‘ଖବରକାଗଜ ବ୍ୟକ୍ତିଙ୍କୁ ସୃଜନଶୀଳ କରିଥାଏ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଆଜିର ସମୟରେ ଗଣମାଧ୍ୟମର ଗୁରୁତ୍ୱ ବଢିଛି। ହେଲେ ଖବରକାଗଜ ଚଳାଇବା ଏକ କଠିନ କାମ ପାଲଟିଛି। ଯେଉଁ ଗଣମାଧ୍ୟମ ବିଭିନ୍ନ ପରିସ୍ଥିତି ଦେଇ ନିଜକୁ ପ୍ରତିଷ୍ଠିତ କରିପାରିବ, ତା’ର ବିଶ୍ବସନୀୟତା ବଢିବ। ଯଦି ଗଣମାଧ୍ୟମ କୌଣସି ବ୍ୟବସାୟିକ ମଡେଲ ଭିତରେ ନିଜକୁ ସୀମିତ ରଖିବ, ତେବେ ଆଜି ନ ହେଲେ କାଲି କେହି ତାହାକୁ କିଣିବା ଲାଗି ଚାଲିଆସିବେ ବୋଲି ବରିଷ୍ଠ ସାମ୍ବାଦିକ ତଥା ରାଜନେତିକ ସମୀକ୍ଷକ ପୁଣ୍ୟ ପ୍ରସୂନ ବାଜପେୟୀ କହିଛନ୍ତି। ମଙ୍ଗଳବାର ରେଳ ଅଡିଟୋରିୟମ୍‌ଠାରେ ସମ୍ବାଦର ୩୮ତମ ଓ କନକ ନ୍ୟୁଜ୍‌ର ତ୍ରୟୋଦଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଜପେୟୀ କହିଲେ, ଟେଲିଭିଜନ ଆପଣଙ୍କ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ମାତ୍ର ଖବରକାଗଜରେ ପ୍ରକାଶିତ ହେଉଥିବା ଶବ୍ଦ ଜଣେ ବ୍ୟକ୍ତିକୁ ସୃଜନଶୀଳ କରିଥାଏ। କଂଗ୍ରେସ ସମୟରେ ଗଣମାଧ୍ୟମକୁ ଉପଦେଶାବଳୀ ଆସୁଥିଲା, ଏବେ ସଂମ୍ପାଦକ ହିଁ ନିଜେ ସରକାର ହୋଇଯାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ହଲ୍‌ରେ ଛିଡା ହୋଇ ସଂସଦରେ ଯେତେ ଦାଗୀ ସାଂସଦ ଓ ନେତା ରହିଛନ୍ତି ସେମାନଙ୍କ ମାମଲା ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ୨୦୧୯ରେ ନିର୍ବାଚିତ ଦାଗୀ ନେତାଙ୍କ ସଂଖ୍ୟା ୨୦୧୪ ତୁଳନାରେ ବଢିଗଲାଣି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବି ମଜାରେ ପରିଣତ ହୋଇଗଲାଣି। ଏଭଳି ପରିସ୍ଥିତିରେ ଖବରକାଗରେ ପ୍ରକାଶିତ ହେଉଥିବା ସମ୍ପାଦକୀୟ, ସିବିଆଇ, ଇଡିରେ ରେଡ୍‌କୁ ଲୋକେ ମଜାରେ ନେବା ଆରମ୍ଭ କରିଦେବେ ବୋଲି ବାଜପେୟୀ କହିଛନ୍ତି। ଉତ୍ସବରେ ସଭାପତିତ୍ୱ କରି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିଜ୍ଞାପନଦାତା ଖବରକାଗଜର ନିୟନ୍ତ୍ରକ ହେବା ଉଚିତ୍‌ ନୁହେଁ, ଗ୍ରାହକମାନେ ଖବରକାଗଜର ମାଲିକ ହେବା ଦରକାର। କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଉପସ୍ଥିତ ଥିଲେ। ଫିଚର ସମ୍ପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri