ଝାଞ୍ଜିରୁ ମିଳୁନି ନିସ୍ତାର

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗୁଛି। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ଶିଳ୍ପ ଜିଲା ଢେଙ୍କାନାଳ। ଶୁକ୍ରବାର ଜିଲାର ପାରଦ ୪୧ ଡିଗ୍ରୀ ଟପିଥିବାବେଳେ ସକାଳୁ ଅପରାହ୍ନ ଯାଏ ପ୍ରବାହିତ ଝାଞ୍ଜିରେ ସନ୍ତୁଳି ହୋଇଥିଲେ ଜିଲାବାସୀ।
ଜିଲାରେ ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ। ପୂର୍ବାହ୍ନ ୧୦ଟା ପରେ ଗରମ ପବନ ପ୍ରବାହିତ ହେଉଛି। ଝାଞ୍ଜିରୁ ନିସ୍ତାର ମିଳୁନି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଅପରାହ୍ନ ୪ଯାଏ ବଜାରଘାଟ ଶୂନ୍‌ଶାନ ହୋଇପଡୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରି ଜନସାଧାରଣଙ୍କୁ ସତର୍କ କରାଯାଉଛି। ତଥାପି ପୌର ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ କି ଜଳଛତ୍ର ମଧ୍ୟ ଖୋଲିନାହିଁ। ହାତଗଣତି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବଗୋଷ୍ଠୀ ପକ୍ଷରୁ କେତେକ ସ୍ଥାନରେ ପାଣି, ସରବତ ବଣ୍ଟନ କରାଯାଉଛି। ପଥଚାରୀ, ଯାତ୍ରୀଙ୍କ ଲାଗି ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପିଇବା ପାଣି ସୁବିଧା କରାଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ଲୋ-ଭୋଲ୍‌ଟେଜ୍‌ ଏବଂ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଉପଭୋକ୍ତାଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି, ଯାହା ଏବେ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି। ସେହିପରି ଶୋଷ ମେଣ୍ଟାଇବା ପାଇଁ ଲସି, ଜୁସ୍‌, ଆଖୁରସ, ଆଇସକ୍ରିମ୍‌, ଦହିବରା ଆଳୁଦମ୍‌, ତରଭୁଜ ବ୍ୟବସାୟୀଙ୍କ ପାଖରେ ନାହିଁ ନ ଥିବା ଭିଡ଼ ଜମୁଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ କୁହନ୍ତି, ସୋମବାର ସୁଦ୍ଧା ସହରରେ ଜଳଛତ୍ର ଖୋଲାଯିବା ପାଇଁ ବ୍ୟବସ୍ଥା ହେଉଛି। ଜିଲା ଜରୁରୀ ଓ ଆପାତ୍‌କାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର କୁହନ୍ତି, ତାପମାପକ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରେ ଦୈନିକ ଦୁଇଥର ତାପମାତ୍ରା ମପାଯାଉଛି। ଶୁକ୍ରବାର ଢେଙ୍କାନାଳ ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri