ଆଶ୍ୱସ୍ତି ଆଣିଲା ଅଦିନିଆ ବର୍ଷା
ଢେଙ୍କାନାଳ ଅଫିସ, ୬ା୫ ପାଖାପାଖି ୧୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ଢେଙ୍କାନାଳ ଜିଲାବାସୀଙ୍କୁ ଗୁରୁବାର ମିଳିଛି ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରାୟ ୩ଘଣ୍ଟା ଧରି ହୋଇଥିବା ପ୍ରବଳ ଝଡ଼ବର୍ଷା ପରିବେଶକୁ ଶୀତଳ କରିଛି। ତା’ସାଙ୍ଗକୁ ତାପମାତ୍ରାରେ…
ବିପଦରେ ବନ୍ୟଜୀବନ
ଢେଙ୍କାନାଳ ଅଫିସ୍, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା ପରିବେଶ ପାଲଟିଥିଲା ବନ୍ୟପ୍ରାଣୀଙ୍କ ପାଇଁ ଭୂସ୍ବର୍ଗ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ପକ୍ଷୀଙ୍କ କଳରବରେ ମୁଖରିତ…
କୃଷି ବିଭାଗ କୋମାରେ
ସାତମାଇଲ, ୬ା୫ ଅକ୍ଷୟତୃତୀୟାରେ ସରିଛି ଅଖିମୁଠି ଅନୁକୂଳ। ବିହନ ବୁଣି ଚାଷ ପାଇଁ ପାଗ ଭିଡ଼ିଲେଣି ଚାଷୀ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ କରିଥିବା ଅନୁମାନ ସେମାନଙ୍କ ମଧ୍ୟରେ ଖେଳାଇ ଦେଇଛି ଉଲ୍ଲାସ। କରୋନା…
୯ରୁ ଆଡଭାଣ୍ଟେଜ୍ ଅନୁଗୋଳ
ଅନୁଗୋଳ ଅଫିସ,୬ା୫ ଅନୁଗୋଳର ମାଟି ତଳେ ପାଖାପାଖି ୫୦ ହଜାର ୪୦୬ ମେଟ୍ରିକ ଟନ୍ କୋଇଲା ଗଚ୍ଛିତ ରହିଛି। ଶିଳ୍ପ ଓ ଶିଳ୍ପଭିତ୍ତିକ ତାଲିମ କ୍ଷେତ୍ରରେ ଜିଲା ବେଶ୍ ସମୃଦ୍ଧ। ଖଣି ଓ ଶିଳ୍ପ କ୍ଷେତ୍ରରେ ନିବେଶକଙ୍କ ପାଇଁ ଏଠାରେ ବ୍ୟାପକ…
କୃଷିନୀତିରେ ପରିବର୍ତ୍ତନ ଯୋଜନା
ଅନୁଗୋଳ ଅଫିସ, ୬ା୫ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ପଡ଼ୁଛି। ଏଥିଯୋଗୁ କିଛି ବର୍ଷ ହେଲା ଖରିଫ ଋତୁରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରି କି ଫସଲ ଅମଳରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ବଦଳୁଥିବା ପାଣିପାଗକୁ ନେଇ…
ବନାଞ୍ଚଳରୁ ଲୁହାପଥର ଚୋରାଚାଲାଣ
ଯୋଡ଼ା/ଚମ୍ପୁଆ, ୬ା୫ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ଟ୍ରକ୍ ଜବତ…
ବିକ୍ରି ହେଉନି ବନଜାତ ଦ୍ରବ୍ୟ
କୁଆମରା,୬ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଦେଖାଦେଇଛି। ଫଳରେ ଏଠାକାର ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି। ସେମାନେ ସଂଗ୍ରହ କରିଥିବା ମହୁଲ ଓ ଶାଳ ଫୁଲ ଶାଗମାଛ ଦରରେ ବିକ୍ରି କରିବାକୁ…
ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀ ତରତର
ବାଲିଆପାଳ, ୬ା୫(ସ୍ବ.ପ୍ର.) ସମ୍ଭାବ୍ୟ ବାତ୍ୟା ଲାଗି ଠିକ୍ ପୂର୍ବାନୁମାନ ହୋଇ ନ ଥିଲେ ମଧ୍ୟ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକବାସୀ ଭୟଭୀତ ହୋଇପଡିଛନ୍ତି। ଏହି ସମୟରେ ବାରମ୍ବାର ବାତ୍ୟା ତାଣ୍ଡବ ବାଲିଆପାଳ ଅଞ୍ଚଳରେ ଧନଜୀବନ ନଷ୍ଟ କରୁଛି। ବିଶେଷ କରି ଚାଷୀମାନେ…
ଆଜି ରାଜ୍ୟରୁ ୧୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୬ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୧୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮ ଜଣ ଚିହ୍ନଟ ହୋଇଥିବା…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର,୬ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ…
ଆଜି ବି ଜାରି ରହିବ କାଳବୈଶାଖୀ ତାଣ୍ଡବ
ଭୁବନେଶ୍ୱର,୬ା୫(ବ୍ୟୁରୋ): ଶୁକ୍ରବାର ୨୨ଟି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର…
ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍ଷ୍ଟାଣ୍ଡ କାମ
ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି…
Archives


