ପୁଣି ଡାକ୍ତରଖାନା ଛାତରୁ ଡେଇଁଲେ ରୋଗୀ, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୧୮ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ଭୋର୍‌ ସମୟରେ ଦୁର୍ଯ୍ୟୋଧନ ନାୟକ (୫୦) ନାମକ ଜଣେ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଡେଇଁ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସାରେ ଅବହେଳା ଓ ସୁରକ୍ଷା ଅଭାବରୁ ଏଭଳି ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ଚଣ୍ଡିଖୋଲରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ସେ ଅସୁସ୍ଥ ହେବାରୁ ନିଜ ଭଣଜାଙ୍କ ସହ ବସ୍‌ରେ ଗ୍ରାମକୁ ଯାଉଥିଲେ। ଢେଙ୍କାନାଳଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଣଜା ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦୁର୍ଯ୍ୟୋଧନଙ୍କୁ ଚିକିତ୍ସାଳୟର ୪ ମହଲାରେ ଥିବା ମେଡିସିନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କର  ରକ୍ତଚାପ ବୃଦ୍ଧି ପାଇଥିଲା। ଶଯ୍ୟା ନ ମିଳିବାରୁ ତାଙ୍କୁ ଚଟାଣରେ ଶୁଆଇ ସାଲାଇନ ଲଗା ଯାଇଥିଲା। ତାଙ୍କୁ ଜଗିଥିବା ତାଙ୍କ ଭଣଜାଙ୍କୁ ନିଦ ଲାଗିବାରୁ ସେ  ଶୋଇପଡ଼ିଥିଲେ। ଭୋର୍‌ ପ୍ରାୟ ୪ଟା ସମୟରେ ଦୁର୍ଯ୍ୟୋଧନ ୪ ମହଲାରୁ ଡେଇଁ ପଡ଼ିଥିଲେ। ସେ ତଳେ ଥିବା ଲୁହା ଗ୍ରୀଲ୍‌ ଉପରେ ପଡ଼ିବାରୁ ଏହା ତାଙ୍କ ଦେହରେ ଗଳି ଯାଇଥିଲା। ପାଟି ତୁଣ୍ଡ ଶୁଣି ତାଙ୍କ ଭଣଜା ନିଦରୁ ଉଠି ଦୁର୍ଯ୍ୟୋଧନଙ୍କୁ ଖୋଜାଖୋଜି କରି ତଳକୁ ଯାଇ ଦେଖନ୍ତି ତ ସେ ମରି ପଡ଼ିଛନ୍ତି। ଖବର ପାଇ ତାଙ୍କ ପରିବାର ଲୋକେ ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଛନ୍ତି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରୁ ଡେଇଁ ୪ ଜଣ ରୋଗୀ ମୃତ୍ୟୁବରଣ କଲେଣି।

ଗତ ୧୩ ତାରିଖରେ ମଧ୍ୟ ପରଜଙ୍ଗ ଅଞ୍ଚଳର ଜଣେ ରୋଗୀ ମୁଖ୍ୟ ଚିକିତ୍ସାଳୟର ୫ ମହଲାରୁ ଡେଇଁ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri