ନିଶା ଦେଇ ନଗ୍ନ ଭିଡିଓ କରିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ୫ ଦିନ ବିତିଛି। ଦିନ ବଢ଼ିବା ସହ ଏହି ବ୍ଲାକ୍‌ମେଲ୍‌ରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲର ଶିକାର ହୋଇଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା କପି ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଚ୍ଚନା କିପରି ତାଙ୍କୁ ୩ କୋଟି ଟଙ୍କା ମାଗିବା ସହ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେବାକୁ ହତ୍ୟା ଧମକ ଦେଇଥିଲେ ତାହା ଜଣାପଡ଼ିଥିଲା। ଏବେ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ଆଣିଥିବା ଜଣେ ପୀଡିତା ଯୁବତୀଙ୍କ ଏତଲା କପିରୁ ଆଉଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ନିଶା ଦେଇ ନଗ୍ନ ଭିଡିଓ କରିବା ପରେ ଉକ୍ତ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ବଡ଼ବଡ଼ିଆଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟକରିଥିଲେ ବୋଲି ଜଣାପଡ଼ିଛି। ୨୦୧୮ରେ ଚାକିରି ଖୋଜିବା ପାଇଁ ଭୁବନେଶ୍ୱର ଆସିଥିବାବେଳେ ଅର୍ଚ୍ଚନାଙ୍କ ସହ ଉକ୍ତ ଯୁବତୀଙ୍କର ପରିଚୟ ହୋଇଥିଲା। ଖଣ୍ଡଗିରି ଜାଗମରାସ୍ଥିତ ଜଗନ୍ନାଥ ବିହାରରେ ଗୋଟିଏ କୋଠାରେ ଘରଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା। ଦିନେ ରାତିରେ ଅର୍ଚ୍ଚନା ଓ ଜଗବନ୍ଧୁ ପାର୍ଟି ନାଁରେ ନିଶା ପାନୀୟ ପିଆଇ ଅଚେତ କରିବା ପରେ ତାଙ୍କର ନଗ୍ନ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଜରିଆରେ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଅର୍ଚ୍ଚନା ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ମୋବାଇଲ ନମ୍ବର ଦେଇ ତାଙ୍କୁ ଫସାଇବାକୁ କହିଥିଲେ। ଏପରିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଅନେକ ଲୋକଙ୍କଠାରୁ ବଳପୂର୍ବକ କୋଟି କୋଟି ଟଙ୍କା ଆଦାୟ କରିଥିଲେ ବୋଲି ପୀଡିତା ତାଙ୍କ ଏତଲାରେ ଦର୍ଶାଇଥିଲେ। ପୋଲିସ ଏସବୁକୁ ଗଣମାଧ୍ୟମକୁ ଲୁଚାଇଥିଲେ ମଧ୍ୟ ଏତଲା କପି ଏସବୁକୁ ପଦାରେ ପକାଇ ଦେଇଛି।
ଭିଡିଓ କନ୍‌ଫରେନ୍ସରେ କୋର୍ଟରେ ହାଜର ହେଲେ ଅର୍ଚ୍ଚନା
ଜାମିନ ଆବେଦନର ବିଚାର ପାଇଁ ଅର୍ଚ୍ଚନାଙ୍କୁ ତାଙ୍କ ଓକିଲ ସମ୍ପର୍କରେ ସ୍ପଷ୍ଟ କରିବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ମଙ୍ଗଳବାର ବ୍ୟକ୍ତିଗତ ହାଜିରା ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଭିଡିଓ କନ୍‌ଫରେନ୍ସରେ ଅର୍ଚ୍ଚନା ହାଜର ହୋଇଥିଲେ। ତାଙ୍କ ପକ୍ଷରୁ ୨ଜଣ ଓକିଲ ପାୱାର ଫାଇଲ କରିଥିଲେ। ଉଭୟଙ୍କ ମଧ୍ୟରୁ ସେ କାହାକୁ ରଖିବାକୁ ଚାହୁଁଛନ୍ତି ସେନେଇ କୋର୍ଟ ଅର୍ଚ୍ଚନାଙ୍କୁ ପଚାରିଥିଲେ। ଓକିଲ ଦେବାଶିଷ ମହାପାତ୍ର ତାଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ ବୋଲି ଅର୍ଚ୍ଚନା ସ୍ପଷ୍ଟ କରିଥିଲେ।
ଖଗେଶ୍ୱରଙ୍କୁ ପୋଲିସର ଅନୁକମ୍ପାକୁ ନେଇ ଚର୍ଚ୍ଚା
ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ମୁଖ୍ୟ ସହଯୋଗୀ ଥିଲେ ଖଗେଶ୍ୱର। ବ୍ଲାକ୍‌ମେଲିଂ ଟଙ୍କାରେ ପଳାଶୁଣୀରେ ଜଗବନ୍ଧୁଙ୍କ ସହ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ ଶୋ’ରୁମ୍‌ କରିଥିବା ଚର୍ଚ୍ଚା ହେଉଛି। ଏପରିକି ସତ୍ୟବିହାରରେ ମଧ୍ୟ ଅର୍ଚ୍ଚନାଙ୍କ ବିଳାସମୟ ଘରକୁ ଲାଗି ଖଗେଶ୍ୱର ବିପୁଳ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡିତାଙ୍କ ଏତଲାରେ ଖଗେଶ୍ୱରଙ୍କ ନାଁ ମଧ୍ୟ ରହିଛି। ହେଲେ ପୋଲିସ ଖଗେଶ୍ୱରଙ୍କୁ ଅନୁକମ୍ପା ଦେଖାଇ କେବଳ ପଚରାଉଚରା କରି ଛାଡ଼ି ଦେଇଥିବାରୁ ଆଉଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଖଗେଶ୍ୱରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ପ୍ରମାଣ ମିଳିଲେ ତାଙ୍କ ଉପରେ ଦୃଢ଼ ପଦକ୍ଷେପ ନିଆଯିବ।
ଅର୍ଚ୍ଚନାଙ୍କ ନାଁରେ ୧୬ ଦଫା
ଅର୍ଚ୍ଚନାଙ୍କ ନାଁରେ ମାନବ ଚାଲାଣ, ନିଶା ବା ବିଷ ଦେବା, ଧମକାଇ ଟଙ୍କା ଆଦାୟ କରିବା, ଠକେଇ, ସମ୍ପତ୍ତି ହଡ଼ପ କରିବା ଆଦି ୧୬ ଦଫା ଲାଗିଛି। ସେଗୁଡ଼ିକ ହେଲା ଆଇପିସି ଦଫା ୩୪୧, ୩୨୮, ୩୨୪, ୩୫୪(ସି), ୩୭୦, ୩୮୬, ୩୮୭, ୩୮୮, ୩୮୯, ୪୧୯, ୪୨୦, ୪୬୫, ୫୦୬, ୧୨୦ (ବି) ଏବଂ ଆଇଟି ଆକ୍ଟର ଦଫା ୬୬ (ଇ) ଓ ୭୭। ହେଲେ କୋର୍ଟରେ ଏହାର ତଥ୍ୟ ଓ ପ୍ରମାଣ ରଖିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?