୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧୫.୧୪% ବଢ଼ିଛି

ଭୁବନେଶ୍ୱର, ୩ା୪(ବ୍ୟୁରୋ): ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ତୁଳନାରେ ୧୫.୧୪% ଅଭିବୃଦ୍ଧି ଘଟିଛି। ପୁନଶ୍ଚ ୨୦୨୩ ମାର୍ଚ୍ଚର ମୋଟ ଜିଏସ୍‌ଟି ବାବଦକୁ ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ ହୋଇଛି। ସେହିପରି ରାଜ୍ୟ ଜିଏସ୍‌ଟି (ଓଜିଏସ୍‌ଟି) ଓ ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଫଇସଲା ବାବଦକୁ ୨୦୨୩ ମାର୍ଚ୍ଚରେ ଓଡ଼ିଶାକୁ ୧୯୭୭.୪୫ କୋଟିି ଟଙ୍କା ଜିଏସ୍‌ଟି ମିଳିବ। ୨୦୨୨ ମାର୍ଚ୍ଚରେ ଏହି ରାଶି ୧୭୦୯.୧୪ କୋଟି ଟଙ୍କା ଥିଲା। ଫଳରେ ଏ କ୍ଷେତ୍ରରେ ୧୫.୬୯ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ଅନ୍ୟପଟେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ପାଇବାକୁ ଥିବା ମୋଟ ଜିଏସ୍‌ଟି ପରିମାଣ ୧୮,୭୬୬.୫୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପରିମାଣ ୧୬,୩୯୨.୨୪ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ୧୪.୪୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୩ ମାର୍ଚ୍ଚରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯ କୋଟି ଟଙ୍କାର ଭାଟ୍‌ ସଂଗ୍ରହ କରାଯାଇଥିବା ବେଳେ ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୧୬୩୯.୫୩ କୋଟି ଟଙ୍କା ଥିଲା। ଫଳରେ ଏ କ୍ଷେତ୍ରରେ ୧୩.୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୧,୯୭୪.୬୫ କୋଟି ଟଙ୍କାର ଭାଟ ରାଜସ୍ବ ସଂଗ୍ରହ କରାଯାଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ସଂଗ୍ରହ ପରିମାଣ ୯,୯୬୫.୬୦ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ୨୦.୧୬ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି। ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ (ଜିଏସ୍‌ଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁଳ୍କ) ବାବଦକୁ ରାଜସ୍ବ ପରିମାଣ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧୧୫୮.୩୩ କୋଟି ଟଙ୍କା ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨୬୭୫୬.୧୮ କୋଟି ଟଙ୍କା ଥିଲା, ଫଳରେ ଏ କ୍ଷେତ୍ରରେ ୧୬.୪୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଇ-ୱେବିଲ୍‌ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୭.୯୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୩ ମାର୍ଚ୍ଚରେ ୨୧.୯୧ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମାର୍ଚ୍ଚରେ ୧୮.୫୮ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ...

ଜେଏସ୍‌ପିକୁ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର

ଭୁବନେଶ୍ୱର,୨୯।୧୧: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିନ୍ନକ୍ଷମଙ୍କ ପୁନଃ ଥଇଥାନ ଏବଂ...

ଇଣ୍ଡିଆନ ଆର୍ମି ସହ ପତଞ୍ଜଳି ଯୋଗପୀଠର ବୁଝାମଣା

ଭୁବନେଶ୍ୱର,୨୯।୧୧(ଅଭୟ ଦାଶ): ପତଞ୍ଜଳି ଯୋଗପୀଠ(ଟ୍ରଷ୍ଟ) ଏବଂ ଇଣ୍ଡିଆନ ଆର୍ମି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ଭାରତୀୟ ସେନା...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ଅଶ୍ନିର୍ ଗ୍ରୋଭରଙ୍କ ବଢ଼ିଲା ସମସ୍ୟା, ‘ଭାରତ ପେ’ ବିରୋଧରେ ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ଜରିମାନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୧୧: ଦିଲ୍ଲୀ ହାଇକୋର୍ଟ ‘ଭାରତ ପେ’ର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦେଶକ ଥିବା ଅଶ୍ନିର୍ ଗ୍ରୋଭରଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri