୨ ମାସରେ ପ୍ରସ୍ତାବିତ ଖଣିର ସ୍ଥିତି ଜଣାଅ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ଖଣିଗୁଡ଼ିକ ନିଲାମ ପରେ ଉତ୍ତୋଳନ କରିବା ନେଇ ଅନେକ ସମୟ ଗଡ଼ିଯାଉଛି। ତେଣୁ ପ୍ରସ୍ତାବିତ ଖଣିଗୁଡ଼ିକର ବାସ୍ତବିକ ସ୍ଥିତି କ’ଣ ସେ ସମ୍ପର୍କରେ ଏକ ସାର୍ଟିଫିକେଟ ଦେବାକୁ ଖଣି ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ରହିଛି। ହେଲେ ଏହି ସାର୍ଟିଫିକେଟ ମିଳିବାରେ ଡେରି ହେଉଛି ଏବଂ ଖଣିଜ ଉତ୍ତୋଳନରେ ମଧ୍ୟ ବିଳମ୍ବ ଘଟୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖଣିର ସ୍ଥିତି ସମ୍ପର୍କରେ ସାର୍ଟିଫିକେଟ ଦେବାକୁ ୨ ମାସ ଅବଧି ଧାର୍ଯ୍ୟ କରିଛନ୍ତି। ଯଦି ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଷ୍ଟାଟସ୍‌ ସାର୍ଟିଫିକେଟ ଦେବାରେ ବିଫଳ ହୁଅନ୍ତି, ତେବେ ପ୍ରକଳ୍ପ ପ୍ରସ୍ତାବ ନ୍ୟାଶନାଲ ମିନେରାଲ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ସେକ୍ରେଟାରିଏଟ୍‌ରେ ଥିବା ଟେକ୍ନିକାଲ ଆଣ୍ଡ୍‌ କଷ୍ଟ କମିଟି(ଟିସିସି)ରେ ବୈଷୟିକ ଓ ଆର୍ଥିକ ମୂଲ୍ୟାଙ୍କନ ପାଇଁ ଉପସ୍ଥାପନ କରାଯିବ। ତେବେ ପ୍ରସ୍ତାବିତ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ରାଜ୍ୟ ସରକାରଙ୍କ ଖଣି ବିଭାଗକୁ ଟିସିସି ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରାଯିବ। ସେଠାରେ ବୈଷୟିକ ମୂଲ୍ୟାୟନ ସମୟରେ ରାଜ୍ୟ ସରକାରଙ୍କ ଖଣି ବିଭାଗ କିମ୍ବା ସଂସ୍ଥା ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ସ୍ଥିତି ସମ୍ପର୍କରେ ଜଣାଇପାରିବେ। ବୈଷୟିକ-ଆର୍ଥିକ ସୁବିଧାକୁ ଦେଖି ଖଣିଜ ଉତ୍ତୋଳନ ପାଇଁ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ଉତ୍ତୋଳନ ପୂର୍ବରୁ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ ଲିମିଟେଡ୍‌ କିମ୍ବା ରାଜ୍ୟ ସରକାରଙ୍କ ଖଣି ବିଭାଗ/ନିର୍ଦ୍ଦେଶାଳୟ ଅନୁମୋଦନ ଦିଆଯାଇଥିବା ଖଣି ଅଞ୍ଚଳକୁ କୌଣସି ଲିଜ୍‌ ଦିଆଯାଇନାହିଁ ଏବଂ କେନ୍ଦ୍ର, ରାଜ୍ୟ କିମ୍ବା କୌଣସି ଘରୋଇ ସଂସ୍ଥା ଦ୍ୱାରା ଉତ୍ତୋଳନ କରାଯାଉଥିବା ନିଶ୍ଚିତ କରିବେ। ଦେଶର ଆର୍ଥିକ ବିକାଶ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଦେଶରେ ଖଣିଜ ଉତ୍ତୋଳନକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ନ୍ୟାଶନାଲ ମିନେରାଲ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ଗଠନ କରିଛନ୍ତି। ଦେଶରେ ବିଭିନ୍ନ ଖଣିଜ ଉତ୍ତୋଳନ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନୋଟିଫାଏଡ୍‌ ଏକ୍ସପ୍ଲୋରେଶନ ଏଜେନ୍ସିଗୁଡିକୁ ଏନ୍‌ଏମ୍‌ଇଟି ପାଣ୍ଠି ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲାଗୁ ହେଲା କଟକଣା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଜରିମାନା

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲଗାଯାଉଛି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା କରାଯିବ।...

ଆଜି ରାଜ୍ୟରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ଖବରଦାତାଙ୍କ ମୃତ୍ୟୁ ହେଲେ ୪ ଲକ୍ଷ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): କାର୍ଯ୍ୟରତ ଖବରଦାତାଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ‘ଓଡିଶା ରାଜ୍ୟ କାର୍ଯ୍ୟରତ ଖବରଦାତା କଲ୍ୟାଣ ପାଣ୍ଠି ରୁଲ-୨୦୦୬’କୁ ସଂଶୋଧନ କରିଛନ୍ତି। ଏଥିସହ...

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ତେଲ ଦର ବଢୁଛି, ଟିକସ କମୁନି

ଭୁବନେଶ୍ୱର,୧୧।୨: ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ଫଳରେ ବୁଧବାର ଇନ୍ଧନ ଦର ସର୍ବୋଚ୍ଚ ସ୍ତର ଛୁଇଁଛି। ରାଷ୍ଟ୍ରାୟତ୍ତ...

ଛଟେନପାଲିଠାରେ ଡିଏଭି ପକ୍ଷରୁ ବିଦ୍ୟାଳୟ ଖୋଲାଯିବା ନେଇ ଚୁକ୍ତି

ସୁନ୍ଦରଗଡ, ୪ା୯ (ଡି.ଏନ୍‌.ଏ.) ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଏକ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସକାଶେ...

ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦ ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।...

୧୧ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବଙ୍ଗୋପସାଗରର ଉତ୍ତର ଦିଗରେ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ...

Advertisement
Archives

Model This Week