କୋଟିଆ: ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୩ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତକରି ସେଠାରେ ଜଣେ ଆନ୍ଧ୍ର ଅଧିକାରୀଙ୍କୁ ଉକ୍ତ ସ୍ଥାନରୁ ଘଉଡ଼ାଇବା ସହିତ ଏହା ଓଡ଼ିଶାର ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ଭିନ୍ନ ସରଗରମ ହୋଇଛି। ଅନ୍ୟପକ୍ଷରେ କୋଟିଆକୁ ନେଇ ଉଭୟ ବିଜେଡି ଏବଂ କଂଗ୍ରେସ ସ୍ପଷ୍ଟ ମତ ରଖନ୍ତୁ ବୋଲି ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି। ଏହାର ଉତ୍ତରରେ ବିଜେଡି କହିଛି ଯେ, ଭାଜପା କୋଟିଆ ପ୍ରତି କରିଥିବା ଅବହେଳାକୁ ଲୁଚାଇବାକୁ ଚେଷ୍ଟା କରିଛି।
ଭୃଗୁ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡ଼ିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ କେନ୍ଦ୍ରମନ୍ତ୍ରୀ ସେମାନଙ୍କ ପାଖରେ ପହଞ୍ଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ପୁଅ ଓ ଓଡ଼ିଶା ନାଗରିକ, ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଓଡ଼ିଆ ଲୋକ ଶାସନ କରୁ ନ ଥିବାରୁ ରାଜ୍ୟ ସରକାର କୋଟିଆରେ ପଶିବା ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଶ୍ରୟ ଦେଉଛନ୍ତି। କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍‌ କାହିଁକି ଆସିଲେ। କେଉଁଥି ପାଇଁ ଓ କ’ଣ କଥା ହେଲେ ତାହାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିଲେ ନାହିଁ। ସ୍ଥାନୀୟ ଗ୍ରାମବାସୀ ଓ ଭାଜପା ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନ ସଭା ଚାଲିଥିବାବେଳେ ଆନ୍ଧ୍ରର ଅଫିସରମାନେ କୋଟିଆ ଅଞ୍ଚଳରେ ବୁଲୁଥିଲେ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଆନ୍ଧ୍ରର ଉପଦ୍ରବ୍ୟ କୋଟିଆ ଭିତରେ ଅଧିକ ବଢ଼ିଛି। ‘ଆନ୍ଧ୍ର ଗୋ ବ୍ୟାକ୍‌’ ଭାଜପାର ସ୍ପଷ୍ଟ ମତ। ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ। ଭାଜପାର ବିଧାୟକମାନେ ବାରମ୍ବାର ବିଧାନସଭାରେ ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି, ହାଉସ୍‌ କମିଟିକୁ ବାଚସ୍ପତିଙ୍କ ନେତୃତ୍ୱରେ ଥରେ କୋଟିଆ ଗସ୍ତ କରାନ୍ତୁ। କୋଟିଆକୁ ଆନ୍ଧ୍ର କବଜା କରିବାକୁ ମସୁଧା ଚଳାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନେ ବି ସେଠାକୁ ନ ଯିବା ଦୁଃଖର ବିଷୟ ବୋଲି ଭୃଗୁ କହିଛନ୍ତି।
ବିଜେଡି ମୁଖପାତ୍ର ଈପ୍‌ସିତା ସାହୁ କହିଛନ୍ତି ଯେ, ରାଜ୍ୟ ଭାଜପା କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନ ଯେତେବେଳେ ଆନ୍ଧ୍ର ରାଜ୍ୟପାଳ ଥିଲେ ସେ ଥରୁଟିଏ ମଧ୍ୟ କୋଟିଆ କଥା ଉଠାଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆନ୍ଧ୍ର ରାଜ୍ୟପାଳ ଥିବାବେଳେ ଚାହିଁଥିଲେ ସମସ୍ୟାର ସମାଧାନ କରିପାରିଥାନ୍ତେ। ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ଭାଜପା ନେତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?