ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ନବୀନ ମଧ୍ୟ ମାଧବନଙ୍କ ପୁଅ ବେଦାନ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେ ଭାରତ ପାଇଁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି ସମୟରେ ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଖେଳାଳିଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଅତ୍ୟନ୍ତ ଚମତ୍କାର। ମୁଖ୍ୟମନ୍ତ୍ରୀ ମଧ୍ୟ ନିକଟରେ ମୁକ୍ତିଲାଭ କରିଥିବା ମାଧବନଙ୍କ ଫିଲ୍ମକୁ ପ୍ରଶଂସା କରିଥିଲେ। ଭୁବନେଶ୍ୱରର ପରିବେଶକୁ ବି ମାଧବନ ପ୍ରଶଂସା କରିଥିଲେ।

ସେ କହିଥିଲେ, ମୁଁ ଭୁବନେଶ୍ୱରର ସବୁସ୍ଥାନ ଯଦିଓ ବୁଲିନାହିଁ ତଥାପି ଯେତିକି ସ୍ଥାନ ବୁଲିଛି ତାହା ଅତ୍ୟନ୍ତ ସଫାସୁତରା। ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା ଆଶ୍ଚର୍ଯ୍ୟଜନକ ବୋଲି ମାଧବନ କହିଥିଲେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ମାଧବନ ଏବଂ ପରିବାରକୁ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ।

ମାଧବନଙ୍କ ସହିତ ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ସ୍ତ। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସୁଇମିଂ ପ୍ରତିଯୋଗିତାରେ ଅତିଥି ଭାବେ ମାଧବନ ଯୋଗ ଦେଇଥିଲେ। ତାଙ୍କ ପୁଅ ବେଦାନ୍ତ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡ: ୨୦ ବଖରା ଜଳିଗଲା

ଚିକିଟି/ହାତୀଓଟ,୨୫ା୭(ଡି.ଏନ୍‌.ଏ.)- ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୮ ଆଦିବାସି ପରିବାରଙ୍କ ୧୬ ବଖରା ଜଳିଯାଇଛି। ସେହିପର...

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର...

ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ପୋଲିସ

ମୁମ୍ବାଇ,୯।୫: ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଧମକ ଦିଆଯାଉଛି। ନିକଟରେ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଜଣେ ବ୍ୟକ୍ତି ପୋଲିସକୁ ଧମକପୂର୍ଣ୍ଣ ମେଲ...

ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍‌ ଡକ୍ୟୁମେଣ୍ଟ...

ରାଜଭବନରେ ଓଡ଼ିଆ ଖାଦ୍ୟ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟା ୫ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କୁ...

ଦାଉ ସାଧ୍‌ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର

  ଲାଠୋର, ୧୦ା୯ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍‌ରେ ଅନେକ୍‌ ପରିବାରର ଘରଦୁଆର ଭାଂଗି...

ଆଜିଠୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୁଣ୍ଟୁଣୀ,୧୧ା୧(ଡି.ଏନ୍‌.ଏ.): ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଦିନେ,...

ରାଜ୍ୟରେ ୨୭୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

Advertisement
Archives

Model This Week