ଆଜି ଶ୍ରୀରାମ ନବମୀ: ଚଳଚଞ୍ଚଳ ରାମ ମନ୍ଦିର
ଭୁବନେଶ୍ୱର,୧୦।୪(ବ୍ୟୁରୋ): ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଛି। କରୋନା ମହମାରି ୨ବର୍ଷ ପରେ ଏହି ଦିନରେ ଭକ୍ତ ଭଗବାନ ଆଜି ଏକାଠି ହୋଇଛନ୍ତି। ଏ ନେଇ ରାଜଧାନୀର ସମସ୍ତ ମଠ ମନ୍ଦିରରେ…
ଆଜି କାଠ ଚିରଟ ଅନୁକୂଳ
ପୁରୀ ଅଫିସ, ୧୦।୪: ଆଜି ଶ୍ରୀରାମ ନବମୀ । ଏହି ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ । ରଥ ନିର୍ମାଣ ପରମ୍ପରା ଅନୁସାରେ ରାମନବମୀରେ କାଠ ଚିରଟର ଶୁଭାରମ୍ଭ ହୁଏ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
ଆଜି ରାଜ୍ୟରେ ୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ରବିବାର ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ…
‘ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି ଛାତ୍ର କଂଗ୍ରେସ
ଭୁବନେଶ୍ୱର,୧୦।୪ (ବ୍ୟୁରୋ): ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ରାଜ୍ୟ କଂଗ୍ରେସ ଭବନରେ ଏନ୍ଏସ୍ୟୁଆଇର ୫୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି…
୨୫ ଲକ୍ଷ ଲୋକଙ୍କ ଘରକୁ ଯିବେ ଏଏପି କର୍ମକର୍ତ୍ତା
ଭୁବନେଶ୍ୱର,୧୦।୪ (ବ୍ୟୁରୋ): ରାଜ୍ୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ପ୍ରଦାନ ଦାବି ନେଇ ଆମ ଆଦମୀ ପାର୍ଟି(ଏଏପି) ଓଡିଶା ଶାଖା ପକ୍ଷରୁ ଆନ୍ଦୋଳନର ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଶନ ଅଫ…
ମହିଳାଙ୍କ ହାତରେ ବିଏମ୍ସି ଶାସନ ଭାର
ଭୁବନେଶ୍ୱର, ୧୦।୪ (ବ୍ୟୁରୋ): ପୌର ନିର୍ବାଚନ ସରିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପ୍ରଥମ ମହିଳା ମେୟର ପାଇଛି। ଏଥିସହ ଡେପୁଟି ମେୟର ଭାବେ ଜଣେ ମହିଳାଙ୍କୁ ବସାଇଛି ବିଜେଡି। ପୁଣି ଅଧିକାଂଶ କର୍ପୋରେଟର ହେଉଛନ୍ତି ମହିଳା। ଶନିବାର ମେୟର ସୁଲୋଚନା…
ରାଜ୍ୟର ୫୬% ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ଭାଜପା
ଭୁବନେଶ୍ୱର,୧୦।୪(ବ୍ୟୁରୋ): ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍ ହୋଇଥିବା ରାଜ୍ୟ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟର ୩୧୪ ବ୍ଲକରୁ ୧୬୦ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ କାଗଜକଲମରେ…
ତିନିମୁଣ୍ଡିଆରେ ଅଟକିଲା ରଥ
ପୁରୁଣା ଭୁବନେଶ୍ୱର,୧୦।୪(ଡି.ଏନ୍.ଏ.): ଅଶୋକାଷ୍ଟମୀ ଅବସରରେ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ପରେ ଶ୍ରୀଲିଙ୍ଗରାଜ, ଭଉଣୀ ରୁକୁଣା ଦେବୀ, ପ୍ରଭୁ ଦୋଳଗୋବିନ୍ଦ ଦକ୍ଷିଣ ଘରୁ ବିଜେ ହୋଇ ଆଡ଼କାଠ ନିକଟରେ ପହଞ୍ଚିଥିଲେ। ସେବାୟତମାନେ ଶ୍ରୀଜୀଉଙ୍କୁ ଆଜ୍ଞାପ୍ରସାଦ…
ରାମନବମୀ ପୂର୍ବରୁ ରାମମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ
ବରଗଡ଼ ଅଫିସ,୯ା୪: ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି। ମନ୍ଦିର…
୪ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ: ପ୍ରି ଆକ୍ଟିଭେଟ ସିମ୍ ବ୍ୟବହାର କରି…
ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରି ଆକ୍ଟିଭେଟ ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିବା ୪ ସାଇବର ଠକଙ୍କୁ ରାଜଧାନୀରୁ ଗିରଫ କରାଯାଇଛି। ସାଇବର ଠକଙ୍କ ମଧ୍ୟରେ ସିମ୍ ପ୍ରୋଭାଇଡର ଓ ଅନ୍ୟ ୩ ଜଣ ଅଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ବାଲେଶ୍ବର ଜିଲା ଜଳେଶ୍ବରରୁ ଆସି…
କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ସ୍ତ୍ରୀ ଗିରଫ
ଭୁବନେଶ୍ୱର,୯।୪(ବ୍ୟୁରୋ): କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ଶନିବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସ୍ବାମୀଙ୍କ ବେଆଇନ ଟଙ୍କା କାରବାରରେ ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କଳ୍ପନାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ…
ସାଲିଆ ସାହିରେ ରହୁଥିବା ଶାଳୀ ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା, ୩୫ ଭରି ସୁନା
ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ତାଲିକା ଦିନକୁ ଦିନ ବଢ଼ୁଛି। ଶନିବାର ତାଙ୍କ ଶାଳୀ (ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ…
Archives


