କେନ୍ଦ୍ର ନେଉନି: ବାହାରକୁ ଚାଉଳ ରପ୍ତାନି ଯୋଜନା

ଭୁବନେଶ୍ୱର,୮ା୩(ବ୍ୟୁରୋ):ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଛି। ବଳକା ଚାଉଳ କେନ୍ଦ୍ର ସରକାର ନେଉନାହାନ୍ତି। ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଳକା ଚାଉଳ କିଣିବାକୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁବାର ଅନୁରୋଧ କରିବା ପରେ ମଧ୍ୟ ରାଜ୍ୟରୁ ବଳକା ଧାନ ଉଠିପାରୁ ନାହିଁ। ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଭାରତୀୟ ଖାଦ୍ୟ ନିଗମ ବଳକା ଚାଉଳ ନେବାକୁ ମନା କରିବା ପରେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଅନ୍ୟ ରାଜ୍ୟ ଓ ବାହାର ଦେଶକୁ ଚାଉଳ ରପ୍ତାନି କରିବାକୁ ଯୋଜନା ଆରମ୍ଭ କରିଛନ୍ତି।
ଏ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରୁ ଅଣ-ବାସମତୀ ଚାଉଳ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଅଣ-ବାସମତୀ ସୁଗନ୍ଧଯୁକ୍ତ ଚାଉଳ ପାଇଁ ଧାନ ଚାଷ ନିମନ୍ତେ କ୍ଲଷ୍ଟର ପଦ୍ଧତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୃଷକମାନଙ୍କୁ ଆବଶ୍ୟକ ବିହନ ଓ କୃଷି କୌଶଳ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ଚାଉଳ ରପ୍ତାନି ପ୍ରକ୍ରିୟା ସହ ସମ୍ପୃକ୍ତ ସଂସ୍ଥାଗୁଡିକୁ ନେଇ ଏକ ବିଶେଷଜ୍ଞ ଟିମ୍‌ ଗଠନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରରେ ଚାଉଳ ରପ୍ତାନି ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଅଧ୍ୟୟନ କରି ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟଦ୍ରବ୍ୟ ରପ୍ତାନି କର୍ତ୍ତୃପକ୍ଷ (ଆପେଡା), କୃଷି ବୈଜ୍ଞାନିକ, ଚାଉଳ ରପ୍ତାନିକାରୀ ସଂଘର ପ୍ରତିନିଧି ପ୍ରମୁଖ ଯୋଗଦେଇ ରାଜ୍ୟରୁ ଚାଉଳ ରପ୍ତାନି ବୃଦ୍ଧି ସଂକ୍ରାନ୍ତରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଚାଉଳ ରପ୍ତାନି ନିମନ୍ତେ ରାଜ୍ୟରେ
ଥିବା ବନ୍ଦର ଓ ଭିତ୍ତିଭୂମି ଆଦିକୁ ବିଚାର କରି ଅଣ-ବାସମତୀ ଚାଉଳ ରପ୍ତାନି ନିମନ୍ତେ ଏକ ବାତାବରଣ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରୁ ଚାଉଳ ରପ୍ତାନିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆପେଡା କର୍ତ୍ତୃପକ୍ଷ ଓ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ମିଳିତଭାବେ କୃଷକ ସଂଘ, ରପ୍ତାନିକାରୀ ସଂସ୍ଥା ଏବଂ କୃଷି ବିଭାଗ ଅଧିକାରୀଙ୍କୁ ସାମିଲ କରି କ୍ଷେତ୍ରସ୍ତରରେ ଆଲୋଚନା ଓ କୃଷକ ଶିବିରମାନ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରପ୍ତାନି ବୃଦ୍ଧି ନିମନ୍ତେ ଆବଶ୍ୟକ ପରୀକ୍ଷାଗାର ଶୃଙ୍ଖଳ, ଭଣ୍ଡାର, ଚାଷୀମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖାଦ୍ୟାଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ଏବଂ କୃଷକଙ୍କ ପାଇଁ ସହଜ ଓ ନିର୍ଭରଯୋଗ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ଆଦି ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଆପେଡା ନିର୍ଦ୍ଦେଶକ ଡ. ଅଙ୍ଗୁମୁଥୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, କୃଷି ନିର୍ଦ୍ଦେଶକ ଡ. ମୁଥୁ କୁମାର, ଚାଉଳ ରପ୍ତାନିକାରୀ ସଂଘ ସଭାପତି ଭି.ଭି.ରାଓଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀମାନେ ଆଲୋଚନାଚକ୍ରରେ ଯୋଗ ଦେଇ ରପ୍ତାନି ନେଇ ନିଜର ମତ ଉପସ୍ଥାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬-୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧୪.୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ ମାତ୍ର ୭୫.୮୭ ଲକ୍ଷ ଟନ୍‌ ଚାଉଳ ଉଠାଇଛି। ୨୦୧୬-୧୭ରେ ରାଜ୍ୟରେ ୩୬.୭୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ୧୬.୦୮ ଟନ୍‌, ୨୦୧୭-୧୮ରେ ୩୩.୨୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳରୁ ୧୨.୩୯ ଲକ୍ଷ, ୨୦୧୮-୧୯ରେ ଉତ୍ପାଦିତ ହୋଇଥିବା ୪୪.୩୩ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୭୪ ଲକ୍ଷ , ୨୦୧୯-୨୦ରେ ଉତ୍ପାଦିିତ ୪୭.୭୮ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୧୬ ଲକ୍ଷ ଏବଂ ୨୦୨୦-୨୧ରେ ୫୨.୩୫ ଲକ୍ଷରୁ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ...

ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା।...

ଶନିବାର ମାଘବୁଡ଼: ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଚଳଚଞ୍ଚଳ କୋଣାର୍କ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କୋଣାର୍କ,୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ଲାଗି ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ପ୍ରାତଃରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ...

ନୂଆ ରୂପ ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ, ୧୨।୨(ଡି.ଏନ.ଏ.)-ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର...

ଲଳିତକଳା ଏକାଡେମୀରେ ସ୍ଥାନ ପାଇଲା ୧୭ ଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହ ଅବସରରେ ଓଡ଼ିଶାର ଦିବଂଗତ ୧୭ଜଣ ଚିତ୍ରଶିଳ୍ପୀତ୍ରୁ ଶ୍ରଦ୍ଧାଞ୍ଜଳି...

ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା...

ଅଟକାଇବାରୁ ଦଳିଦେଲା ଟ୍ରକ

ଚଣ୍ଡିଖୋଲ,୮ା୧୦(ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକଠାରେ ଶୁକ୍ରବାର ରାତିରେ ଟ୍ରକ୍‌ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରିପଦା ଅଞ୍ଚଳର ସଞ୍ଜୟ କୁମାର...

ଜଗନମୋହନଙ୍କ ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମର୍ଥନ: କହିଲେ ଏହା ‘ଐତିହାସିକ’; ଓଡ଼ିଶାରେ ଅତିକମ୍‌ରେ ୩ ଜଣଙ୍କୁ କରାଯାଉ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏ ନେଇ ସେ ଶୁକ୍ରବାର ଘୋଷଣା କରିବା ପରେ ଦେଶ ତଥା...

Advertisement
Archives

Model This Week