ଟ୍ରେନ୍ରେ ନିଆଁ, ଯାତ୍ରୀ ଆତଙ୍କିତ
ଲୋଇସିଂହା,୧୭ା୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍ ଜାମ୍ ହେବାରୁ ଟ୍ରେନ୍ ଧୂଆଁମୟ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ପଡ଼ିଥିଲେ। ଏହା ଜାଣି ଡ୍ରାଇଭର…
ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଫସିଗଲେ ୧୩ ମତ୍ସ୍ୟଜୀବୀ
ରାଜନଗର,୧୭ା୬(ଡି.ଏନ୍.ଏ.): ବଙ୍ଗୋପସାଗରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ କେନ୍ଦ୍ରାପଡ଼ା ଜିଲା ତାଳଚୁଆର ୧୩ ମତ୍ସ୍ୟଜୀବୀ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଆଜି ସୁରକ୍ଷିତ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ…
ବସିବ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ଭୁବନେଶ୍ବର,୧୭।୬(ବ୍ୟୁରୋ): ଆଜି ବସିବ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ବସିବ। ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ। ତେବେ ବୈଠକରେ ରାଜସ୍ବ ଏବଂ…
ପଣସ ଖାଇବାକୁ ଆସି ଜଣଙ୍କ ଜୀବନ ନେଲା ହାତୀ
ବିଶୋଇ,୧୭ା୬(ଡି.ଏନ୍.ଏ.): ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ବନାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଦେଓପଟା ବିଟ ଅଧୀନ ଦେଓପଟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଈ ହାତୀ ଉକ୍ତ ଗ୍ରାମକୁ ପଣସ ଖାଇବାକୁ ଆସିଥିବାବେଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ…
ସରିଲା ଖରାଛୁଟି, ସ୍କୁଲ ଆସିଲେ ପିଲା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଖରାଛୁଟି ସରିଥିବାରୁ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ ଖୋଲିଛି। ୧୧ ଦିନ ପରେ ଆଜି ସ୍କୁଲ ଆସିଛନ୍ତି ପିଲା। ଗତ ୬ ତାରିଖରୁ ରାଜ୍ୟରେ ଖରାଛୁଟି ଘୋଷଣା କରିଥିଲେ ସରକାର। ଗତ ଦୁଇ…
ବାଲିପ୍ଲଟ୍ର ଦୁଃଖ, ସଂଯୋଗ ରାସ୍ତା
ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍। ପ୍ରତିଦିନ ବାଲିପ୍ଲଟ୍କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ ରହିଛି ୧୦୬ଟି ମାଛଗଦି, ୧୪୮ଟି ଦୋକାନ ଘର, ପାରାଦୀପ ଡମ୍ପର ମାଲିକ ସଂଘ କାର୍ଯ୍ୟାଳୟ,…
ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ
ରଘୁନାଥପୁର,୧୭ା୬(ଡି.ଏନ୍.ଏ.): ଭତ୍ତା ତାଲିକାକୁ ସାର୍ବଜନୀନ କରିବା ଓ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରଘୁନାଥପୁର ବ୍ଲକରେ ମଧୁବାବୁ ପେନସନ ଯୋଜନାରେ…
ଚାଲିପାରୁନି ସରକାରୀ ସମୁଦ୍ର ଘୋଡ଼ା
ପାରାଦୀପ,୧୭ା୬(ସ୍ବ.ପ୍ର.): ସମୁଦ୍ରରେ ବହିରାଗତ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ, ସାମୁଦ୍ରିକ ପାଟ୍ରୋଲିଂ, ଉପକୂଳ ମିଳିତ ସମରାଭ୍ୟାସ, ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା, ବିପଦରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର, ଆଦି କାମ କରୁଥିବା ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଏମ୍ଏଲ୍ସି ହର୍ଷ(ମେରାଇନ ଲଞ୍ଚ ସି ହର୍ଷ)…
ଟାର୍ଗେଟ ପୂରୁଛି, ଋଣ ମିଳୁନି
ପୁରୀ ଅଫିସ,୧୭।୬: ପୁରୀ ଜିଲା ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଓ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ପୁରୀ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରିକ ପ୍ରଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ…
‘ବିଦ୍ୟୁତ୍ ସଂଯୋଗ ନ ଦେଲେ ରାସ୍ତାରୁ ଉଠିବୁ ନାହିଁ’
ଉଦଳା,୧୭ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ ଉର୍ଦ୍ଧ୍ୱ ପରିବାର ଶୁକ୍ରବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କପ୍ତିପଦା ଗୋଲେଇ ଛକ ନିକଟରେ ଥିବା ଉଦଳା ବାଲେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଦୀର୍ଘ ୩ ବର୍ଷ…
ଆଜି ରାଜ୍ୟରୁ ୨୫ ପଜିଟିଭ୍ ଚିହ୍ନଟ, ୧୨,୮୮,୭୬୨ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୭୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫ ଜଣ ଚିହ୍ନଟ ହୋଇଥିବା…
ଜୀବିତ ୧୧ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ
ରାଜନଗର, ୧୭ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ବଞ୍ଚତ୍ଥିବା ୧୧ ଜଣ ଲୋକଙ୍କୁ ସରକାରୀ ଦସ୍ତାବିଜରେ ଚଞ୍ଚକତା କରି ମୃତ ଦର୍ଶାଇ ଶବ ସଂସ୍କାର ବାବଦ ହରିଶ୍ଚନ୍ଦ୍ର ଟଙ୍କାକୁ ସରକାରୀ କର୍ମଚାରୀ ନେଇଯାଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା…
Archives


