୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ

କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ ବହୁ ରାସ୍ତା ଅବସ୍ଥା ବେହାଲ ହୋଇଛି । ବର୍ଷା ଆରମ୍ଭରୁ କାଦୁଅରେ ବୁଡ଼ିଛି ଅଧିକାଂଶ ରାସ୍ତା। ଧୋୟା ଅଞ୍ଚଳରେ ଏହି ସ୍ଥିତି ଗମ୍ଭୀର ରୂପ ନେଇଛି । ଫଳରେ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା ବିପର୍ଯ୍ୟସ୍ତ ହୋଇଛି । ଚଳିତ ଆର୍ଥିକ ବର୍ଷରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ହେବାକୁ ଥିବା ୧୫୮୨୦ ଗ୍ରାମୀଣ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥ୍ୟ ଅନୁଯାୟୀ, ଜିଲାର ଆଳି ବ୍ଲକ ଅଞ୍ଚଳରେ ମୋଟ ୪୨୧ ରାସ୍ତା ନିର୍ମାଣାଧୀନ ଅଛି । ୨୪୯ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୨୧୦ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ଅଛି। ସେହିପରି ଡେରାବିଶ ବ୍ଲକ ୧୬୨୯ ରାସ୍ତାରୁ ୫୯୧ ନିର୍ମାଣାଧୀନ ଅବସ୍ଥାରେ ଅଛି । ଗରଦପୁର ବ୍ଲକର ୧୦୭୯ରୁ ୫୩୫ ପ୍ରକଳ୍ପ, କେନ୍ଦ୍ରାପଡାର ୨୦୮୩ରୁ ୯୭୦ ପ୍ରକଳ୍ପ, ମହାକାଳପଡ଼ାର ୧୩୮୦ରୁ ୫୪୨ ପ୍ରକଳ୍ପ, ମାର୍ଶାଘାଇର ୧୨୯୬ରୁ ୭୦୧ ପ୍ରକଳ୍ପ, ପଟ୍ଟାମୁଣ୍ଡାଇର ୩୨୮୨ରୁ ୧୧୨୬ ପ୍ରକଳ୍ପ, ରାଜକନିକାର ୨୦୩୧ରୁ ୧୨୮୦ ପ୍ରକଳ୍ପ ଓ ରାଜନଗର ବ୍ଲକର ୧୯୮୦ରୁ ୪୧୬ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ମାତ୍ର ୨୭୭ ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଆଶିଷ କୁମାର ସେନାପତି, ରାଷ୍ଟ୍ରୀୟ ମଧ୍ୟବିତ୍‌ ପରିବାର ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ କୁମାର ସ୍ବାଇଁ, ସାମାଜିକ କର୍ମୀ ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, ଜିଲାର ବିକାଶ ପାଇଁ ଗମନାଗମନ ପଥର ଗୁରୁତ୍ୱ ଅଧିକ । ତେବେ ଜିଲା ପ୍ରଶାସନ ଏ ସମ୍ପର୍କରେ ଅଣଦେଖା କରି ଚାଲିଛନ୍ତି । ମୌସୁମୀ ବର୍ଷା ଆରମ୍ଭରୁ ସିଂହଗଁା, ଏକମାଣିଆ, ବତୀଘର, ପଦନୀପାଳ ଆଦି ପଞ୍ଚାୟତକୁ ସଂଯୋଗୀ ରାସ୍ତା ବର୍ଷା ଓ ସମୁଦ୍ର ଜୁଆର ପାଣିରେ ବେହାଲ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସହିତ ଅନ୍ୟ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ । ଧୋୟା ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଯାତାୟାତ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ରହିଛି ା ବର୍ଷାଋତୁ ପ୍ରାରମ୍ଭରୁ ରାସ୍ତା ଏପରି ହୋଇଛି । ଆଉ କିଛିଦିନ ପରେ ଏହି ସମସ୍ୟା ଗମ୍ଭୀର ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ପିଡି ଦିଲ୍ଲୀପ କୁମାର ପରିଡ଼ା କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଏହି ଜିଲାରେ ଗୁରୁତ୍ୱ ଦିଆଯାଇଛି ା ଜବ୍‌କାର୍ଡଧାରୀଙ୍କ ଦାବି ମୁତାବକ କାମ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପଗୁଡିକ ଶେଷ କରିବା ପାଇଁ ଜିଲାର ୯ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri