ଦେଖିବାକୁ ମିଳୁନି ବିଜୁ ଗାଁ ଗାଡ଼ି

କଟକ ଅଫିସ, ୧୧।୧୦: ରାଜ୍ୟର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୪ ଫେବୃୟାରୀରେ ବିଜୁ ଗଁା ଗାଡ଼ି ଯୋଜନା ଆରମ୍ଭ କରିଥିଲେ। ବିଶେଷକରି ରାଜ୍ୟର ଉପାନ୍ତ ଅଞ୍ଚଳର ଅର୍ଥନୈତିକ ଉନ୍ନତି କରିବା ସହ ଗ୍ରାମାଞ୍ଚଳରେ ବାସ କରୁଥିବା ଯୁବବର୍ଗ ସହଜରେ କିପରି ସହର ସହିତ ଯୋଡ଼ି ହୋଇପାରିବେ ସେହି ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଗାଁ ଗାଡ଼ି ଅନେକ ସ୍ଥାନରେ ଏବେ ଦେଖିବାକୁ ମିଳୁନି। ଅପରପକ୍ଷରେ କରୋନା ଯୋଗୁ ବିଜୁ ଗାଁ ଗାଡ଼ି ଚଳାଉଥିବା ମାଲିକମାନେ ନେଇଥିବା ଋଣର ଇନ୍‌ଷ୍ଟଲ୍‌ମେଣ୍ଟ ଏବଂ ଟ୍ୟାକ୍ସ ଦେଇ ନ ପାରିବାରୁ ଗାଡ଼ିଗୁଡ଼ିକ ବନ୍ଦ ହୋଇଯାଇଥିବା ବିଭାଗୀୟ ଅଧିକାରୀ କହୁଛନ୍ତି।
ସୂଚନାଯୋଗ୍ୟ, ନିଯୁକ୍ତି ନ ପାଇ ବେକାର ଥିବା କିମ୍ବା ବ୍ୟବସାୟ ଅପେକ୍ଷାରେ ଥିବା ଯୁବତୀଯୁବକମାନଙ୍କୁ ବିଜୁ ଗାଁ ଗାଡ଼ି ଯୋଜନାରେ ୫ପ୍ରତିଶତ ସବ୍‌ସିଡିରେ ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା। ସେହି ଋଣରେ ବସ୍‌, ମିନିବସ୍‌, ଟ୍ୟାକ୍ସି କ୍ରୟ କରି ରାଜ୍ୟର ଉପାନ୍ତ ଅଞ୍ଚଳରେ ପରିବହନ ସେବା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ୫ବର୍ଷ ପର୍ଯ୍ୟନ୍ତ ସରକାର ଟ୍ୟାକ୍ସ ଓ ପର୍‌ମିଟ୍‌ ଫି’ ମଧ୍ୟ ଛାଡ଼ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଥିଲା। କୋରାପୁଟ ଜିଲାରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କୋରାପୁଟ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ଫୁଲବାଣୀ, ଗଜପତି, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲାର ୧୧୮ ବ୍ଲକର ୧୩୦ଟି ରୁଟ୍‌ରେ ଗମନାଗମନ ସହ ପରିବହନ ସୁବିଧା କରାଯାଇଥିଲା। ଏପରି କି ୨ୟ ପର୍ଯ୍ୟାୟରେ ମାଓବାଦୀ ପ୍ରଭାବିତ ଅଞ୍ଚଳର ୫ଟି ଜିଲା ଦେବଗଡ଼, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରର ଆଉ ୨୮ଟି ରୁଟରେ ୩୦ଟି ବସ୍‌ ରାଜ୍ୟ ସଡ଼କ ପରିବହନ ବିଭାଗରୁ ଯୋଗାଇ ଦିଆଯାଇଥିଲା। ଏପରି କି ଏହି ଯୋଜନାକୁ ସଫଳ ରୂପାୟନ କରିବା ଦାୟିତ୍ୱ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ହେଲେ ବିଜୁ ଗାଁ ଗାଡ଼ି ଏବେ ପ୍ରାୟତଃ ଦେଖିବାକୁ ମିଳୁ ନ ଥିବାବେଳେ କେଉଁ ଜିଲାରେ କେତେ ସଂଖ୍ୟାରେ ବିଜୁ ଗାଁ ଗାଡ଼ି ଗଡ଼ୁଛି ସେନେଇ ତଥ୍ୟ ବିଭାଗ ପାଖରେ ନାହିଁ। ଏପରି କି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାର ନବୀକରଣ କରିବା ନେଇ କୌଣସି ଦୃଷ୍ଟି ଦେଇ ନ ଥିବା ଜଣାଯାଇଛି। ଫଳରେ ଯୋଜନା ସଫଳ ହେବା ପୂର୍ବରୁ ବାଟବଣା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ପ୍ରସନ୍ନ କୁମାର ଦାସଙ୍କ କହିବା ହେଲା, ବିଭାଗୀୟ ରେକର୍ଡ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲାରେ ୨୦୧୪ରେ ଏକଶହରୁ ଊର୍ଦ୍ଧ୍ୱ ଛୋଟବଡ଼ ଗାଡ଼ି ଚାଲିଥିଲା। ଏହି ଯୋଜନାରେ ଅଧିକାଂଶ ପାହାଡ଼ିଆ ଅଞ୍ଚଳକୁ ଗମନାଗମନର ସୁବିଧା କରାଯାଇଥିଲା। ଯୋଜନା ପୂରା ପାଞ୍ଚ ବର୍ଷ ହେବା ପୂର୍ବରୁ ଅଧିକାଂଶ ଗାଡ଼ିମାଲିକ ଯୋଜନାରୁ ମୁହଁ ଫେରାଇଥିଲେ। ବିଭାଗ ପକ୍ଷରୁ ଉଦ୍ୟମ କରାଯାଇ ଜିଲାର ଲମତାପୁଟ, ଦଶମନ୍ତପୁର ଭଳି ଦୁର୍ଗମ ଅଞ୍ଚଳକୁ ତିନୋଟି ଗାଡ଼ି ଚଳାଚଳ କରୁଥିଲା। ପ୍ରାୟତଃ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଜିଲାରେ ଆଉ ଗୋଟିଏ ହେଲେ ବିଜୁ ଗାଁ ଗାଡ଼ି ଚଳପ୍ରଚଳ କରୁନାହିଁ କି ସଚେତନତା ଅଭାବରୁ ଗାଡ଼ି ମାଲିକମାନେ ଯୋଜନାରେ ସାମିଲ ହେବାକୁ ରାଜି ହେଉନାହାନ୍ତି। ଫଳରେ ଏହି ଯୋଜନାରେ ଏବେ ଜିଲାରେ ଗୋଟିଏ ହେଲେ ଗାଡ଼ି ଚାଲି ପାରୁନାହିଁ ବୋଲି ଦାସ କହିଛନ୍ତି। ସେହିପରି ସୁନ୍ଦରଗଡ଼ ଆର୍‌ଟିଓ ସୁକାନ୍ତ କୁମାର ଦାସଙ୍କ କହିବା ହେଲା, ଏହି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ବିଜୁ ଗାଁ ଗାଡ଼ି ଚାଲିଥିଲା। ଏବେ କେତୋଟି ରୁଟ୍‌ରେ ପ୍ରାୟ ୧୦ଟିି ଛୋଟ ଟାଟା ମ୍ୟାଜିକ୍‌ ଗାଡି ଚାଲୁଛି। ଯୋଜନାର ଠିକ ପୁନଃ ପଞ୍ଜିକରଣ ନେଇ ବିଭାଗ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦେଶନାମା ହୋଇ ନ ଥିବାରୁ ଆବେଦନକାରୀଙ୍କୁ ଠିକ ତଥ୍ୟ ଦିଆଯାଇ ପାରୁନାହିଁ। ଫଳସ୍ବରୂପ ବିଜୁ ଗାଁ ଗାଡ଼ି ସଂଖ୍ୟା ବଢ଼ି ପାରୁ ନାହିଁ।
ଏ ସମ୍ପର୍କରେ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କୁ ପଚରାଯିବାରେ ଅଧିକାଂଶ ଜିଲାରେ ବିଜୁ ଗାଁ ଗାଡ଼ି ବନ୍ଦ ହୋଇଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କୁ ଏହି କାର୍ଯ୍ୟକ୍ରମ ଲାଗୁ କରିବାକୁ ଦାୟିତ୍ୱ ଦିଆଯାଇଥିବାବେଳେ ଏହାକୁ ଅନୁଧ୍ୟାନ କରିବାକୁ ଦାୟିତ୍ୱ ମିଳି ନ ଥିବାରୁ ଅଧିକାଂଶ ସ୍ଥାନରେ ବିଜୁ ଗାଁ ଗାଡ଼ି ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ହେଲେ କେତେ ସଂଖ୍ୟାରେ ଗାଡ଼ି ବନ୍ଦ ହୋଇଛି, ସେନେଇ ବିଭାଗ ନିକଟରୁ ତଥ୍ୟ ମିଳିପାରିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri