ପୁଣି ଡାକ୍ତରଖାନା ଛାତରୁ ଡେଇଁଲେ ରୋଗୀ, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୧୮ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ଭୋର୍‌ ସମୟରେ ଦୁର୍ଯ୍ୟୋଧନ ନାୟକ (୫୦) ନାମକ ଜଣେ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଡେଇଁ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସାରେ ଅବହେଳା ଓ ସୁରକ୍ଷା ଅଭାବରୁ ଏଭଳି ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ଚଣ୍ଡିଖୋଲରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ସେ ଅସୁସ୍ଥ ହେବାରୁ ନିଜ ଭଣଜାଙ୍କ ସହ ବସ୍‌ରେ ଗ୍ରାମକୁ ଯାଉଥିଲେ। ଢେଙ୍କାନାଳଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଣଜା ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦୁର୍ଯ୍ୟୋଧନଙ୍କୁ ଚିକିତ୍ସାଳୟର ୪ ମହଲାରେ ଥିବା ମେଡିସିନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କର  ରକ୍ତଚାପ ବୃଦ୍ଧି ପାଇଥିଲା। ଶଯ୍ୟା ନ ମିଳିବାରୁ ତାଙ୍କୁ ଚଟାଣରେ ଶୁଆଇ ସାଲାଇନ ଲଗା ଯାଇଥିଲା। ତାଙ୍କୁ ଜଗିଥିବା ତାଙ୍କ ଭଣଜାଙ୍କୁ ନିଦ ଲାଗିବାରୁ ସେ  ଶୋଇପଡ଼ିଥିଲେ। ଭୋର୍‌ ପ୍ରାୟ ୪ଟା ସମୟରେ ଦୁର୍ଯ୍ୟୋଧନ ୪ ମହଲାରୁ ଡେଇଁ ପଡ଼ିଥିଲେ। ସେ ତଳେ ଥିବା ଲୁହା ଗ୍ରୀଲ୍‌ ଉପରେ ପଡ଼ିବାରୁ ଏହା ତାଙ୍କ ଦେହରେ ଗଳି ଯାଇଥିଲା। ପାଟି ତୁଣ୍ଡ ଶୁଣି ତାଙ୍କ ଭଣଜା ନିଦରୁ ଉଠି ଦୁର୍ଯ୍ୟୋଧନଙ୍କୁ ଖୋଜାଖୋଜି କରି ତଳକୁ ଯାଇ ଦେଖନ୍ତି ତ ସେ ମରି ପଡ଼ିଛନ୍ତି। ଖବର ପାଇ ତାଙ୍କ ପରିବାର ଲୋକେ ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଛନ୍ତି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରୁ ଡେଇଁ ୪ ଜଣ ରୋଗୀ ମୃତ୍ୟୁବରଣ କଲେଣି।

ଗତ ୧୩ ତାରିଖରେ ମଧ୍ୟ ପରଜଙ୍ଗ ଅଞ୍ଚଳର ଜଣେ ରୋଗୀ ମୁଖ୍ୟ ଚିକିତ୍ସାଳୟର ୫ ମହଲାରୁ ଡେଇଁ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?