ସ୍ବର୍ଣ୍ଣଚୂଡ ଜଙ୍ଗଲରେ ନିଆଁ

ସଜନାଗଡ଼, ୧୬।୪(ଡି.ଏନ.ଏ.)

ହୁତୁ ହୁତୁ ହୋଇ ଜଳୁଥିଲା ନୀଳଗିରି ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମାତ୍ର ପହଞ୍ଚତ୍ ପାରୁନି ବନବିଭାଗ। ଫଳରେ ଗ୍ରାମବାସୀ ଗରା ଓ ବାଲ୍‌ତି ଧରି ନିଆଁ ଲିଭାଇବାକୁ ପ୍ରୟାସ କରିଛନ୍ତି। ସେହିପରି ଜଙ୍ଗଲରୁ ନିଆଁ ଉଡ଼ି ଆସି ଘର ଜଳିଯିବା ଭୟରେ ଘର ଭିତରୁ ଆସବାବପତ୍ର ବାହାର କରୁଛନ୍ତି ଜଙ୍ଗଲ ପାଖ ବାସିନ୍ଦା।
ଗ୍ରୀଷ୍ମରତୁ ଆଗମନରେ ପତ୍ରଝଡ଼ା ଦେଉଛି ଜଙ୍ଗଲ। କ୍ଳାନ୍ତରୁ ମୁକ୍ତି ପାଇଁ ଏକାଧିକ ଲୋକ ଜଙ୍ଗଲରେ ଥିବା ଗଛମୂଳକୁ ଚାଲିଯାଉଛନ୍ତି। ମାତ୍ର ବିଡ଼ି ଓ ସିଗାରେଟ ଟାଣି ନିଆଁ ଝୁଲକୁ ସେଠାରେ ଫିଙ୍ଗି ଦେଉଛନ୍ତି। ଯାହା କିଛି ସମୟ ମଧ୍ୟରେ ବାନାଗ୍ନି ସୃଷ୍ଟି ହୋଇଯାଉଛି। ଏଭଳି ମନୁଷ୍ୟକୃତ୍‌ ବନାଗ୍ନି ସୃଷ୍ଟି ହୋଇ ଜଙ୍ଗଲ ପୋଡ଼ିଯାଇଛି। ଯାହାକୁ ଦେଖି ଜଙ୍ଗଲ ପାଦଦେଶରେ ରହୁଥିବା ବସ୍ତିବାସିନ୍ଦା ଭୟାତୁର ହୋଇପଡ଼ିଛନ୍ତି। ନିଜକୁ ସୁରକ୍ଷିତ ରଖିବା ପାଇଁ ବାଧ୍ୟହୋଇ ସେମାନେ ହାତରେ ଗରା ଓ ବାଲ୍‌ତି ଧରି ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି। ସେପଟେ ବନବିଭାଗ ପକ୍ଷରୁ ଜଙ୍ଗଲ ପାଦଦେଶ ଅଞ୍ଚଳରେ ସଚେତନତା ତଥା ପାଟ୍ରୋଲିଂ କରାଯାଉ ନ ଥିବାରୁ ଦୁର୍ବୃତ୍ତମାନଙ୍କ ଉପଦ୍ରବ ବୃଦ୍ଧି ପାଇ ଜଙ୍ଗଲ ନଷ୍ଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?