ଶେଷ ହେଲା ଏନ୍‌ଏସି ନିର୍ବାଚନ: ହିନ୍ଦୋଳରେ ୮୮%, ଅତାବିରା ୭୪% ବୁଧବାର ହେବ ଭୋଟ ଗଣତି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ା ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରାରେ ୭୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଦୁଇ ଏନ୍‌ଏସିର ସମୁଦାୟ ୨୮ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି ା ଅତାବିରା ଏନ୍‌ଏସିର ୧୨ଟି ଓ୍ବାର୍ଡର କାଉନ୍‌ସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ଲାଗି ୪ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ା ସେହିପରି ହିନ୍ଦୋଳ ଏନ୍‌ଏସିର ୧୬ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଭୟ ଏନ୍‌ଏସିରେ ମତଦାନ ଅନୁଷ୍ଠିତ ହୋଇଥିଲା ା ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ତାରିଖରେ ଉଭୟ ଏନ୍‌ଏସିରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଅନ୍ୟପକ୍ଷେ ଏପ୍ରିଲ ୧୯ରେ ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଦରରେ ୮୧.୭୩, ଓଡ଼ାପଡ଼ାରେ ୮୦.୪୩%

ଢେଙ୍କାନାଳ ଅଫିସ, ୧୯ ।୨ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟରେ ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଢେଙ୍କାନାଳ ଜିଲାରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ...

ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ...

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ ଅଫିସ, ୧ା୮: ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତା ଓ ପତିମହାପାତ୍ର ସେବକମାନେ ଚିତା...

ଡିବିରି ଆଲୁଅରେ ଦିନକାଟୁଛନ୍ତି ଗ୍ରାମବାସୀ

ଭବାନୀପାଟଣା,୧ା୫(ସ୍ବ.ପ୍ର): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି...

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି...

ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି।...

ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା

କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର...

Advertisement
Archives

Model This Week