ମୁହାଣରୁ ମିଳୁଛି ଔଷଧୀୟ ନୀଳହରିତ ଶୈବାଳ

ପୁରୀ ଅଫିସ,୧୮।୮: କୋଭିଡ୍‌ ସଂକ୍ରମଣ ସମୟରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅବକ୍ଷୟ ପ୍ରମୁଖ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି। ସମ୍ପ୍ରତି ସଂକ୍ରମଣ ପୂର୍ବ ଭଳି ଶୀର୍ଷରେ ନ ଥିଲେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ପୁଣି ଥରେ ରୋଗ ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରିବା ନେଇ ଆଶଙ୍କା ଉପୁଜିଛି। ଏଭଳି ସ୍ଥିତିରେ ପୁରୀ ଜିଲାର ଚିଲିକା ଓ ବାଲିହରଚଣ୍ଡୀ ସମୁଦ୍ର ମୁହାଣରେ ମିଳୁଥିବା ନୀଳହରିତ ଶୈବାଳ ଉପରେ ଗବେଷଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାକାର ନୀଳହରିତ ଶୈବାଳକୁ ଷ୍ଟ୍ରେନ୍‌ ବର୍ଦ୍ଧିତ ରୋଗ ପ୍ରତିରୋଧକ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀଙ୍କ ତତ୍ତ୍ବାବଧାନରେ ଗବେଷକ ଡ. ଚିତ୍ତରଞ୍ଜନ ସାହୁ ଚିଲିକା, ବାଲିହରଚଣ୍ଡୀ ସମୁଦ୍ର ମୁହାଣ ଏବଂ ଭାବକୁଣ୍ଡଳେଶ୍ୱର ନିକଟସ୍ଥ ସ୍ଥାନରେ ଏହି ସ୍ବତନ୍ତ୍ର ଶ୍ରେଣୀର ଔଷଧୀୟ ନୀଳହରିତ ଶୈବାଳ ସନ୍ଧାନରେ ଲାଗିଛନ୍ତି। ଓଡ଼ିଶା ଏକ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ଔଷଧୀୟ ନୀଳହରିତ ଶୈବାଳର ଗନ୍ତାଘର। ସମ୍ପ୍ରତି ପୁରୀରୁ ମିଳିଥିବା ଶୈବାଳ କ୍ରୋକୋକସ୍‌ ମିନ୍ୟୁଟ୍‌ସ ପ୍ରଜାତିର। ସଂକ୍ରମଣର ବାହକ ଜୀବାଣୁଙ୍କୁ ନିୟନ୍ତ୍ରଣ କରିବାରେ ଏହି ପ୍ରଜାତି ଶୈବାଳଗୁଡ଼ିକର ଯଥେଷ୍ଟ କାର୍ଯ୍ୟକ୍ଷମତା ରହିଛି। ଡ. ସାହୁ କହିଛନ୍ତି, ମନେକରନ୍ତୁ ଜଣେ ବ୍ୟକ୍ତି ମାତ୍ରାଧିକ ଜୀବାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କଠାରେ ବ୍ୟବହାର କରାଯାଇଥିବା ଆଣ୍ଟିବାୟୋଟିକ୍‌ ପ୍ରଭାବଶୂନ୍ୟ ହୋଇସାରିଛି। ଏଭଳି ସ୍ଥିତିରେ ସଂକ୍ରମିତ ରକ୍ତ କିମ୍ବା ପରିସ୍ରାକୁ ନମୁନା ଭାବେ ସଂଗ୍ରହ କରାଯାଇ ଜୀବାଣୁକୁ ଚିହ୍ନଟ କରାଯିବ। ଏହାପରେ ଭିନ୍ନ ଭିନ୍ନ ନୀଳହରିତ ଶୈବାଳକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ। ନୀଳହରିତ ଶୈବାଳଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ଦେଖାଇବ। ଯେଉଁ କିଛି ନୀଳହରିତ ଶୈବାଳ ଜୀବାଣୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ, ସେଗୁଡ଼ିକର ଅନୁସନ୍ଧାନ ପରବର୍ତ୍ତୀ ପର୍ଯ୍ୟାୟରେ ଜାରି ରହିବ। ସେହିଭଳି ସଂକ୍ରମଣର ନୂଆ ନୂଆ ଷ୍ଟ୍ରେନ ମାନବ ସମାଜ ନିକଟରେ ପହଞ୍ଚୁଛି। ଏଭଳି କ୍ଷେତ୍ରରେ ନୀଳହରିତ ଶୈବାଳକୁ ବ୍ୟବହାର କରି ବର୍ଦ୍ଧିତ ରୋଗ ପ୍ରତିରୋଧକ ଶକ୍ତି ଥିବା ଔଷଧ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ। ଅନୁସନ୍ଧାନ ଠିକ ଦିଶାରେ ରହିଛି ଓ ଆମେ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧୀୟ ନୀଳହରିତ ଶୈବାଳର କାର୍ଯ୍ୟଦକ୍ଷତାତକୁ ନେଇ ସନ୍ତୁଷ୍ଟ। ଏହି ଗବେଷଣା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ପ୍ରକାଶିତ ହୋଇ ସାରିଛି ବୋଲି ଡ. ସାହୁ କହିଛନ୍ତି।

ଏ ସମ୍ପର୍କରେ ପୁରୀ ଜିଲା ମୁଖ୍ୟ ଚିକିିତ୍ସାଧିକାରୀ ସୁଜାତା ମିଶ୍ର କହିଛନ୍ତି, କରୋନା ସମୟରେ ହଜାର ହଜାର ଲୋକ ସଂକ୍ରମଣର ଶିକାର ହୋଇଥିଲେ। ରୋଗ ପ୍ରତିରୋଧକ ଶକ୍ତି କ୍ରମାଗତ ଭାବେ କମିବା କାରଣରୁ ରୋଗୀ ମୃତ୍ୟୁମୁଖରେ ପଡୁଥିଲେ। ତେଣୁ ଜୀବାଣୁ ବିରୋଧରେ ଉତ୍ତମ ନିୟନ୍ତ୍ରଣ ରଖିପାରୁଥିବା ଔଷଧର ବିକାଶ ହେବା ଦରକାର। ଧୀରେ ଧୀରେ ଆମେ ନୂଆ ନୂଆ ପ୍ରକାର ଜୀବାଣୁ ସଂସ୍ପର୍ଶରେ ଆସୁଛନ୍ତି। ଏଭଳି ସ୍ଥିତିରେ ଔଷଧୀୟ ବିଜ୍ଞାନର ଅନୁସନ୍ଧାନ ଅପରିହାର୍ଯ୍ୟ। ସେହିପରି ପରିବେଶବିତ୍‌ ଅଜୁ ମିଶ୍ର କହିଛନ୍ତି, ପୁରୀ ଉପକୂଳୀୟ ଜଳବାୟୁରେ ଏଭଳି ଏକକୋଷୀ ଜୀବଙ୍କ ଅନୁସନ୍ଧାନ କରାଯିବା ପାଇଁ ସରକାରୀ ସହଯୋଗିତାର ଆବଶ୍ୟକତା ରହିଛି। ବିଶେଷ ଭାବେ ରାଜ୍ୟରେ ଏଭଳି ଅନୁସନ୍ଧାନକୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ଏଣୁ ଔଷଧୀୟ ବିଜ୍ଞାନ ଉପରେ ଗବେଷଣା କରୁଥିବା ଛାତ୍ରୀଛାତ୍ରମାନେ ଅଧିକାଂଶ ସମୟରେ ହତୋତ୍ସାହିତ ହେଉଛନ୍ତି। ଅନୁସନ୍ଧାନ ପାଇଁ ସବୁ ପ୍ରକାର ସହଯୋଗ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଜିଲା ପ୍ରଶାସନ ଯୋଗାଇଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?