ବାଲ୍ୟବିବାହ ପ୍ରଥା ରୋକିବାକୁ ପ୍ରଭାସିନୀଙ୍କ ପ୍ରୟାସ

ପାଠପଢ଼ାରେ ସେ ପାରଙ୍ଗମ ଥିଲେ। ଶ୍ରେଣୀରେ ପ୍ରଥମ ବି ହେଉଥିଲେ। କିନ୍ତୁ ମାତାପିତାଙ୍କ ଭିନ୍ନ ମାନସିକତା ଯୋଗୁ ତାଙ୍କୁ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଘର ଲୋକେ ତାଙ୍କର ବିବାହ କରିଦେଲେ। ହେଲେ ପାଠପଢ଼ିବା ପାଇଁ ତାଙ୍କ ମନରେ ଥିବା ଅଦମ୍ୟ ଇଚ୍ଛା କମି ନ ଥିଲା। ବାହାଘର ଓ ପିଲାଛୁଆ ହେବା ପରେ ବି ତାଙ୍କର ସେହି ମନୋବଳ ଦୃଢ଼ ରହିଥିଲା। ତେଣୁ ସେ ପୁଣି ପାଠପଢ଼ା ଆରମ୍ଭ କଲେ, ଆଉ ଉଚ୍ଚ ଶିକ୍ଷିତ ମଧ୍ୟ ହେଲେ। ବାଲ୍ୟାବସ୍ଥାରେ ନିଜେ ପାଠପଢ଼ାରୁ ବଞ୍ଚତ୍ତ ହେବା ସହିତ ବାଲ୍ୟ ବିବାହ ପରି ସାମାଜିକ କୁପ୍ରଥାର ଶିକାର ହୋଇଥିବାରୁ ଏହାକୁ ରୋକିବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ପ୍ରଭାସିନୀ।

କନ୍ଧମାଳର ଝିଅ ହେଉଛନ୍ତି ପ୍ରଭାସିନୀ ନାୟକ। ୮ ଭଉଣୀ ଭାଇ ମଧ୍ୟରେ ସେ ସପ୍ତମ। ପିଲାଟିବେଳୁ ମେଧାବୀ ଥିଲେ। ହେଲେ ଘରର ଆର୍ଥତ୍କ ସ୍ଥିତି ତାଙ୍କ ପାଠପଢ଼ାରେ ବାଧକ ସାଜିଥିଲା। ମାତ୍ର ପାଠ ପଢ଼ିବାକୁ ତାଙ୍କର ଏତେ ଇଚ୍ଛାଶକ୍ତି ଥିଲା ଯେ, ସେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ଲାଗି ଆବଶ୍ୟକ ପଡ଼ିଥିବା ୨୫ ଟଙ୍କା ପାଇଁ ପ୍ରଭାସିନୀ ମୂଲ ଲାଗିଥିଲେ। ଏହାପରେ ସେ ବୋର୍ଡିଂରେ ରହି ପାଠ ପଢ଼ିଥିଲେ। କିନ୍ତୁ ମା’ ବାପା ଅଶିକ୍ଷିତ ଥିବାରୁ ପାଠପଢ଼ାର ମୂଲ୍ୟ ବୁଝି ନ ଥିଲେ। ଆଉ ଝିଅପିଲା, ଅଧିକ ପଢ଼ିଲେ ବିପଦ ବୋଲି ମନେକରୁଥିଲେ। ତେଣୁ ଦଶମ ଶ୍ରେଣୀରେ ପଢୁଥିବାବେଳେ ହିଁ ତାଙ୍କର ବିବାହ କରିଦେଲେ। ବିବାହ ନ କରି ପାଠପଢ଼ିବେ ବୋଲି ଯେତେ ବୁଝାଇଥିଲେ ମଧ୍ୟ ପରିବାର ଲୋକେ କିଛି ଶୁଣି ନ ଥିଲେ। ୧୮ବର୍ଷ ବୟସ ପୂର୍ବରୁ ସେ ପିଲାର ମା’ ହୋଇଥିଲେ। ତେବେ ବାହାଘରର ୯ ବର୍ଷ ପରେ ପିଲାମାନେ ଟିକେ ବଡ଼ ହେବାରୁ ସେ ପୁଣି ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କଲେ। ଏଥିପାଇଁ ସ୍ବାମୀଙ୍କ ସହଯୋଗ ମିଳିଲା। ଭୁବନେଶ୍ୱର ୟୁନିଟ୍‌-୨ ସରକାରୀ ସ୍କୁଲରେ ନାମ ଲେଖାଇ ଖୁବ୍‌ କମ୍‌ ଦିନରେ ଦଶମ ପରୀକ୍ଷା ଦେଲେ ଓ ଭଲ ରେଜଲ୍ଟ ମଧ୍ୟ କଲେ। ଏତେ କମ୍‌ ସମୟରେ ପାଠ ପଢ଼ି ସଫଳତା ପାଇଥିବାରୁ ସ୍ତ୍ରୀଙ୍କୁ ଅଧିକ ପଢ଼ାଇବା ପାଇଁ ସ୍ବାମୀଙ୍କ ଇଚ୍ଛା ବଢ଼ିଯାଇଥିଲା। ପରେ ସେ ମହର୍ଷି କଲେଜରୁ ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇ ଏକ ଘରୋଇ କଲେଜରେ ହୋଟେଲ ମ୍ୟାନେଜମେଣ୍ଟ ଶେଷ କଲେ। ଏବେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି। ତେବେ ନିଜ ଚାକିରି ଜୀବନ, ପରିବାର ସମ୍ଭାଳିବା ସହିତ ସେ ସମାଜ ସେବାରେ ନିଜକୁ ସାମିଲ କରିଛନ୍ତି। ଏପରି କି ନିଜ ରୋଜଗାରରୁ କିଛି ଅଂଶ ସେ ଗରିବ, ଅସହାୟ ପିଲାଙ୍କ ପାଠପଢ଼ାରେ ଲଗାଇଥାନ୍ତି। କରୋନା ଓ ଲକ୍‌ଡାଉନ୍‌ ସମୟରେ ପିଲାମାନେ ସ୍କୁଲ ଯାଇପାରୁ ନ ଥିବାରୁ ପ୍ରଭାସିନୀ କେତେଜଣ ପିଲାଙ୍କ ଘରକୁ ଯାଇ ପାଠପଢ଼ାଉଥିଲେ। ଖାଲି ସେତିକି ନୁହେଁ, ମହିଳାଙ୍କ ସୁରକ୍ଷା ପାଇଁ ସେ କାମ କରୁଛନ୍ତି। ବାଲ୍ୟବିବାହ ଭଳି କୁପ୍ରଥାକୁ ଲୋପ କରିବା ପାଇଁ ସେ ନିଜ ଲକ୍ଷ୍ୟକୁ ଆହୁରି ଶାଣିତ କରିଛନ୍ତି। ଏଥିପାଇଁ ପ୍ରଭାସିନୀ କେତେଜଣ ମହିଳାଙ୍କୁ ନେଇ ଏକ କମିଟି ଗଠନ କରି ଲୋକଙ୍କୁ ସଚେତନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯ରେ ଆରମ୍ଭ ହୋଇଥିବା ‘ଜଳସାଥୀ’ ଅଭିଯାନରେ ସାମିଲ ହୋଇ ଘର ଘର ବୁଲି ପାଣି ବିଲ୍‌ ଆଦାୟ କରିବା ସହ ଜଳର ଗୁଣବତ୍ତା ପରୀକ୍ଷା ଓ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ବାଣ୍ଟୁଛନ୍ତି। ଏ ସମ୍ପର୍କରେ ପ୍ରଭାସିନୀ କହିଛନ୍ତି, ମୋ ସ୍ବାମୀଙ୍କ ସହଯୋଗ ଥିବାରୁ ମୁଁ ଆଗକୁ ପଢ଼ିପାରିଲି ଓ ରୋଜଗାରକ୍ଷମ ହୋଇପାରିଲି। କିନ୍ତୁ ମୋ ଭଳି ଅନେକ ଝିଅ ବାଲ୍ୟବିବାହ କରୁଛନ୍ତି ଓ ଆଗକୁ ବଢ଼ି ପାରୁନାହନ୍ତି। ତେଣୁ ମୋର ସେମାନଙ୍କୁ ଅନୁରୋଧ ନିଜ ପାଇଁ ଏବେ ପାଟି ଫିଟାଇବାର ସମୟ ଆସିଛି। ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମହିଳା କିପରି ସୁରକ୍ଷା ପାଇପାରିବେ ସେ ଦିଗରେ ପ୍ରତ୍ୟେକ ମହିଳା ଚିନ୍ତା କରିବା ଜରୁରୀ।
-ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri