କାମରେ ଲାଗୁନି ନୂଆ ନିମାପଡ଼ା ବସ୍‌ଷ୍ଟାଣ୍ଡ

ନିମାପଡ଼ା, ୨୧।୭ (ଡି.ଏନ୍‌.ଏ.): ନିମାପଡ଼ାରେ ନବନିର୍ମିତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡ କାହା ସ୍ବାର୍ଥ ପାଇଁ ନିର୍ମିତ ବୋଲି ନିମାପଡ଼ାବାସୀଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ନିମାପଡ଼ାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ଏଥିପାଇଁ ସ୍ଥାନୀୟ ଏନ୍‌ଏସି ପକ୍ଷରୁ ୨ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ୨୦୧୮-୧୯ରେ ତତ୍କାଳୀନ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରିଥିଲେ। ହେଲେ ସେବେଠାରୁ ବସ୍‌ଷ୍ଟାଣ୍ଡଟି ଯାତ୍ରୀଙ୍କ କାମରେ ଲାଗିପାରିନାହିଁ।

ଉଦ୍‌ଘାଟନର କିଛି ମାସ ପର୍ଯ୍ୟନ୍ତ ନିମାପଡ଼ା ଦେଇ ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ଷ୍ଟାଣ୍ଡରେ ରହୁଥିଲା। ହେଲେ ଏବେ ପୁରୀ, ଭୁବନେଶ୍ୱର, କଟକ, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ବଳଙ୍ଗା ଅଞ୍ଚଳକୁ ଯାତାୟାତ କରୁଥିବା ବହୁ ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଆସୁନାହିଁ। ସେଗୁଡ଼ିକ ପୁରୁଣା ଷ୍ଟାଣ୍ଡରେ ମୁଖ୍ୟ ରାସ୍ତା ଅବରୋଧ କରି ରହୁଛି। ଯାତ୍ରୀଙ୍କ ସୁବିଧା ନିମନ୍ତେ ନୂଆ ବସ୍‌ଷ୍ଟାଣ୍ଡରେ ବିଶ୍ରାମ କକ୍ଷ, ମହିଳା ଓ ପୁରୁଷଙ୍କ ନିମନ୍ତେ ପୃଥକ ଶୌଚାଳୟ, ପରିସ୍ରାଗାର, ଟିକେଟ୍‌ କାଉଣ୍ଟର, ପାନୀୟଜଳ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଆଦି ସୁବିଧା ରହିଛି। ହେଲେ ଏତେ ସବୁ ସୁବିଧା ସତ୍ତ୍ୱେ ବସ୍‌ଗୁଡିକ ସେଠାକୁ ଯାଉନାହିଁ। ପୁରୁଣା ଷ୍ଟାଣ୍ଡରେ ଖରା ବର୍ଷାରେ ରାସ୍ତାକଡ଼ରେ ଦୀର୍ଘ ସମୟ ଧରି ଠିଆ ହୋଇ ବସ୍‌କୁ ଯାତ୍ରୀମାନେ ଅପେକ୍ଷା କରିବାକୁ ପଡୁଛି। ଏହା କଷ୍ଟଦାୟକ ବୋଲି ବହୁ ଯାତ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ନୂତନ ବସ୍‌ଷ୍ଟାଣ୍ଡରେ ଟର୍ମିନାଲ ବ୍ୟବସ୍ଥା ନ ଥିବାବେଳେ ଶୌଚାଳୟ, ବିଶ୍ରାମ କକ୍ଷ, ଟିକେଟ କାଉଣ୍ଟର, ଥଣ୍ଡା ପାନୀୟ ଜଳ ମେଶିନ ଆଦି ଅବ୍ୟବହୃତ ଅବସ୍ଥାରେ ରହିଛି। ସେହି ସ୍ଥାନ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି। ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା, ଉଦାସୀନତା, ଅପାରଗତା ଯୋଗୁ ନୂଆ ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ରହିଥିବା ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ ଏବଂ ମନୋଜ ବେହେରା ପ୍ରମୁଖ କହିଛନ୍ତି। ଷ୍ଟାଣ୍ଡରେ ସମସ୍ତ ଯାତ୍ରୀବାହୀ ବସ୍‌ ରହଣି ବ୍ୟବସ୍ଥା ଲାଗି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘର ସଭାପତି ବିଚିତ୍ରାନନ୍ଦ ଖଟୋଇ, ବସ୍‌ ମାଲିକ ସଞ୍ଜୟ ସାହୁ, ସନ୍ତୋଷ ସେନାପତି, ଅନାମ ଚରଣ ସ୍ବାଇଁ ଏବଂ ବିଜୟ ମିଶ୍ର ପ୍ରମୁଖ କହିଛନ୍ତି, ନିମାପଡ଼ା ରାସ୍ତାରେ ମୋ’ ବସ୍‌ ଚଳାଚଳ ଯୋଗୁ ବସ୍‌ର ସମୟ ନିର୍ଘଣ୍ଟକୁ ନେଇ ବିବାଦ ଓ ସମସ୍ୟା ଉପୁଜୁଛି। ଏନେଇ ପ୍ରଶାସନ ଓ ବସ୍‌ ମାଲିକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ନୂଆ ବସ୍‌ଷ୍ଟାଣ୍ଡର ଦୂରତା ୧ କିମିରୁ ଊର୍ଦ୍ଧ୍ୱ ହୋଇଥିବାରୁ ଯାତ୍ରୀମାନେ ସେଠାକୁ ଯାଉନାହାନ୍ତି। ତେଣୁ ପୁରୁଣା ସ୍ଥାନରେ ବସ୍‌ ରହୁଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ଉପାଧ୍ୟକ୍ଷ ସନ୍ତୋଷ ଦାଶ କହିଛନ୍ତି, ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଓ ଗାଡ଼ି ମାଲିକମାନଙ୍କ ସହ ଆଲୋଚନା କରାଯିବ। ଖୁବ୍‌ଶୀଘ୍ର ନୂଆ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍‌ ରହଣିର ବ୍ୟବସ୍ଥା କରାଯିବ।

ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri