ଶିଶିର ସରସ ମେଳା ଆରମ୍ଭ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ବିଭିନ୍ନ ଆକର୍ଷଣୀୟ ସାମଗ୍ରୀକୁ ନେଇ ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ମଙ୍ଗଳବାରଠାରୁ ଶିଶିର ସରସ ମେଳା ଆରମ୍ଭ ହୋଇଛି। ଏହା ଜାନୁୟାରୀ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ଆୟୋଜିତ ଏହି ଜାତୀୟସ୍ତରୀୟ ମେଳାକୁ ମୁଖ୍ୟମନ୍ତ୍ରୀ…
ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୟୁଏଇ ଫେରନ୍ତା ବୋଲି ଜଣାପଡିଛି। ରାଜ୍ୟରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା…
ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା
ନରସିଂହପୁର,୨୯।୧୨(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଗଁା ରାଜନୀତି ସରଗରମ ହୋଇଥିବାବେଳେ ପ୍ରାର୍ଥୀ ଚୟନକୁ ନେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ବିରୋଧ କରାଯାଇଛି। କଟକ ଜିଲା ନରସିଂହପୁର ବ୍ଲକ ବାସେଳିହତା ଗ୍ରାମରେ କେତେଜଣ ଯୁବକ ବିଧାୟକ ମିଶ୍ରଙ୍କୁ…
ଏକାମ୍ର ପାଇଁ ୧୦୩ କୋଟିର ପ୍ରକଳ୍ପ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଭୁବନେଶ୍ବର ଏକାମ୍ର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ…
୩ ଦିନ କୁହୁଡ଼ି
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଶୀତ ହଠାତ୍ ହ୍ରାସ ପାଇଛି। ରାତ୍ରିର ତାପମାତ୍ରା ୫ରୁ ୧୦ ଡିଗ୍ରୀ ସେଲ୍ସିୟସ ଯାଏ ବଢ଼ିଯାଇଛି। କିନ୍ତୁ କୁହୁଡ଼ି ଆରମ୍ଭ ହୋଇଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି…
ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ
ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ କୁଆଖିଆ ଥାନା ପ୍ରଥମାଖଣ୍ଡ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଅଶୋକ (୨୮)ଗୁରୁତର ହୋଇଥିଲେ। ମଙ୍ଗଳବାର…
ଟ୍ରାଫିକ୍ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ
ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍ଏଫ୍ସି ସୌମ୍ୟରଞ୍ଜନ ପୃଷ୍ଟି ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାର୍ଯ୍ୟରତ ଜଣେ କନ୍ଷ୍ଟେବଳ…
କୁମ୍ଭୀର ଗଣନା: ୨ରୁ ଭିତରକନିକା ବନ୍ଦ
କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୯।୧୨(ଡି.ଏନ.ଏ.): ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଜାନୁୟାରୀ ୨ରୁ ୧୧ ତାରିଖ ୧୦ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ରାଜନଗର ଡିଏଫ୍ଓ ଡ. ଯଜ୍ଞଦତ୍ତ ପତିଙ୍କ ସୂଚନା ମୁତାବକ, ଜାନୁୟାରୀ ୪ ଓ…
ମିସେସ୍ ୱାଲର୍ଡ ପ୍ରତିଯୋଗିତାରେ ରାଜଗାଙ୍ଗପୁରର ନବଦୀପ
ରାଜଗାଙ୍ଗପୁର, ୨୯ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ବୋହୂ ନବଦୀପ କୌର (୩୨) ମିସେସ୍ ଓ୍ବାଲର୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୯ରେ ଆମେରିକାର ଲାସ୍ଭେଗାସଠାରେ ଏହି ପ୍ରତିଯୋଗିତା ହେବ। ସେ ଏଥିରେ ଭାରତ ପକ୍ଷରୁ ଭାଗ…
୨୦୦୭ ପୂର୍ବରୁ ଜନ୍ମିତ ପିଲାଙ୍କୁ ମିଳିବ ଟିକା
ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ରାଜ୍ୟରେ ଏବେ କିଶୋରଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ୧୫ରୁ ୧୮ ବର୍ଷ ବର୍ଗ ବୟସ ମଧ୍ୟରେ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି।…
ମୋ ସରକାର ଲକ୍ଷ୍ୟ ନିରନ୍ତର ସେବା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ। ମଙ୍ଗଳବାର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ…
ଦିଲ୍ଲୀ ଯାଇ ଭାଜପାରେ ମିଶିଲେ ବିଜେଡି ନେତା, କର୍ମୀ
ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଅନୁଗୋଳ ଜିଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡିର ପୂର୍ବତନ ଜିଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଶାସକ ଦଳର ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସେମାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ…
Archives


