ଅକଳରେ ଫସିଛି ୨ ବ୍ରିଜ୍‌: ୩ ବର୍ଷ ବିତିଲା, ଆରମ୍ଭ ହେଉନାହିଁ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୮।୮:ନଦୀରେ ଚାଲିବ ପଣ୍ୟବାହୀ ଜାହାଜ। ଶିଳ୍ପ ସମୃଦ୍ଧ ଅଞ୍ଚଳରୁ ଉତ୍ପାଦିତ ସାମଗ୍ରୀ, ବଡ଼ବଡ଼ ମେଶିନ ସହଜରେ ପରିବହନ ହେବ। ଏହାଦ୍ୱାରା କେବଳ ସମୟ ଅପଚୟକୁ ରୋକାଯାଇପାରିବ ତାହା ନୁହେଁ, ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ରାଜ୍ୟର ଦୁଇ ବୃହତ୍ତମ ନଦୀ ମହାନଦୀ ଏବଂ ବ୍ରାହ୍ମଣୀରେ ରାଷ୍ଟ୍ରୀୟ ଜଳମାର୍ଗ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ନିର୍ଦ୍ଦେଶ ପରେ ନଦୀରେ ନିର୍ମିତ ପୁରାତନ ଏବଂ ପ୍ରସ୍ତାବିତ ନୂତନ ବ୍ରିଜ୍‌ଗୁଡ଼ିକୁ ଜାହାଜ ଚଳାଚଳ ଅନୁକୂଳ କରାଯିବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଢେଙ୍କାନାଳ ଜିଲାରେ ୩ଟି ନୂତନ ବ୍ରିଜ୍‌ କାର୍ଯ୍ୟ ଆଗକୁ ବଢୁଛି। ତେବେ ଦୀର୍ଘ ୩ବର୍ଷ ହେଲା ରାଷ୍ଟ୍ରୀୟ ଜଳମାର୍ଗ କେବଳ ଘୋଷଣାରେ ସୀମିତ ରହିଥିବାବେଳେ ଅନ୍ୟ ୨ଟି ପୁରାତନ ସେତୁ ଅକଳରେ ଫସିଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହାର ଉଚ୍ଚତା ବୃଦ୍ଧି ହେବ କି ନାହିଁ, ଯଦି ବ୍ରିଜ୍‌ ଭଙ୍ଗାଯାଏ ତେବେ ଏହା କେତେ ଦିନ ମଧ୍ୟରେ ନିର୍ମାଣ ହେବ, ସେତିକି ଦିନ ଯାଏ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନର ବିକଳ୍ପ କ’ଣ ହେବ ଏପରି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି।

ବ୍ରାହ୍ମଣୀ ନଦୀ ମାର୍ଗରେ ଯୋଡ଼ିହେବ ଶିଳ୍ପ ସମୃଦ୍ଧ ଅନୁଗୋଳ-ଢେଙ୍କାନାଳ-ଯାଜପୁର ଜିଲା। ସମାନ୍ତରାଳ ଭାବେ ଓଡ଼ିଶାର ସର୍ବବୃହତ୍ତମ ନଦୀ ମହାନଦୀରେ ମଧ୍ୟ ଚାଲିବ ପଣ୍ୟବାହୀ ବୃହତ୍‌ ଜାହାଜ। ଏହି ଦୁଇନଦୀକୁ ରାଷ୍ଟ୍ରୀୟ ଜଳମାର୍ଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ୨୦୧୯ ଫେବୃୟାରୀ ୬ରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ରେ ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ରାଜ୍ୟର ପ୍ରଗତି ପାଇଁ ଜଳମାର୍ଗରେ ପରିବହନ ଆବଶ୍ୟକତା ରହିଛି। ଓଡ଼ିଶାରେ ବୃହତ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫,୦୦୦ କୋଟି ପୁଞ୍ଜିନିବେଶ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ। ଏହାପରେ ଜଳପଥରେ ଆମଦାନୀ, ରପ୍ତାନି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଥିଲା, ଯାହାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ ଶିଳ୍ପାଞ୍ଚଳବାସୀ। ଏହି ଘୋଷଣାକୁ ଇତିମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରସ୍ତାବିତ ରାଷ୍ଟ୍ରୀୟ ଜଳମାର୍ଗର ଗତି କୁଆଡ଼େ, ଏହା କେବେ କାର୍ଯ୍ୟକାରୀ ହେବ ଓ କେମିତି କାର୍ଯ୍ୟକାରୀ ହେବ ତାହାର ରୂପରେଖ ଅଦ୍ୟାବଧି ଅସ୍ପଷ୍ଟ ରହିଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏହାର ଉତ୍ତର ଅଦ୍ୟାବଧି ମିଳିନାହିଁ। ତେଣୁ ରାଷ୍ଟ୍ରୀୟ ଜଳମାର୍ଗ ଘୋଷଣା ଏକ ଭେଳିକି ବୋଲି ଢେଙ୍କାନାଳ ଜିଲାର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା ରାଷ୍ଟ୍ରୀୟ ଜଳମାର୍ଗ ଅଧିନିୟମ। ଏହାକୁ ତାଳଚେର-ଧାମରା ଜଳମାର୍ଗ-୫ ବୋଲି ନାମକରଣ କରାଯାଇଛି। ରେଳ, ସଡ଼କ ପଥରେ ପଣ୍ୟଦ୍ରବ୍ୟ ପରିବହନରେ ଅଧିକ ଖର୍ଚ୍ଚ ଓ ବୋଝ ପଡୁଥିବାରୁ ଏହାକୁ ଯଥାସମ୍ଭବ ହ୍ରାସ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ତଦନୁଯାୟୀ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର କାଲୁରିଆ ଏବଂ ଭୁବନ ବ୍ଲକର ଦିଘି ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ୨୦୫ କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କରାଯାଉଛି। ଜାହାଜ ଯେପରି ସୁବିଧାରେ ଚଳାଚଳ କରିପାରିବ, ସେଥିଲାଗି ଏହାର ଉଚ୍ଚତା ୯ ମିଟର ଏବଂ ଓସାର ୬୨.୭ କରାଯାଇଛି। ଅନୁରୂପ ଭାବେ ପରଜଙ୍ଗ ବ୍ଲକର ବଡକମରଠାରୁ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ମଧ୍ୟରେ ଏବଂ ତାଳଚେର ବହ୍ଲର ଛକରୁ ସରାଙ୍ଗ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ସେତୁ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପକୁ ନଜରରେ ରଖି ଗାଇଡ୍‌ଲାଇନ୍‌ ଅନୁଯାୟୀ ତିଆରି ଚାଲିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଓ କମଗରା ମଧ୍ୟରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ଗଁଦିଆ ବ୍ଲକ ମନ୍ଦାର ଓ ଭୁବନ ବ୍ଲକ ନୀଳକଣ୍ଠପୁର ମଧ୍ୟରେ ନିର୍ମିତ ବାଜି ରାଉତ ସେତୁର ଆବଶ୍ୟକ ପରିବର୍ତ୍ତନ କରାଯିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଶିଳ୍ପ, କୃଷି, ପର୍ଯ୍ୟଟନର ବିକାଶ ସାଙ୍ଗକୁ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ। ତାଳଚେରରେ ନିର୍ମାଣାଧୀନ ସାର କାରଖାନାରୁ ସାର, କୋଇଲା ସମେତ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ପରିବହନ କରାଯାଇପାରିବ। ତେବେ କେନ୍ଦ୍ର ସରକାର ୩ବର୍ଷ ହେଲା ନୀରବ ଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବ୍ରାହ୍ମଣୀ ନଦୀରେ ରାଷ୍ଟ୍ରୀୟ ଜଳମାର୍ଗ ପାଇଁ ଗାଇଡ୍‌ଲାଇନ ଅନୁଯାୟୀ ୩ଟି ସେତୁ ନିର୍ମାଣ କରାଯାଉଛି। ନିର୍ଦ୍ଦେଶ ମିଳିବା ପରେ ୨ ପୁରାତନ ସେତୁର ଉନ୍ନତୀକରଣ କରାଯିବ। ନୂତନ ପ୍ରସ୍ତାବିତ ସେତୁଗୁଡ଼ିକ ରାଷ୍ଟ୍ରୀୟ ଜଳମାର୍ଗ ଗାଇଡ୍‌ଲାଇନ ଅନୁଯାୟୀ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲାଗି ପ୍ରାୟ ବର୍ଷେ ତଳେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା। ତଥାପି କୌଣସି କାର୍ଯ୍ୟ ଆଗେଇ ନ ଥିବା ଜଣାପଡ଼ିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର

ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...

କାଳ ସାଜିଲା ଦ୍ରୁତ ଗତି ସହ ଖେଳ

କେନ୍ଦୁଝର.୧୮ା୩ – କେନ୍ଦୁଝର ସଦର ଥାନା ଅଧୀନ ବନାଯୋଡ଼ି ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକ ହେଲେ...

ଅସଲି ପୋଷାକରେ ନକଲି ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ‘ହାଲୋ ମୁଁ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶର୍ମିଷ୍ଠା କହୁଛି। ମୁଁ କୋଭିଡ୍‌-୧୯ ଡ୍ୟୁଟିରେ ସେଣ୍ଟ୍ରାଲ ଡେପୁଟେଶନରେ ଭୁବନେଶ୍ୱର ଆସିଛି। ମୋ ପାଇଁ ଗାଡି,...

ଏସ୍‌ସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ, ଗୁରୁବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର...

ରଜରେ ଭୁଟାନ ଲଟେରି ମାୟା

ନାଉଗାଁ,୧୬ା୬(ସ୍ବ.ପ୍ର.): ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜରେ ସମସ୍ତେ ଦୋଳି ଖେଳଠାରୁ ଆରମ୍ଭ କରି ପୁଚି, କବାଡି, ଲୁଡୁ ଆଦି ବିଭିନ୍ନ ପ୍ରକାର ଖେଳକୁଦର ମଜା ନେଉଛନ୍ତି।...

ସାଇକେଲରେ ତାମିଲନାଡୁରୁ ତେଲକୋଇ

ଢେଙ୍କାନାଳ ଅଫିସ, ୨୩ା୫-ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୈନ୍ୟର ଗୋଟିଏ ପରେ ଗୋଟିଏ ଚିତ୍ର ପଦାକୁ ଆସିବାରେ ଲାଗିଛି। ଅସମୟରେ କମ୍ପାନୀ ହାତ ଛାଡ଼ିଦେବା ପରେ...

ଜରାଶ୍ରମ ଖୋଜୁଛନ୍ତି ବଟକୃଷ୍ଣ

ଆରଡ଼ି, ୨୬।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରାପାଟଣା ଗଁାର ୮୦ ବର୍ଷୀୟ ବୃଦ୍ଧ ବଟକୃଷ୍ଣ ଜେନା ଏବେ ଏକୁଟିଆ ଅସହାୟ ଅବସ୍ଥାରେ ଦିନ...

ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ

ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍‌ଟର ହୋମ୍‌ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି...

Advertisement
Archives

Model This Week