‘ୱାର୍ଲଡ ସ୍କିଲ୍‌ ସେଣ୍ଟର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ହେବ’

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ୱାର୍ଲଡ ସ୍କିଲ୍‌ ସେଣ୍ଟର(ଡବ୍ଲ୍ୟୁଏସ୍‌ସି) ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ। ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି। ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ଭାବେ ଉଭା ହେବ। ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ଆଗକୁ ରାଜ୍ୟର ସରକାରୀ ଆଇଟିଆଇଗୁଡ଼ିକରେ ମଧ୍ୟ ଏହିଭଳି ଉନ୍ନତମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ତେବେ ତାଙ୍କ ଗସ୍ତ ସମୟରେ ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ୱାର୍ଲଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌ ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଥିବାରୁ ଏଠାରେ କାର୍ଯ୍ୟକରୁଥିବା ଏହାର ଅଧିକାରୀମାନଙ୍କ ସହ କଥାହେବା ସହ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ୱାର୍ଲଡ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି। ୫-ଟି ସଚିବ ପାଣ୍ଡିଆନ ବିୟୁଟି ୱେଲ୍‌ନେସ୍‌ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେଶନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ନିଉମାଟିକ, ଅଟୋମେଶନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିଶନିଙ୍ଗ ଓ ରେଫ୍ରିଜରେଶନ ଲାବ୍‌ ପରିଦର୍ଶନ କରି ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ୨୦୨୩ ସୁଦ୍ଧା ୱାର୍ଲଡ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେଶନ ଏବଂ ୨୦୨୪ ମଧ୍ୟରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍‌ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍‌ ରୂପେ କାର୍ଯ୍ୟ କରିବ। ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ରେଘୁ ଜିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ...

ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌...

ସାରଥିଙ୍କ ନିର୍ଦ୍ଦେଶରେ ରଥ ଚଳାନ୍ତି ଅଶ୍ୱ

ପୁରୀ ଅଫିସ,୨୬ା୬: ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ କରାଯାଏ। ପବିତ୍ର ଘୋଷଯାତ୍ରାରେ ଏହି ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ...

ଶ୍ରାବଣରେ ମୁଣ୍ଡଫଟା ଖରା, ମରୁଡି ଆଶଙ୍କା

ଖଣ୍ଡପଡା,୨୪ା୭(ସ୍ବ.ପ୍ର.): ଗତ କିଛିଦିନ ହେବ ନୟାଗଡ଼ ଜିଲାରେ ବର୍ଷା ଉଭାନ ହୋଇଯାଇଛି। ଏହାକୁ ନେଇ ଚାଷୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି ା ମୌସୁମୀ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣରେ ସମ୍ପ୍ରତି ବିଦେଶୀ ପକ୍ଷୀମାନଙ୍କ କଳରବ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଶହ ଶହ ସଂଖ୍ୟାରେ ମଙ୍ଗୋଲିଆ ପକ୍ଷୀ...

ମଣ୍ଡିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲାରେ ଧାନ କିଣାବିକା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରିନାହିଁ। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ। ସେହିଭଳି ଧାନଚାଷ ହୋଇଥିଲେ...

କାର୍‌ ଉପରେ ପଡ଼ିଗଲା ଗଛ

ପାଟଣା,୨୮।୧(ସ୍ବ. ପ୍ର.): ଦୁର୍ଘଟଣା ଏମିତି ବି ହୁଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ...

ଓଡ଼ିଶାରେ କରୋନା

ଭୁବନେଶ୍ୱର,୧୬।୩ (ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଛି ପ୍ରଥମ କରୋନା ଭାଇରସ୍‌ ପଜିଟିଭ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ଥାନୀୟ ବଡଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ...

Advertisement
Archives

Model This Week