ରାଜ୍ୟ

୮ରେ ଦାନାବାନ୍ଧିବ ବାତ୍ୟା

ଭୁବନେଶ୍ୱର,୭ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶନିବାର ଏହା ଅବପାତ (ଡିପ୍ରେସନ)ରେ ପରିଣତ ହେବ। ରବିବାର ସା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ…

ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେବେ କିଶୋର ପଟେଲ

ଝାରସୁଗୁଡା ଅଫିସ୍‌,୬।୫: ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିନେଇ ରାଜ୍ୟସ୍ତରୀୟ ଚୟନ କମିଟି ଶୁକ୍ରବାର ସର୍ବସମ୍ମତିକ୍ରମେ ଦଳର ବରିଷ୍ଠନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ନାମ ଘୋଷଣା କରିଛି।…

‘ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ବିଜୁଳି ଯୋଗାଅ’

ଭୁବନେଶ୍ୱର,୬ା୫(ବ୍ୟୁରୋ): ବିଧାନସଭା ବିଦ୍ୟୁତ୍‌ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ୍‌ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ବିଦ୍ୟୁତ୍‌ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ…

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଏଡିଜି ସଞ୍ଜୀବ ପଣ୍ଡା ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ…

ଶନିବାର ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର, ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର,୬।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହା ଏବେ ଲଘୁଚାପରେ ପରିଣତ ହୋଇଥିବା ବେଳେ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି, ଯାହା ଶନିବାର ସୁଦ୍ଧା ଅବପାତର ରୂପ ନେବା ପରେ ହିଁ…

ତେଲ ବିଲ୍‌ ଜାଲିଆତି: ୨ କର୍ମଚାରୀଙ୍କୁ ନିଲମ୍ବିତ କଲା ଓଟିଡିସି

ଭୁବନେଶ୍ୱର,୬ା୫(ବ୍ୟୁରୋ): ତେଲ ବିଲ୍‌ରେ ଜାଲିଆତି କରି ନିକଟରେ ୩ ପୋଲିସ କର୍ମଚାରୀ ନିଲମ୍ବନ ହେବାର ଗୋଟିଏ ମାସ ନ ପୂରୁଣୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଜର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ଓଟିଡିସିର ପରିବହନ ମ୍ୟାନେଜର ଓ ଜଣେ…

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର ୯ ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ୭ କୋଟି ଟଙ୍କାର…

ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି ହଜାର ହଜାର ପରୀକ୍ଷାର୍ଥୀ

ଭୁବନେଶର,୬।୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ଚଳିତ ବର୍ଷ ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି। ଏଥର ଫର୍ମ ଫିଲପ୍‌ ପାଇଁ କୌଣସି ଫି ନ ଥିଲା।…

ବାତ୍ୟାରେ ବିଦ୍ୟୁତ୍‌ କଟିଲେ ତୁରନ୍ତ ହେବ ସଂଯୋଗ

ଭୁବନେଶ୍ୱର, ୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ପାଇଁ ୱାରରୁମ୍‌ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ବିଭାଗ ପାଖରେ ପୂର୍ବରୁ ବାତ୍ୟା…

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁ ରେ।…

ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି

ଭୁବନେଶର,୬।୫(ବ୍ୟୁରୋ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୁକ୍ରବାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ୪ ବର୍ଷ ପାଇଁ କୂଳପତି ପଦବୀରେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ…

ଲ୍ୟାଣ୍ଡଫଲକୁ ନେଇ କ’ଣ କହିଲେ ଆଇଏମ୍‌ଡି ଡିଜି

ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଅବପାତ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri