ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୨୫।୪: ପୁରୀରେ ପଞ୍ଚମ ପର୍ଯ୍ୟାୟ ରଥକାଠ ସୋମବାର ପହଞ୍ଚିଛି। ଦୁଇଟି ଟ୍ରକରେ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ୧୧୪ ଖଣ୍ଡ ରଥକାଠ ଆସିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୮ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ରଥକାଠ…
ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର…
ଭାବି ସ୍ବାମୀଙ୍କ ମୃତ୍ୟୁ ସହି ନ ପାରି ଆତ୍ମହତ୍ୟା କଲେ ଯୁବତୀ
ଛତ୍ରପୁର,୨୫ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…
ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ବିଦ୍ୟୁତ୍ କାଟ୍ ସମସ୍ୟା ଦେଖାଦେଇଥିବା ବେଳେ…
ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର
ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍ଏଫ୍ରେ କାର୍ଯ୍ୟରତ ଯବାନ ଏମ୍ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।…
ଆଜି ରାଜ୍ୟରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା…
ବସ୍ ଜାଳିଦେଲେ ମାଓବାଦୀ
ମାଲକାନଗିରି,୨୫ା୪(ଡି.ଏନ୍.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟାଠାରୁ ୧୫ କିଲୋମିଟର ଦୂରରେ ଏକ ଯାତ୍ରୀବାହୀ ବସ୍ରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି।…
ବାପ-ପୁଅଙ୍କୁ ଗୁଳିମାଡ଼
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ ଫେରୁଥିବା…
ଜିଆର୍ଏସ୍ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍ଏସ୍ଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ୍ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରଘୁନାଥପୁର…
ନମୁନା ପରୀକ୍ଷାର ଦିନକ ପରେ ମିଳୁଛି ରୋଗୀ ସେବା
ଜଗତ୍ସିଂହପୁର ଅଫିସ, ୨୫ା୪: ଜଗତ୍ସିଂହପୁର ଜିଲା ପ୍ରାଣୀଧନ ଚିକିତ୍ସାଳୟକୁ ପ୍ରାଣୀଙ୍କ ଚିକିତ୍ସା ଓ ନମୁନା ପରୀକ୍ଷା ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଲୋକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ସେବା ମିଳିପାରୁନାହିଁ। ବିଶେଷକରି ଗୋବର, ପରିସ୍ରା ଆଦି ପରୀକ୍ଷା ପାଇଁ ନମୁନା ଦେବାକୁ…
ଉଦ୍ଘାଟନ ପୂର୍ବରୁ ଦୁର୍ବୃତ୍ତ ଭାଙ୍ଗିଲେ ଫଳକ
ନୂଆଗାଁ, ୨୫।୪ (ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକରେ ଶାସକ ଦଳର ଗୋଷ୍ଠୀକନ୍ଦଳ ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ପରିଣାମ ସ୍ବରୂପ ଉଦ୍ଘାଟନ ପୂର୍ବରୁ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକ ପ୍ରତିନିଧିଙ୍କ ନାମ ଲେଖା ଯାଇଥିବା ଫଳକକୁ…
ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି
ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍.ଏ.): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଗ୍ରୀଷ୍ମ ପ୍ରବାହ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଗଜପତି ଜିଲା ଏମିତି ଏକ ଭୌଗୋଳିକ ସ୍ଥିତିରେ ଅବସ୍ଥିତ, ଯଦ୍ଦ୍ବାରା…
Archives


