କାମରେ ଲାଗୁନି ନୂଆ ନିମାପଡ଼ା ବସ୍‌ଷ୍ଟାଣ୍ଡ

ନିମାପଡ଼ା, ୨୧।୭ (ଡି.ଏନ୍‌.ଏ.): ନିମାପଡ଼ାରେ ନବନିର୍ମିତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡ କାହା ସ୍ବାର୍ଥ ପାଇଁ ନିର୍ମିତ ବୋଲି ନିମାପଡ଼ାବାସୀଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ନିମାପଡ଼ାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ଏଥିପାଇଁ ସ୍ଥାନୀୟ ଏନ୍‌ଏସି ପକ୍ଷରୁ ୨ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ୨୦୧୮-୧୯ରେ ତତ୍କାଳୀନ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରିଥିଲେ। ହେଲେ ସେବେଠାରୁ ବସ୍‌ଷ୍ଟାଣ୍ଡଟି ଯାତ୍ରୀଙ୍କ କାମରେ ଲାଗିପାରିନାହିଁ।

ଉଦ୍‌ଘାଟନର କିଛି ମାସ ପର୍ଯ୍ୟନ୍ତ ନିମାପଡ଼ା ଦେଇ ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ଷ୍ଟାଣ୍ଡରେ ରହୁଥିଲା। ହେଲେ ଏବେ ପୁରୀ, ଭୁବନେଶ୍ୱର, କଟକ, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ବଳଙ୍ଗା ଅଞ୍ଚଳକୁ ଯାତାୟାତ କରୁଥିବା ବହୁ ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଆସୁନାହିଁ। ସେଗୁଡ଼ିକ ପୁରୁଣା ଷ୍ଟାଣ୍ଡରେ ମୁଖ୍ୟ ରାସ୍ତା ଅବରୋଧ କରି ରହୁଛି। ଯାତ୍ରୀଙ୍କ ସୁବିଧା ନିମନ୍ତେ ନୂଆ ବସ୍‌ଷ୍ଟାଣ୍ଡରେ ବିଶ୍ରାମ କକ୍ଷ, ମହିଳା ଓ ପୁରୁଷଙ୍କ ନିମନ୍ତେ ପୃଥକ ଶୌଚାଳୟ, ପରିସ୍ରାଗାର, ଟିକେଟ୍‌ କାଉଣ୍ଟର, ପାନୀୟଜଳ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଆଦି ସୁବିଧା ରହିଛି। ହେଲେ ଏତେ ସବୁ ସୁବିଧା ସତ୍ତ୍ୱେ ବସ୍‌ଗୁଡିକ ସେଠାକୁ ଯାଉନାହିଁ। ପୁରୁଣା ଷ୍ଟାଣ୍ଡରେ ଖରା ବର୍ଷାରେ ରାସ୍ତାକଡ଼ରେ ଦୀର୍ଘ ସମୟ ଧରି ଠିଆ ହୋଇ ବସ୍‌କୁ ଯାତ୍ରୀମାନେ ଅପେକ୍ଷା କରିବାକୁ ପଡୁଛି। ଏହା କଷ୍ଟଦାୟକ ବୋଲି ବହୁ ଯାତ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ନୂତନ ବସ୍‌ଷ୍ଟାଣ୍ଡରେ ଟର୍ମିନାଲ ବ୍ୟବସ୍ଥା ନ ଥିବାବେଳେ ଶୌଚାଳୟ, ବିଶ୍ରାମ କକ୍ଷ, ଟିକେଟ କାଉଣ୍ଟର, ଥଣ୍ଡା ପାନୀୟ ଜଳ ମେଶିନ ଆଦି ଅବ୍ୟବହୃତ ଅବସ୍ଥାରେ ରହିଛି। ସେହି ସ୍ଥାନ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି। ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା, ଉଦାସୀନତା, ଅପାରଗତା ଯୋଗୁ ନୂଆ ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ରହିଥିବା ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ ଏବଂ ମନୋଜ ବେହେରା ପ୍ରମୁଖ କହିଛନ୍ତି। ଷ୍ଟାଣ୍ଡରେ ସମସ୍ତ ଯାତ୍ରୀବାହୀ ବସ୍‌ ରହଣି ବ୍ୟବସ୍ଥା ଲାଗି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘର ସଭାପତି ବିଚିତ୍ରାନନ୍ଦ ଖଟୋଇ, ବସ୍‌ ମାଲିକ ସଞ୍ଜୟ ସାହୁ, ସନ୍ତୋଷ ସେନାପତି, ଅନାମ ଚରଣ ସ୍ବାଇଁ ଏବଂ ବିଜୟ ମିଶ୍ର ପ୍ରମୁଖ କହିଛନ୍ତି, ନିମାପଡ଼ା ରାସ୍ତାରେ ମୋ’ ବସ୍‌ ଚଳାଚଳ ଯୋଗୁ ବସ୍‌ର ସମୟ ନିର୍ଘଣ୍ଟକୁ ନେଇ ବିବାଦ ଓ ସମସ୍ୟା ଉପୁଜୁଛି। ଏନେଇ ପ୍ରଶାସନ ଓ ବସ୍‌ ମାଲିକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ନୂଆ ବସ୍‌ଷ୍ଟାଣ୍ଡର ଦୂରତା ୧ କିମିରୁ ଊର୍ଦ୍ଧ୍ୱ ହୋଇଥିବାରୁ ଯାତ୍ରୀମାନେ ସେଠାକୁ ଯାଉନାହାନ୍ତି। ତେଣୁ ପୁରୁଣା ସ୍ଥାନରେ ବସ୍‌ ରହୁଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ଉପାଧ୍ୟକ୍ଷ ସନ୍ତୋଷ ଦାଶ କହିଛନ୍ତି, ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଓ ଗାଡ଼ି ମାଲିକମାନଙ୍କ ସହ ଆଲୋଚନା କରାଯିବ। ଖୁବ୍‌ଶୀଘ୍ର ନୂଆ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍‌ ରହଣିର ବ୍ୟବସ୍ଥା କରାଯିବ।

ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?