ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଭୁବନେଶ୍ୱର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ ସୋମବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାନସଙ୍କ ଭୁବନେଶ୍ୱରସ୍ଥିତ ସରକାରୀ କାର୍ଯ୍ୟାଳୟ, ଜଗତ୍‌ସିଂହପୁର ଜିଲା କୁଜଙ୍ଗ ନିକଟ ଗାଣ୍ଡିକାପୁରସ୍ଥିତ ସମ୍ପର୍କୀୟ ଘର ଓ କଟକ ଜିଲା ସାଲେପୁରସ୍ଥିତ ବନ୍ଧୁଙ୍କ ଘର ସମେତ ୭ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୭ଟି ଟିମ୍‌ରେ ୩ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର, ୨ଜଣ ସବ୍‌-ଇନ୍ସପେକ୍ଟର, ୫ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି। ଚଢ଼ାଉ ସହ ଯାଞ୍ଚ ଜାରି ରହିଥିବାବେଳେ ମାନସ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ମାନସଙ୍କ ବ୍ୟାଙ୍କ ଓ ଜୀବନବୀମା ପଲିସିରେ ୧.୪୬ କୋଟି ଟଙ୍କା ଜମାରାଶି ରହିଛି। କଟକ ସିଡିଏ ସେକ୍ଟର-୭ରେ ପ୍ଲଟ ନଂ.ଇ/୧୨୧ରେ ଥିବା ୩ ମହଲା କୋଠା, ଜଟଣୀ କଣ୍ଟିଲୋସ୍ଥିତ ସୃଷ୍ଟି ପ୍ଲାଜା ଆପାର୍ଟମେଣ୍ଟରେ ଥିବା ୨୨.୭୬ ଲକ୍ଷ ଟଙ୍କାର ଗୋଟିଏ ଫ୍ଲାଟ୍‌, କଟକ ଜିଲା ସାଲେପୁରସ୍ଥିତ ଚମ୍ପତିପାଟଣାରେ ଥିବା ଏକ ମହଲା କୋଠା ଠାବ ହୋଇଛି। ଭିଜିଲାନ୍ସର ଟେକ୍‌ନିକାଲ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି। ସେହିପରି ତାଙ୍କ ନାମରେ କଟକ ଜିଲା ଫୁଲନଖରା ଓ ଖୋର୍ଦ୍ଧା ଜିଲା ନାରଣଗଡ଼ରେ ଗୋଟିଏ ଲେଖାଏ ୨ଟି ପ୍ଲଟ୍‌ ମଧ୍ୟ ରହିଛି। କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ନଗଦ ୫୪ ହଜାର ୪୭ ଟଙ୍କା, ୧୨.୬୪ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ, ୨.୬୧ ଲକ୍ଷ ଟଙ୍କାର ୪ଟି ବାଇକ, ୩.୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫.୩୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ କରାଯାଇଛି। ଏସବୁ ସମ୍ପତ୍ତିର ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବା ଆକଳନ କରାଯାଇଛି। ତେବେ ମାନସଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ...

ପଦ୍ମପୁର ବିଧାୟକଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ...

ମାଲ ବୋଝେଇ ଟ୍ରକ୍‌ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ

ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍‌ ବୋଝେଇ ଟ୍ରକ୍‌ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ...

ପଣ୍ୟ ବୋଝେଇ ପରିବହନରେ ରେକର୍ଡ

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ପୂର୍ବରୁ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ ଶେଷ...

ବାପ-ପୁଅଙ୍କୁ ହତ୍ୟା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଟାଉନ ଥାନା ଅଧୀନ ରୁହୁଣିଆ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ...

ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ...

ମାଣ୍ଡିଆପଲ୍ଲୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୬ ବର୍ଷ...

Advertisement
Archives

Model This Week