୍ୟରେ ୩୬.୭୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ୧୬.୦୮ ଟନ୍‌, ୨୦୧୭-୧୮ରେ ୩୩.୨୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳରୁ ୧୨.୩୯ ଲକ୍ଷ, ୨୦୧୮-୧୯ରେ ଉତ୍ପାଦିତ ହୋଇଥିବା ୪୪.୩୩ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୭୪ ଲକ୍ଷ , ୨୦୧୯-୨୦ରେ ଉତ୍ପାଦିିତ ୪୭.୭୮ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୧୬ ଲକ୍ଷ ଏବଂ ୨୦୨୦-୨୧ରେ ୫୨.୩୫ ଲକ୍ଷରୁ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri