ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ। ଦ୍ରୌପଦୀଙ୍କ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା, ଶାଶୁଘର ପାହଡ଼ପୁର ଓ ନିଜସ୍ବ ବାସସ୍ଥାନ ରାଇରଙ୍ଗପୁରରେ ଏହାର ପ୍ରଭାବ ବେଶ୍‌ ଦେଖିବାକୁ ମିଳୁଛି। ରାଇରଙ୍ଗପୁର ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିବା ବେଳେ ସମସ୍ତ ସହରବାସୀଙ୍କ ମୁହଁ ମିଠା କରିବାକୁ ଚାଲିଛି ଲଡୁ ପ୍ରସ୍ତୁତି। ୫ କୁଇଣ୍ଟାଲ ଓଜନର ଲଡୁ ତିଆରି କରିବାକୁ ଲାଗିଛନ୍ତି ୧୨ଜଣ କାରିଗର।

ଭାଜପା (ପଶ୍ଚିମ) ସଙ୍ଗଠନ ସଭାପତି ନବ ଚରଣ ମାଝୀଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଲଡୁ, ମିଠା, ବାଣ ରୋଶଣି ଓ ଗୀତନାଚରେ ମସ୍‌ଗୁଲ ହେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଦଳ ପକ୍ଷରୁ ୧୦ହଜାର ଲଡୁ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ୧୦ହଜାର ଲଡୁ ତିଆରି ଲାଗିଛି। ଭୋଟ ଗଣତି ଆରମ୍ଭ ହେବା ପରେ ଲଡୁ ବଣ୍ଟନ ସହିତ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବ। ସେହିପରି ଜିଲାର ୨୬ ବ୍ଲକରେ ଥିବା ଗ୍ରାମଗୁଡ଼ିକରେ ବିଜୟ ଉତ୍ସବ ପାଳନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ଗଁା ଗଣ୍ଡାରେ ନାଚଗୀତର ଆସର ପାଇଁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ମହିଳାପୁରୁଷମାନେ ସଜବାଜ ଆରମ୍ଭ କରିଛନ୍ତି। ଜିଲାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ନେଇ ଦଳୀୟ କର୍ମକର୍ତ୍ତା ଦିଲ୍ଲୀରେ ପହଞ୍ଚିିଛନ୍ତି।
ଭାଜପାର ମୟୂରଭଞ୍ଜ ଜିଲା (ପୂର୍ବ) ସଭାପତି କାନ୍ଦରା ସୋରେନ କହନ୍ତି, ଅତି ଖୁସି ଓ ଆନନ୍ଦର ଦିନକୁ ଆମେ ଅପେକ୍ଷା କରିଛୁ। ଜିଲାର ଘରେ ଘରେ ବିଜୟ ଉତ୍ସବ ମନାଇବା ପାଇଁ ଆମେ ଆଶା ପ୍ରକଟ କରିଛୁ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଜଣେ ଆଦିବାସୀ ମହିଳା ସର୍ବୋଚ୍ଚ ଆସନରେ ବସିବାକୁ ଯାଉଥିବା ବେଳେ ଆମ ଜିଲା ତଥା ରାଜ୍ୟ ପାଇଁ ମହାଆନନ୍ଦର ପର୍ବ। ଭାଜପାର ବରିଷ୍ଠ ସଦସ୍ୟ କବି ବିଷ୍ଣୁ ଶତପଥୀଙ୍କ ମତରେ ଜଣେ ଆଦିବାସୀ ମହିଳା ଦେଶର ସମ୍ମାନଜନକ ଆସନରେ ବସିବାକୁ ଯାଉଥିବାରୁ ଜିଲାବାସୀଙ୍କ ସମେତ ରାଜ୍ୟବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ରାଇରଙ୍ଗପୁର ଅଞ୍ଚଳର ବାସିନ୍ଦା ବିକାଶ ମହାନ୍ତ କହନ୍ତି, ସହରବାସୀଙ୍କ ମୁହଁ ମିଠା କରିବା ପାଇଁ ବୁନ୍ଦି ଲଡୁ ତିଆରି କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ସହ ଅଞ୍ଚଳବାସୀଙ୍କୁ ଲଡୁ ବଣ୍ଟାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri