ସ୍ବାଭାବିକ ହେଉଛି ଯୋଡ଼ା ସହର

ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିତ୍ବା ୧୪୪ ସାମୟିକ କୋହଳ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର କିଣାବିକା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିଲା। ତେବେ ଶନିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ସମ୍ପୂର୍ଣ୍ଣ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପରିସ୍ଥିତି ଦେଖି ଶନିବାର ପୁଣି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି। ସହରରୁ ସମ୍ପୂର୍ଣ୍ଣ ୧୪୪ଧାରା କୋହଳ ଉପରେ ସୋମବାର ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ୧୪୪ ଧାରା କୋହଳ ହେବା ପରେ ବଜାରରେ ଛୋଟ ବଡ଼ ବ୍ୟବସାୟୀମାନେ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ତତ୍ପରତା ଏବଂ କେନ୍ଦୁଝର ଏସ୍‌ପିଙ୍କ ତ୍ୱରିତ ପଦକ୍ଷେପ ଯୋଗୁୁ ସହରରେ ସ୍ଥିତାବସ୍ଥା ପୁନର୍ବାର ଫେରି ଆସିଥିଲେ ହେଁ ପ୍ରଶାସନ ଏଥିପ୍ରତି ତୀକ୍ଷ୍‌ଣ ନଜର ରଖିଛି। ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣାକିଣି କରୁଛନ୍ତି। ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ବନ୍ଦ ଥିବା ଇଣ୍ଟରନେଟ ସେବାକୁ ସକ୍ରିୟ କରଯାଇଛି। ୨ ଦିନ ଇଣ୍ଟରନେଟ ସେବା ବନ୍ଦ ରହିବା ଫଳରେ ଖଣିଜ ପରିବହନରେ ବ୍ୟବହାର ହେଉଥିବା ଆଇ ଥ୍ରୀ ଏମ୍‌ଏସ୍‌ ପ୍ରଯୁକ୍ତି ବିଦ୍ୟା ଅଚଳ ହୋଇପଡ଼ିଥିଲା। ଫଳରେ ଖଣିଜ ପରିବହନରେ ଘୋର ଅସୁବିଧା ସୃଷ୍ଟି ହୋଇଥିଲା। ଏହାଦ୍ବାରା ଯୋଡ଼ା ଖଣି ମଣ୍ଡଳରେ ବ୍ୟାପକ ରାଜସ୍ବହାନି ହୋଇଥିଲା। ସେହିପରି ବ୍ୟାଙ୍କ ବନ୍ଦ ରହିବା ଯୋଗୁ ଟଙ୍କା ନେଣ ଦେଣରେ ମଧ୍ୟ ବ୍ୟାପକ ଅସୁବିଧା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ରାମନବମୀ ଦିନ ରାମଝଣ୍ଡା ସ୍ଥାପନକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଝଡ଼ବର୍ଷା, ୨୦ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍‌ ମେ’ ୫ରୁ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ମାଡ଼ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ

ବାରଙ୍ଗ,୭।୧୦:(ଡି.ଏନ୍‌.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା...

ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ...

କାଳ ହେଲା ଗାଡି ରେସିଂ: ପଥରରେ ପିଟି ହୋଇ ବାଇକ୍‌ ଚାଳକଙ୍କ ପ୍ରାଣଗଲା

ପାଟଣା, ୨୩ା୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା-କେନ୍ଦୁଝର ରାସ୍ତାର ପୁଟୁଳିଆ ୟୁକାଲ୍‌ ପଟାସ ଜଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ପଡିଥିବା ଏକ ପଥରରେ ପିଟି ହୋଇ ଶୁକ୍ରବାର ସକାଳୁ...

ଆଜିଠାରୁ ପୁଣି ବର୍ଷା : ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ପାଗ ଶୁଖିଲା ରହିବା...

ରେଭେନ୍‌ଶା କ୍ୟାମ୍ପସରେ କରୋନା

କଟକ ଅଫିସ,୨୬।୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପୁଅ ଶନିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଯୁବକ ଜଣଙ୍କ ହାୱଡା ମୋର୍ଟସଠାରେ ଥିବା...

ଆଇଏଏସ୍‌ ଅଫିସର ବିଜୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୧-୧(ବ୍ୟୁରୋ):ବିଲ୍‌ ପାସ୍‌ କରିବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମଙ୍ଗଳବାର ଭୁବନେଶ୍ୱର...

Advertisement
Archives

Model This Week