ଅକଳରେ ଫସିଛି ୨ ବ୍ରିଜ୍‌: ୩ ବର୍ଷ ବିତିଲା, ଆରମ୍ଭ ହେଉନାହିଁ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୮।୮:ନଦୀରେ ଚାଲିବ ପଣ୍ୟବାହୀ ଜାହାଜ। ଶିଳ୍ପ ସମୃଦ୍ଧ ଅଞ୍ଚଳରୁ ଉତ୍ପାଦିତ ସାମଗ୍ରୀ, ବଡ଼ବଡ଼ ମେଶିନ ସହଜରେ ପରିବହନ ହେବ। ଏହାଦ୍ୱାରା କେବଳ ସମୟ ଅପଚୟକୁ ରୋକାଯାଇପାରିବ ତାହା ନୁହେଁ, ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ରାଜ୍ୟର ଦୁଇ ବୃହତ୍ତମ ନଦୀ ମହାନଦୀ ଏବଂ ବ୍ରାହ୍ମଣୀରେ ରାଷ୍ଟ୍ରୀୟ ଜଳମାର୍ଗ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ନିର୍ଦ୍ଦେଶ ପରେ ନଦୀରେ ନିର୍ମିତ ପୁରାତନ ଏବଂ ପ୍ରସ୍ତାବିତ ନୂତନ ବ୍ରିଜ୍‌ଗୁଡ଼ିକୁ ଜାହାଜ ଚଳାଚଳ ଅନୁକୂଳ କରାଯିବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଢେଙ୍କାନାଳ ଜିଲାରେ ୩ଟି ନୂତନ ବ୍ରିଜ୍‌ କାର୍ଯ୍ୟ ଆଗକୁ ବଢୁଛି। ତେବେ ଦୀର୍ଘ ୩ବର୍ଷ ହେଲା ରାଷ୍ଟ୍ରୀୟ ଜଳମାର୍ଗ କେବଳ ଘୋଷଣାରେ ସୀମିତ ରହିଥିବାବେଳେ ଅନ୍ୟ ୨ଟି ପୁରାତନ ସେତୁ ଅକଳରେ ଫସିଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହାର ଉଚ୍ଚତା ବୃଦ୍ଧି ହେବ କି ନାହିଁ, ଯଦି ବ୍ରିଜ୍‌ ଭଙ୍ଗାଯାଏ ତେବେ ଏହା କେତେ ଦିନ ମଧ୍ୟରେ ନିର୍ମାଣ ହେବ, ସେତିକି ଦିନ ଯାଏ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନର ବିକଳ୍ପ କ’ଣ ହେବ ଏପରି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି।

ବ୍ରାହ୍ମଣୀ ନଦୀ ମାର୍ଗରେ ଯୋଡ଼ିହେବ ଶିଳ୍ପ ସମୃଦ୍ଧ ଅନୁଗୋଳ-ଢେଙ୍କାନାଳ-ଯାଜପୁର ଜିଲା। ସମାନ୍ତରାଳ ଭାବେ ଓଡ଼ିଶାର ସର୍ବବୃହତ୍ତମ ନଦୀ ମହାନଦୀରେ ମଧ୍ୟ ଚାଲିବ ପଣ୍ୟବାହୀ ବୃହତ୍‌ ଜାହାଜ। ଏହି ଦୁଇନଦୀକୁ ରାଷ୍ଟ୍ରୀୟ ଜଳମାର୍ଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ୨୦୧୯ ଫେବୃୟାରୀ ୬ରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ରେ ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ରାଜ୍ୟର ପ୍ରଗତି ପାଇଁ ଜଳମାର୍ଗରେ ପରିବହନ ଆବଶ୍ୟକତା ରହିଛି। ଓଡ଼ିଶାରେ ବୃହତ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫,୦୦୦ କୋଟି ପୁଞ୍ଜିନିବେଶ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ। ଏହାପରେ ଜଳପଥରେ ଆମଦାନୀ, ରପ୍ତାନି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଥିଲା, ଯାହାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ ଶିଳ୍ପାଞ୍ଚଳବାସୀ। ଏହି ଘୋଷଣାକୁ ଇତିମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରସ୍ତାବିତ ରାଷ୍ଟ୍ରୀୟ ଜଳମାର୍ଗର ଗତି କୁଆଡ଼େ, ଏହା କେବେ କାର୍ଯ୍ୟକାରୀ ହେବ ଓ କେମିତି କାର୍ଯ୍ୟକାରୀ ହେବ ତାହାର ରୂପରେଖ ଅଦ୍ୟାବଧି ଅସ୍ପଷ୍ଟ ରହିଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏହାର ଉତ୍ତର ଅଦ୍ୟାବଧି ମିଳିନାହିଁ। ତେଣୁ ରାଷ୍ଟ୍ରୀୟ ଜଳମାର୍ଗ ଘୋଷଣା ଏକ ଭେଳିକି ବୋଲି ଢେଙ୍କାନାଳ ଜିଲାର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା ରାଷ୍ଟ୍ରୀୟ ଜଳମାର୍ଗ ଅଧିନିୟମ। ଏହାକୁ ତାଳଚେର-ଧାମରା ଜଳମାର୍ଗ-୫ ବୋଲି ନାମକରଣ କରାଯାଇଛି। ରେଳ, ସଡ଼କ ପଥରେ ପଣ୍ୟଦ୍ରବ୍ୟ ପରିବହନରେ ଅଧିକ ଖର୍ଚ୍ଚ ଓ ବୋଝ ପଡୁଥିବାରୁ ଏହାକୁ ଯଥାସମ୍ଭବ ହ୍ରାସ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ତଦନୁଯାୟୀ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର କାଲୁରିଆ ଏବଂ ଭୁବନ ବ୍ଲକର ଦିଘି ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ୨୦୫ କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କରାଯାଉଛି। ଜାହାଜ ଯେପରି ସୁବିଧାରେ ଚଳାଚଳ କରିପାରିବ, ସେଥିଲାଗି ଏହାର ଉଚ୍ଚତା ୯ ମିଟର ଏବଂ ଓସାର ୬୨.୭ କରାଯାଇଛି। ଅନୁରୂପ ଭାବେ ପରଜଙ୍ଗ ବ୍ଲକର ବଡକମରଠାରୁ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ମଧ୍ୟରେ ଏବଂ ତାଳଚେର ବହ୍ଲର ଛକରୁ ସରାଙ୍ଗ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ସେତୁ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପକୁ ନଜରରେ ରଖି ଗାଇଡ୍‌ଲାଇନ୍‌ ଅନୁଯାୟୀ ତିଆରି ଚାଲିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଓ କମଗରା ମଧ୍ୟରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ଗଁଦିଆ ବ୍ଲକ ମନ୍ଦାର ଓ ଭୁବନ ବ୍ଲକ ନୀଳକଣ୍ଠପୁର ମଧ୍ୟରେ ନିର୍ମିତ ବାଜି ରାଉତ ସେତୁର ଆବଶ୍ୟକ ପରିବର୍ତ୍ତନ କରାଯିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଶିଳ୍ପ, କୃଷି, ପର୍ଯ୍ୟଟନର ବିକାଶ ସାଙ୍ଗକୁ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ। ତାଳଚେରରେ ନିର୍ମାଣାଧୀନ ସାର କାରଖାନାରୁ ସାର, କୋଇଲା ସମେତ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ପରିବହନ କରାଯାଇପାରିବ। ତେବେ କେନ୍ଦ୍ର ସରକାର ୩ବର୍ଷ ହେଲା ନୀରବ ଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବ୍ରାହ୍ମଣୀ ନଦୀରେ ରାଷ୍ଟ୍ରୀୟ ଜଳମାର୍ଗ ପାଇଁ ଗାଇଡ୍‌ଲାଇନ ଅନୁଯାୟୀ ୩ଟି ସେତୁ ନିର୍ମାଣ କରାଯାଉଛି। ନିର୍ଦ୍ଦେଶ ମିଳିବା ପରେ ୨ ପୁରାତନ ସେତୁର ଉନ୍ନତୀକରଣ କରାଯିବ। ନୂତନ ପ୍ରସ୍ତାବିତ ସେତୁଗୁଡ଼ିକ ରାଷ୍ଟ୍ରୀୟ ଜଳମାର୍ଗ ଗାଇଡ୍‌ଲାଇନ ଅନୁଯାୟୀ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲାଗି ପ୍ରାୟ ବର୍ଷେ ତଳେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା। ତଥାପି କୌଣସି କାର୍ଯ୍ୟ ଆଗେଇ ନ ଥିବା ଜଣାପଡ଼ିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?