ଦିନ ଦ୍ୱିପ୍ରହରରେ ଲୁଟ୍‌: ଝାମ୍ପି ନେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଫୁଲବାଣୀ ଅଫିସ, ୩।୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ସୋମବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଲୁଟେରା ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଫୁଲବାଣୀ ଆକ୍ସିସ୍‌ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏନେଇ ବ୍ୟବସାୟୀ ଜଣକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତବକ, ଶାସ୍କର ପାତ୍ର ଗ୍ରୋସରି ହୋଲ୍‌ସେଲ ବ୍ୟବସାୟ କରନ୍ତି। ଗତ ୩ଦିନ ହେଲା ବ୍ୟାଙ୍କ ବନ୍ଦ ରହିଥିଲା। ବ୍ୟବସାୟ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପୂର୍ବାହ୍ନ ୧୧ ଟାରେ ଶାସ୍କରଙ୍କ ଭାଇ ଅଶ୍ୱିନୀ ଏବଂ କର୍ମଚାରୀ ରମେଶ ପ୍ରଧାନ ସ୍କୁଟିରେ ବାହାରିଥିଲେ। ପ୍ରଥମେ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଆକ୍ସିସ୍‌ ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ହେଲେ ଆକ୍ସିସ୍‌ ବ୍ୟାଙ୍କଠାରୁ ମାତ୍ର ୩୦ ମିଟର ଦୂରରେ ଏକ ପଲ୍‌ସର ବାଇକ୍‌ରେ ୨ଜଣ ଯୁବକ ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସେମାନେ ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇ ଦ୍ରୁତଗତିରେ ସରକୁଲାର ରୋଡ୍‌ ଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଆକ୍ସିସ୍‌ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପଲ୍‌ସରରେ ଆସି ଲୁଟିନେଲେ


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ...

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଛତ୍ରପୁର,୧୧।୬(ଡି.ଏନ୍‌.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି...

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ...

କଟକଣା ସତ୍ତ୍ୱେ ଛତ୍ରବଜାରରେ ଭିଡ଼: ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି

କଟକ ଅଫିସ,୨୫।୩: କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମାତ୍ର କଟକ ଛତ୍ରବଜାରରେ ଏହି କଟକଣାକୁ ଲୋକେ...

ବିନା ତ୍ୟାଗରେ ସମାଜ ନିର୍ମାଣ ସମ୍ଭବ ନୁହେଁ

ବଲାଙ୍ଗୀର ଅଫିସ,୧୦ା୮: ବିନା ତ୍ୟାଗରେ ରାଷ୍ଟ୍ର ଓ ସମାଜ ନିର୍ମାଣ ସମ୍ଭବପର ନୁହେଁ। ଏଣୁ ଆମେ ଆମର ପୂର୍ବସୂରୀଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ମନେପକାଇ...

ଭାଇ ବାହାଘର ପାଇଁ ଶପିଂ ମଲ୍‌ରୁ କରିଥିଲେ ଚୋରି, ଏବେ ଏମିତି ପଡ଼ିଲେ ଧରା

ଝାରସୁଗୁଡ଼ା ଅଫିସ,୩୦ା୭: ସହରରେ ଥିବା ଏକ ଶପିଂ ମଲ୍‌ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା। ଏନେଇ...

୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଢାଖୋଲ,୨୨।୭(ଡି.ଏନ୍‌.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,...

Advertisement
Archives

Model This Week