ଜଳବନ୍ଦୀଙ୍କୁ ଘାରୁଛି ସାପ ଭୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଏବେ ଓଡ଼ିଶାର ଉତ୍ତର ଓ ଉପକୂଳ ଜିଲାଗୁଡିକରେ ବନ୍ୟା ବିତ୍ପାତ ଦେଖାଦେଇଛି। ବହୁ ଗାଁ ପାଣି ଘେରରେ ଥିବାବେଳେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବିପନ୍ନ ମଣିଷ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ସମସ୍ୟା ସୃଷ୍ଟି ହୋଇଥିବାବେଳେ ସାପ କାମୁଡ଼ିବା ଆଶଙ୍କା ରହିଛି। ଅନ୍ଧାର ହେବା ମାତ୍ରେ ସାପ ଭୟ ଘାରୁଛି। ପାଣି ଭିତରେ, ଘରେ, ବାହାରେ ସବୁଠି ସାପ ପ୍ରତି ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି।

ସାଧାରଣତଃ ବନ୍ୟା ସମୟରେ ପାଣି ସାଙ୍ଗକୁ କାଳ ସାଜିଥାନ୍ତି ସାପ। ସାପମାନେ ସମୂହ ବିସ୍ଥାପିତ ହୋଇଥାନ୍ତି। ବନ୍ୟା ଜଳରେ ଭାସି ଭାସି ଏକ ଅଜଣା ସ୍ଥାନକୁ ଚାଲି ଯାଇଥାନ୍ତି। ତେଣୁ ଖାଦ୍ୟ ସଂଗ୍ରହ ପାଇଁ ସାପମାନଙ୍କୁ ଏଣେତେଣେ ବୁଲିବାକୁ ହୋଇଥାଏ। ଫଳରେ ସାପଙ୍କ ସହିତ ଅଧିକାଂଶ ସମୟରେ ମଣିଷଙ୍କ ମୁହାଁମୁହିଁ ବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜିଥାଏ। ଅନେକ ସମୟରେ ପାଣି ଘେରରୁ ଯେଉଁ ଢିପ ସ୍ଥାନକୁ ବା ନଦୀ ବନ୍ଧକୁ ମଣିଷମାନେ ଆଶ୍ରୟ ସ୍ଥଳ ଭାବରେ ବ୍ୟବହାର କରିଥାନ୍ତି, ସେହି ସ୍ଥାନକୁ ସାପମାନେ ସମାନ କାରଣ ପାଇଁ ଯାଇଥାନ୍ତି।

ଗାଁ, ଗହୀର ବା ସହର ତଳି ଅଞ୍ଚଳରେ ପାଣି ପଶିବା ଦ୍ୱାରା ସାପମାନେ ଜୀବନ ବଞ୍ଚାଇବା ପାଇଁ ଜନବସତି ଆଡ଼କୁ ଉଠି ଆସନ୍ତି। ଫଳରେ ସେଠାରେ ସାପମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ି ଯାଇଥାଏ। ଏପଟେ ରାସ୍ତାରେ ବନ୍ୟା ପାଣି ଚାଲିବା, ଘାଇ ବା ଅନ୍ୟ କୌଣସି କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। କାହାକୁ ସାପ କାମୁଡିଲେ, ତୁରନ୍ତ ହସ୍ପିଟାଲ ନେବା ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଅଧିକ ରୁହେ।

ଅନ୍ୟଏକ ଗୁରୁତର ସମସ୍ୟା ହେଲା, ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ଦିଆଯାଇଥାଏ। ମାତ୍ର ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ୨୦୧୫ ଜୁନ ୧ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ମାତ୍ର ବନ୍ୟା ପ୍ଳାବିତ ଅଞ୍ଚଳ ବା ବନ୍ୟାବେଳେ ସାପ କାମୁଡାରେ ମୃତ୍ୟୁ ଘଟିଲେ ଏହି ସହାୟତା ମିଳି ନ ଥାଏ। ସେହିପରି ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ। କିନ୍ତୁ ବନ୍ୟା ପ୍ଳାବିତ ଅଞ୍ଚଳରେ ସାପ କାମୁଡାରେ ମୃତ୍ୟୁ ହେଲେ ପରିବାର ଲୋକେ ଡାକ୍ତରଖାନା ନେଇ ବ୍ୟବଚ୍ଛେଦ କରାଇବା ସମ୍ଭବପର ହୋଇ ନ ଥାଏ। ଏନେଇ ସ୍ନେକ ହେଲ୍ପ ଲାଇନ୍‌ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଆଉଟିକେ ଅନୁକମ୍ପା ଦେଖାଇବା ଉଚିତ। କାରଣ ବନ୍ୟା ପାଇଁ ବା ସାପ କାମୁଡା ପାଇଁ ମୃତ ବ୍ୟକ୍ତିଜଣକ ଦାୟୀ ନୁହନ୍ତି। ତାହା ପ୍ରାକୃତିକ ଥିଲା। ତେଣୁ ସରକାର ରିଲିଫ କୋଡ୍‌ରେ ଆବଶ୍ୟକ ସଂଶୋଧନ କରି ବନ୍ୟା ସମୟରେ ଘଟୁଥିବା ସର୍ପାଘାତ ମୃତ୍ୟୁ କ୍ଷେତ୍ରରେ ସମାନ ଅନୁକମ୍ପା ରାଶି ଦେବା ପାଇଁ କେନ୍ଦ୍ରକୁ ଲେଖିବା ଉଚିତ।

ସତର୍କତା ଉପରେ ଗୁରୁତ୍ୱ ଦେଇ ଶୁଭେନ୍ଦୁ କୁହନ୍ତି, ବନ୍ୟା ପ୍ଳାବିତ ଜଳବନ୍ଦୀ ଅଞ୍ଚଳରେ ଘରକୁ ସାପ ନ ପଶିବା ପାଇଁ ଉପାୟ କିଛି ନାହିଁ। ଫିନାଇଲ, ବ୍ଲିଚିଂ ପାଉଡର ବା ଏସିଡ୍‌ ଆଦି କେମିକାଲ ପାଣିରେ କିଛି କାମ କରେନାହିଁ। ତେବେ ଘରକୁ ସୁରକ୍ଷା ଦେବା ପାଇଁ ନିହାତି ଆବଶ୍ୟକ ହେଲେ, ମାଛ ଜାଲ ବ୍ୟବହାର କରାଯାଇପାରିବ। ଜାଲ ଘେରେଇଦେଲେ ସାପମାନେ ଯିବାବେଳେ ଜାଲରେ ଛନ୍ଦି ହୋଇ ଆଉ ଘରକୁ ଯାଇ ପାରିବେ ନାହିଁ। ସେହିପରି ବାଡି ବଗିଚା ସଫା ରଖନ୍ତୁ। ସାପ ଯଦି ବା ପାଣିରୁ ଉଠି ଆସିବେ, ଲୁଚିବା ପାଇଁ ଯାଗା ନ ପାଇଲେ ପୁଣି ଫେରିଯିବେ। ସହରାଞ୍ଚଳରେ ମଧ୍ୟ ଜାଲ ବ୍ୟବହାର କଲେ ସୁଫଳ ମିଳିବ। ଜାଲରେ ଯଦି ସାପଟିଏ ଫସିଯାଏ, ତେବେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀଙ୍କ ସାହାଯ୍ୟ ନିଅନ୍ତୁ।

ଏ ନେଇ ଭୁବନେଶ୍ୱର ଏମ୍ସ ଫୋରେନସିକ ମେଡିସିନ୍‌ ଓ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ବନ୍ୟା ସମୟରେ ଯଥାସମ୍ଭବ ସାପଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ପାଣିରେ ନିହାତି ଯିବାକୁ ହେଲେ, ବାଡ଼ି ଧରି ଯାଆନ୍ତୁ। ଦଳ କିମ୍ବା ଆବର୍ଜନାକୁ ହାତରେ ନ କାଢ଼ି ବାଡ଼ିରେ କାଢନ୍ତୁ। ବିଷଧର ସାପ କାମୁଡି ଦେଲେ, ଘାଇ ବା ପାଣି ଭିତରେ ପହଁରି ଅତିକ୍ରମ କରନ୍ତୁ ନାହିଁ। ପହଁରିଲେ ଦେହରେ ରକ୍ତ ସଞ୍ଚାଳନ ବଢ଼ିଥାଏ, ବିଷ ମଧ୍ୟ ଶୀଘ୍ର ସଞ୍ଚରିଯାଏ। ଆକ୍ରାନ୍ତ ଲୋକଙ୍କୁ ଭେଳା ବା ଡଙ୍ଗା ଜରିଆରେ ପାଣି ପାର କରାନ୍ତୁ। ନିକଟରେ ଥିବା ଓଡ୍ରାଫ ବା ଅଗ୍ନିଶମ ବାହିନୀ ଯବାନଙ୍କ ସହାୟତା ନେଇପାରିବେ ବୋଲି ଡା. ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?