ଅସହ୍ୟ ତାତିରେ କଲବଲ ଅହିରାଜ

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି ସହି ନ ପାରି ଅହିରାଜ ଭଳି ବିଶାଳକାୟ ସରୀସୃପ ଜାତୀୟ ପ୍ରାଣୀ କଲବଲ ହେଉଛନ୍ତି। ଏଭଳି ବିଷଧର ସାପ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେବା ଢେଙ୍କାନାଳ ବନ ବିଭାଗର ଚିନ୍ତା ବଢ଼ାଇଛି।
ଢେଙ୍କାନାଳ ଜିଲାର ଜଳବାୟୁ ଅହିରାଜ ବଂଶ ବୃଦ୍ଧି ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ଢେଙ୍କାନାଳ ଜିଲାର କପିଳାସ ଅଭୟାରଣ୍ୟ ସମେତ ଅନ୍ୟ ସଂରକ୍ଷିତ ଜଙ୍ଗଲରେ ଏମାନଙ୍କ ସଂଖ୍ୟା ଗତ କିଛିବର୍ଷ ହେଲା ଲଗାତର ବଢ଼ିବାରେ ଲାଗିଛି। ଅହିରାଜ ଭଳି ସାପଙ୍କ ବଂଶ ବଢ଼ିବା ଶୁଭସଙ୍କେତ ବୋଲି କୁହାଯାଉଥିଲେ ମଧ୍ୟ ଅସହ୍ୟ ଖରା ସେମାନଙ୍କ ଜୀବନଚକ୍ରକୁ ପ୍ରଭାବିତ କରୁଛି। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଢେଙ୍କାନାଳ ଜିଲାର ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି। ଆଗାମୀ ଦିନରେ ପାରଦ ଆହୁରି ବଢ଼ିବା ସମ୍ଭାବନା ରହିଛି। ତାତି ପ୍ରଭାବରେ ଅଧିକାଂଶ ଜଙ୍ଗଲରେ ଏବେ ଗଛ ପତ୍ରଝଡ଼ା ଦେବା ଆରମ୍ଭ କଲେଣି। ସେହିପରି ବନ୍ୟ ପରିବେଶକୁ ଥଣ୍ଡା ରଖୁଥିବା ଘାସ ଏବଂ ବୁଦୁବୁଦିଆ ଗଛ ଶୁଖିବାରେ ଲାଗିଛି। ସାଧାରଣତଃ ଘାସ ଏବଂ ଘଞ୍ଚ ଜଙ୍ଗଲର ଶୀତଳ ପରିବେଶରେ ଅହିରାଜ, ଅଜଗର ବାସ କରିବାକୁ ଭଲ ପାଆନ୍ତି। ଏପରି କି ମିଳନ ସମୟରେ ସେମାନେ ଏଭଳି ସ୍ଥାନ ଖୋଜିବୁଲନ୍ତି। ଜଙ୍ଗଲରେ ଏଭଳି ପରିବେଶର ଅଭାବ ସେମାନଙ୍କୁ ଜନବସତି ମୁହଁା କରୁଥିବା ସର୍ପ ବିଶେଷଜ୍ଞମାନେ କହିଛନ୍ତି। ଅପରପକ୍ଷେ ଅହିରାଜ ଭଳି ଅତ୍ୟଧିକ ବିଷଯୁକ୍ତ ସାପଙ୍କ ଜନବସତିରେ ଉପସ୍ଥିତି ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ସାପକୁ ଦେଖିଲେ ଲୋକମାନେ ସାଧାରଣତଃ ଆକ୍ରମଣାତ୍ମକ ହୋଇଉଠୁଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, କପିଳାସ ଅଭୟାରଣ୍ୟରେ ବହୁ ସଂଖ୍ୟାରେ ଅହିରାଜ ପ୍ରଜାତିର ସାପ ଅଛନ୍ତି। ଘନଜଙ୍ଗଲ ଏବଂ ବୁଦୁବୁଦିଆ ଘାସଯୁକ୍ତ ଅଞ୍ଚଳରେ ସେମାନେ ରହିଥାଆନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଗଛ ପତ୍ରଝଡ଼ା ଦେବା ଏବଂ ଘାସ ମରିଯିବା କାରଣରୁ ପ୍ରବଳ ତାତିକୁ ସହ୍ୟ କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ତେଣୁ ସେମାନେ ପାଣି ଥିବା ସନ୍ତସନ୍ତିଆ ଅଞ୍ଚଳ ଏବଂ ଅପେକ୍ଷାକୃତ ଥଣ୍ଡା ଜାଗାକୁ ପଳାଇ ଆସୁଛନ୍ତି। କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା, ସାପ ଏବଂ ଅନ୍ୟ ସରୀସୃପଙ୍କ ପାଇଁ ସହନଶୀଳ ପରିବେଶ ସୃଷ୍ଟି କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?