ବଦଳିବ ଏନ୍ଏଚ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପରେଖ
ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖୁବ୍ଶୀଘ୍ର ଦେଶରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ ବିଦେଶୀ ପ୍ରତିନିଧି ଦଳ ଓଡ଼ିିଶା ଆସିବେ। ସେମାନେ ଭୁବନେଶ୍ୱର, ବ୍ରହ୍ମପୁର, ଖଣ୍ଡିଗିରି ଅଞ୍ଚଳ ପରିଦର୍ଶନ…
ଷଣ୍ଢପଣିଆ ଦେଖାଉଛି, ଗୋଟେ ଚାପୁଡ଼ା ପଡ଼ିଲେ ସେଇଠି ପଡ଼ିଯିବ: ଅରୂପ
ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଷଣ୍ଢପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡାଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡା ଦରକାର। ପୋଲିସ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ। ଗୁରୁବାର ବିଏମ୍ସି ଅଫିସ ସମ୍ମୁଖରେ ବିଜେଡି ପ୍ରତିବାଦ ସଭାରେ ବିଜେଡି…
ସ୍ଥାପନ ହେବ ୧ ହଜାର ଶୀତଳଭଣ୍ଡାର
ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପନିପରିବା ସଂରକ୍ଷଣ ପାଇଁ ରାଜ୍ୟରେ ୧୦୦୦ କ୍ଷୁଦ୍ର ଶୀତଳଭଣ୍ଡାର ନିର୍ମାଣ କରାଯିବ। ଗ୍ରାମାଞ୍ଚଳର ଯେଉଁ ସ୍ଥାନରେ ପନିପରିବା ଉତ୍ପାଦନ ଅଧିକ ହେଉଥିବ ସେଠାରେ ଏହି ଶୀତଳଭଣ୍ଡାର ସ୍ଥାପନ କରାଯିବ। ପ୍ରତ୍ୟେକ କେନ୍ଦ୍ରର ସଂରକ୍ଷଣ କ୍ଷମତା ୧୦ରୁ ୧୫ ମେଟ୍ରିକ୍ ଟନ ହେବ।…
ବାଇକ୍କୁ ପିଟିଲା ଟ୍ରକ୍: ଚାଲିଗଲା ବାପ-ପୁଅଙ୍କ ଜୀବନ
ନୂଆପଡ଼ା ଅଫିସ୍,୧୬।୨(ଡି.ଏନ୍.ଏ): ନୂଆପଡ଼ା ଜିଲା ଲଖନା ଥାନା କୁସଦହନାସ୍ଥିତ ବିଜୁ ଏକ୍ସପ୍ରେସ୍ ୱେରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେବାରୁ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ଥାନା ମିଛାପାଲି ଗାଁର…
ଗର୍ଭବତୀ ହରିଣକୁ ଧକ୍କା ଦେଲା ଗାଡ଼ି: ମା’ ମୃତ, ଛୁଆ ସୁସ୍ଥ
କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କା ଦେଇଫଳରେ ହରିଣର ପେଟ ଫାଟି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ…
କଂଗ୍ରେସରେ ସାମିଲ ହେଲେ ପ୍ୟାରୀମୋହନଙ୍କ ଝିଅ
ଭୁବନେଶ୍ୱର,୧୬।୨(ବ୍ୟୁରୋ): କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଏମ୍ପି ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ତେବେ…
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା
କଟକ ଅଫିସ,୧୬।୨: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ତୁଟିବାର ନାଁ ନେଉନାହିଁ। ଗୁରୁବାର ଏହି ମାମଲାରେ ଅନୁଭବ-ବର୍ଷା ହାଜର ହୋଇଛନ୍ତି। ତେବେ ମାମଲାରେ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ…
୫୦ ବର୍ଷ ପରେ ସ୍ବପ୍ନ ହେବ ସାକାର
ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା ଦିନେ ନଦୀ ପାର ହୋଇ କାମ ଚଳାଇ ଦେଉଥିବା ବେଳେ ବର୍ଷା ଦିନ…
ବରିଷ୍ଠ ଅଧିକାରୀ ଝିଅଙ୍କ ଚପଲ ପାଇଁ ଆର୍ପିଏଫ୍ ଘାଇଲା
ସମ୍ବଲପୁର,୧୬ା୨(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ଅଧୀନ ଆର୍ପିଏଫ୍ରେ ଜାନୁୟାରୀ ୫ରେ ଚପଲ ଚୋରି ନେଇ ଅଭିଯୋଗ ହୋଇଥିଲା। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ଖୋଜିବାରେ ଆର୍ପିଏଫ୍ ପୋଲିସ ଘାଇଲା ହୋଇଯାଇଥିଲା। ଘଟଣା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୂହଳ ସୃଷ୍ଟି…
ନମ୍ବର ପ୍ଲେଟ୍ ଦଣ୍ଡ: ୨,୬୭୪ ଯାନ ବିରୋଧରେ ଚାଲାଣ
ଭୁବନେଶ୍ବର, ୧୬ା୨(ବ୍ୟୁରୋ): କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ନମ୍ବର ପ୍ଲେଟ୍(ଏଚ୍ଏସ୍ଆର୍ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ୨,୬୭୪ ଯାନ ବିରୋଧରେ ଚାଲାଣ କାଟିଛି। ଫେବୃୟାରୀ ୧ରୁ ଗତ ୧୧ ତାରିଖ ପର୍ଯ୍ୟନ୍ତ ୧୧ଦିନ ଭିତରେ…
୧୫ ଦିନରେ ୧,୯୩୯ ଜଙ୍ଗଲ ନିଆଁ
ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ/ଉଦଳା,୧୬ା୨(ଡି.ଏନ.ଏ.): ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ସ୍ଥାନରେ ସ୍ବାଭାବିକ କାରଣରୁ ନିଆଁ ଲାଗିଥାଏ, ଆଉ କିଛି ସ୍ଥାନରେ ମନୁଷ୍ୟକୃତ୍ୟ। ତେବେ ଏହାକୁ ମୁକାବିଲା କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷେପ ନିଏ। ତଥାପି ଜଙ୍ଗଲ…
ନିର୍ମାଣ ହେବ ୧୦୫ ଆଦର୍ଶ ବସ୍ଷ୍ଟାଣ୍ଡ, ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର
ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୫ଟି ବ୍ଲକସ୍ତରୀୟ ଆଦର୍ଶ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୨୩ ଡିସେମ୍ବର ସୁଦ୍ଧା ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଦ୍ୱିତୀୟ…

