ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ

ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ କୂଳ ଖାଇବାରେ ଲାଗିଛି। ସପ୍ତାହେ ହେଲା, ସମୁଦ୍ର ଜଳପତ୍ତନ ଆଶାତୀତ ଭାବେ ବୃଦ୍ଧି ପାଇବା ଦ୍ୱାରା ୫ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ଗାଁରେ ଲୁଣାପାଣି ମାଡି ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ରାଜ୍ୟ ପର୍ଯ୍ୟଟନ ବିଭାଗ (ଓଟିଡିସି)ପକ୍ଷରୁ ନିର୍ମାଣ କରାଯାଇଥିବା ସୁଦୃଶ୍ୟ ସଭାଗୃହ ଓ ଭ୍ୟୁ ଟାୱାର ସମୁଦ୍ର ଗର୍ଭରେ ଲୀନ ହେବା ଆଶାଙ୍କା ସୃଷ୍ଟି ହୋଇଛି। ସେଥିପ୍ରତି ଦୃଷ୍ଟି ନ ଦେଇ ଜିଲା ଓ ରାଜ୍ୟ ପ୍ରଶାସନ ସ୍ଥାଣୁ ପାଲଟିଥିବା ୫ ଗାଁର ଅଧିବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଦୃଷ୍ଟି ନ ଦେଲେ ସମୁଦ୍ର ଅଁାରେ ୫ ଗାଁ ମଧ୍ୟ ଚାଲିଯିବ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସମୁଦ୍ର ଜୁଆର ଉପକୂଳମୁହଁା ହୋଇଥିଲା। କଳାବେଦୀ ଗଁା ନିକଟରେ ୧୦୦ ମିଟିର ଘାଇ ସୃଷ୍ଟି କରି ଲୁଣା ଜୁଆର ଗାଁରେ ପଶିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ଭ୍ୟୁ ଟାୱାରକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ଝାଉଁ ବହ୍ଲା ପୋତାଯାଇ ସେଥିରେ ୧୨ଫୁଟ ଲମ୍ବ ବିଶିଷ୍ଟ ବାଲିବସ୍ତା ପକାଯାଇ ଜୁଆରକୁ ଅଟକା ଯାଇଥିଲା। ମାତ୍ର ଚଳିତବର୍ଷ ସମୁଦ୍ର ଜଳପତ୍ତନ ବହୁଗୁଣରେ ବୃଦ୍ଧି ପାଇଛି। ଗତ ୧୩ ତାରିଖ ରାତିରେ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜଳ ଆଶାତୀତ ଫୁଲି ଉଠି ଭ୍ୟୁ ଟାୱାରରେ ମାଡ ହେବା ସହ ଓଟିଡିସି ସଭାଗୃହ ଅତିକ୍ରମ କରି ରାମତରା ଗଁାରେ ପ୍ରବେଶ କରିଥିଲା। ସ୍ଥାୟୀ ପ୍ରତିକାର ତ ଦୂରର କଥା, ଶାସନ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ ନ କରିବା ସ୍ଥାନୀୟ ଜନସାଧରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏ ସମ୍ପର୍କରେ ଶିଆଳି ଗ୍ରାମସ୍ଥିତ ଦୋଳଗୋବିନ୍ଦ ଯୁବକ ସଂଘର ସଭାପତି ରବୀନ୍ଦ୍ର ପାତ୍ର କୁହନ୍ତି, ସମୁଦ୍ର କୂଳ ଖାଉଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ନ ଦେଇ ଚୁପ ହୋଇ ବସିଛି। ସ୍ଥାୟୀ ପ୍ରତିକାର ନ କରି ଖାଲି ବାଲି ବସ୍ତା ପକାଇ ଆମକୁ ଭୁଅଁା ବୁଲାଉଛନ୍ତି। ବାଧ୍ୟ ହୋଇ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରତିଭାରାଣୀ ପାତ୍ର କୁହନ୍ତି, ବ୍ଲକ, ଜିଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଶିଆଳି ବେଳାଭୂମିକୁ ନେଇ ଯେଉଁ ସ୍ବପ୍ନ ଦେଖୁଥିଲେ ତାହା ଧ୍ୱଂସ ହେବାକୁ ବସିଲାଣି। କାରଣ ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ନ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସାମୁଦ୍ରିକ ଜୁଆର ପ୍ରଭାବରେ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀଙ୍କ ପ୍ରତି ଉଦାସୀନତା ଆଉ ବରଦାସ୍ତ କରାଯାଇପାରିବ ନାହିଁ। ଏ ସପ୍ତାହରେ ସର୍ବଦଳୀୟ ବୈଠକ ଡାକି ସମୁଦ୍ର ଅଁାରୁ ୫ ଗାଁକୁ କିଭଳି ବଞ୍ଚାଯିବ ସେ ନେଇ ଆଲୋଚନା ହେବ। ଏହାପରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଆମେ ବାଧ୍ୟ ହେବୁ ବୋଲି ସେ କହିଥିଲେ। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ତାହା ସମୁଦ୍ର ଉପକୂଳବର୍ତ୍ତୀ ଏନ୍‌ଏଚ୍‌ ଏରିଆ। ସାଗରମାଳା ପ୍ରକଳ୍ପ ମାଧ୍ୟମରେ ସମୁଦ୍ର ଜୁଆର କୂଳ କିଭଳି ନ ଖାଇବ ସେ ନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ପଚାରିବାରେ ଆର୍‌ଆଇଙ୍କଠାରୁ ରିପୋର୍ଟ ସଂଗ୍ରହ କରିଛି, ଜିଲାପାଳଙ୍କ ସହ ଗୁରୁବାର କଥା ହେବି କହିଥିଲେ। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରିଣୀ ସୁଜାତା ପଟ୍ଟନାୟକଙ୍କୁ ପଚାରିବାରେ ସମୁଦ୍ର ଜୁଆର ଓ ସ୍ଥାନୀୟ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ପର୍ଯ୍ୟଟନ ବିଭାଗର ଦାୟିତ୍ୱ ନୁହେଁ, ତାହା ଟେକ୍ନିକାଲ ୱାର୍କ। ଭ୍ୟୁଟାଓ୍ବାର ଓ ଓଟିଟିସି ସଭାଗୃହ ଭୁଶୁଡି ପଡିବା ପ୍ରସଙ୍ଗରେ ଦାବି ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?