ରାଜ୍ୟ

ଆସନ୍ତା ୨୮ରୁ ପୁଣି ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦରେ ଆସନ୍ତା ୨୮ ରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ…

ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ ଗୋପାଳ: ବିଜୟ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ତର ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଗୋପାଳ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ।…

୬ ଦିନ ପରେ ଧରାପଡ଼ିଲେ ଫେରାର କଏଦୀ

ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମଦନପୁର ରାମପୁର ସବ୍‌ ଜେଲ ପାଚେରି ଡେଇଁ ଜଣେ ବିଚାରାଧୀନ କଏଦୀ ଗତ ୧୧ ତାରିଖରେ ଚମ୍ପଟ ମାରିଥିଲେ। ଫେରାର୍‌ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଥିଲା। ନର୍ଲା…

ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ, ଥାନାରେ ଅଟକ

ଟିକିରି,୧୭ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଡି କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଦିବାସୀ ସାହିର ଏକ ଘରୁ ଜଣେ ମହିଳାଙ୍କ ଏକ ମୃତଦେହ ଜବତ କରିଛି ଦୋରାଗୁଡ଼ା ପୋଲିସ। ହତ୍ୟା ସନ୍ଦେହରେ…

ଦୁର୍ନୀତି ପ୍ରମାଣ ଥାଇ କାର୍ଯ୍ୟାନୁଷ୍ଠାନ ନାହିଁ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ସ୍ବଚ୍ଛ ଶାସନ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଓ ୫-‘ଟି’କୁ ଗୁରୁତ୍ୱ ଦେଉଥିବାବେଳେ ବନ ବିଭାଗ କିନ୍ତୁ ବେଫିକର। ସଲାସୁତୁରାରେ କାମ ଚାଲିଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ବନ ବିଭାଗକୁ ଦୁର୍ନୀତିରେ…

ଗହୀରମଥା ଅଞ୍ଚଳରେ ନୀଳରକ୍ତ କଙ୍କଡ଼ାଙ୍କ ମିଳନ

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ହର୍ସସୁ କ୍ରାବ୍‌ ବା ଅଶ୍ୱଖୁରା କୃତି କଙ୍କଡ଼ାକୁ ବୈଜ୍ଞାନିକ ମତରେ ନୀଳ ରକ୍ତ କଙ୍କଡା କୁହାଯାଏ। ବିଶେଷକରି ଏହି ନୀଳରକ୍ତ କଙ୍କଡା ସାଧାରଣତଃ ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ସୁରକ୍ଷିତ ମଣି…

ନାଁକୁ ଚାଲିଛି ଖତ ପ୍ରକ୍ରିୟାକରଣ,ବର୍ଜ୍ୟବସ୍ତୁ ପରିଚାଳନା

ଜଗତ୍‌ସିଂହପୁର ଅଫିସ,୧୭ା୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଖତ ପ୍ରକ୍ରିୟାକରଣ (ଏମ୍‌ସିସି) ଏବଂ ବର୍ଜ୍ୟବସ୍ତୁ ପରିଚାଳନା (ଏମ୍‌ଆର୍‌ଏଫ୍‌) ପାଇଁ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର…

ଜେସିବିରେ ଲାଗି ଗ୍ୟାସ ପାଇପ୍‌ ଲାଇନ ଇନଫର୍‌ମେଶନ ଓୟାର ଛିଡ଼ିଗଲା

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତ କୋଚିଳା-ବଜରପୁରୁ ଗ୍ରାମ ସଂଲଗ୍ନ ମହାନଦୀ ଶାଖା ଗୁପ୍ତଗିରି ନଦୀପାଶର୍‌ବ ବାର୍‌ହାଖିଆ ଯୋରୀ ଦେଇ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଓ ବିହାର ରାଜ୍ୟର ମୋତିହାର ପର୍ଯ୍ୟନ୍ତ ଦୀର୍ଘ ୬ ଶହ କିମିରୁ…

ଉଠାଦୋକାନୀ-ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ହାତାହାତି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରୁ ଉଠାଦୋକାନ ଉଚ୍ଛେଦକୁ ନେଇ ଗୁରୁବାର ଉଠାଦୋକାନୀ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ (ଉଚ୍ଛେଦକାରୀଦଳ) ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ବିରୋଧ ଓ ପରେ ପାଟିତୁଣ୍ଡ ଏବଂ ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଠାଦୋକାନୀ ରମେଶ…

୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ

ଭୁବନେଶ୍ବର, ୧୭ା୨(ବ୍ୟୁରୋ):କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ସ୍ଥାନୀୟ ଏକ ହେଟେଲ୍‌ରେ ଆୟୋଜିତ ଖବରଦାନା ସମ୍ମିଳନୀରେ ଯୋଗ ଦେଇ ନିର୍ମଳା ପୋଷ୍ଟ ବଜେଟ ସଂକ୍ରାନ୍ତରେ ସୂଚନା ପ୍ରଦାନ…

ଦେବ୍ରିଗଡ଼କୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ସମ୍ବଲପୁର ଜିଲାର ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ମଞ୍ଜୁରୀ ଦେଇଛି। ଏହି ଘୋଷଣା ପରେ ଆସନ୍ତା ୨ ମାସ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ ହେବ। ୮୦୪.୫୧…

ବଦଳିବ ଏନ୍‌ଏଚ୍‌ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପରେଖ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖୁବ୍‌ଶୀଘ୍ର ଦେଶରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ ବିଦେଶୀ ପ୍ରତିନିଧି ଦଳ ଓଡ଼ିିଶା ଆସିବେ। ସେମାନେ ଭୁବନେଶ୍ୱର, ବ୍ରହ୍ମପୁର, ଖଣ୍ଡିଗିରି ଅଞ୍ଚଳ ପରିଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?