ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍‌ସିଇଆର୍‌ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍‌ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍‌ସିଇଆର୍‌ଟିକୁ ଅନୁସରଣ କରୁଥିବା ସିବିଏସ୍‌ଇ ସମେତ ଉତ୍ତରପ୍ରଦେଶ ଓ କେତେକ ରାଜ୍ୟର ବୋର୍ଡ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକ ସଂଶୋଧିତ ପାଠ୍ୟକ୍ରମ ଅନୁଯାୟୀ ପିଲାଙ୍କୁ ପାଠ ପଢ଼ାଇବେ।
ଏନ୍‌ସିଇଆର୍‌ଟି କରିଥିବା ପରିବର୍ତ୍ତନ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ଇତିହାସ ପୁସ୍ତକ ‘ଥିମ୍‌ ଅଫ୍‌ ଇଣ୍ଡିଆନ ହିଷ୍ଟ୍ରି-ପାର୍ଟ ୨’ରୁ ‘କିଙ୍ଗସ୍‌ ଆଣ୍ଡ କ୍ରୋନିକଲ୍ସ; ଦ ମୋଗଲ କୋର୍ଟସ୍‌ (ଷୋଡଶ ଏବଂ ସପ୍ତଦଶ ଶତାବ୍ଦୀ) ଅଧ୍ୟାୟକୁ ବାଦ୍‌ ଦିଆଯାଇଛି। ସେହିପରି ହିନ୍ଦୀ ପାଠ୍ୟପୁସ୍ତକରୁ କେତେକ କବିତା ଏବଂ ଅନୁଚ୍ଛେଦକୁ ହଟାଇ ଦିଆଯାଇଛି। ଏହାସହିତ ଏନ୍‌ସିଇଆର୍‌ଟି ଦ୍ୱାଦଶ ଶ୍ରେଣୀର ନଗରବିଜ୍ଞାନ (ସିଭିକ୍ସ) ପୁସ୍ତକରୁ ଦୁଇଟି ଅଧ୍ୟାୟ ‘ଆମେରିକାନ ହେଜିମୋନି ଇନ୍‌ ଓ୍ବାଲର୍‌ଡ ପଲିଟିକ୍ସ’ ଓ ‘ଦ କୋଲ୍ଡ ଓ୍ବାର୍‌ ଏରା’କୁ ବାଦ୍‌ ଦେଇଛି। ସେହିପରି ଦ୍ୱାଦଶ ଶ୍ରେଣୀର ‘ଇଣ୍ଡିଆନ ପଲିଟିକ୍ସ ଆପ୍‌ଟେର୍‌ ଇଣ୍ଡିପେଣ୍ଡେନ୍ସ’ରୁ ଦୁଇଟି ଅଧ୍ୟାୟ ‘ରାଇଜ୍‌ ଅଫ୍‌ ପପୁଲାର ମୁଭ୍‌ମେଣ୍ଟସ୍‌’ ଓ ‘ଏରା ଅଫ୍‌ ଓ୍ବାନ୍‌ ପାର୍ଟି ଡୋମିନାନ୍ସ’କୁ ମଧ୍ୟ ହଟାଇ ଦିଆଯାଇଛି।
ଦଶମ ଏବଂ ଏକାଦଶ ଶ୍ରେଣୀର କେତେକ ପୁସ୍ତକରେ ମଧ୍ୟ ଏନ୍‌ସିଇଆର୍‌ଟି ପରିବର୍ତ୍ତନ କରିଛି। ତଦନୁଯାୟୀ, ଦଶମ ଶ୍ରେଣୀର ‘ଡେମୋକ୍ରାଟିକ୍‌ ପଲିଟିକ୍ସ-୨’ ବହିରୁ ୩ଟି ଅଧ୍ୟାୟ ଯଥା ‘ଡେମୋକ୍ରାସି ଆଣ୍ଡ୍‌ ଡାଇଭର୍ସିଟି’, ‘ପପୁଲାର ଷ୍ଟ୍ରଗଲ୍ସ ଆଣ୍ଡ୍‌ ମୁଭ୍‌ମେଣ୍ଟ୍‌ସ’ ଓ ‘ଚ୍ୟାଲେଞ୍ଜସ୍‌ ଅଫ୍‌ ଡେମୋକ୍ରାସି’କୁ ବାଦ୍‌ ଦିଆଯାଇଛି। ସେହିପରି ଏକାଦଶ ଶ୍ରେଣୀର ପାଠ୍ୟପୁସ୍ତକ ‘ଥିମ୍‌ସ ଇନ୍‌ ଓ୍ବାଲର୍‌ଡ ହିଷ୍ଟ୍ରି’ରୁ ‘ସେଣ୍ଟ୍ରାଲ୍‌ ଇସ୍‌ଲାମିକ୍‌ ଲ୍ୟାଣ୍ଡ୍‌ସ’, ‘କ୍ଲାଶ୍‌ ଅଫ୍‌ କଲ୍‌ଚର୍ସ’ ଏବଂ ‘ଇଣ୍ଡଷ୍ଟ୍ରିଆଲ୍‌ ରିଭୋଲ୍ୟୁଶନ’ ଆଦି ଅଧ୍ୟାୟକୁ ବାଦ୍‌ ଦିଆଯାଇଛି।
ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ବାଦ୍‌ ଦିଆଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ବିଜେବି ଜୁନିୟର କଲେଜର ପୂର୍ବତନ ପ୍ରିନ୍ସିପାଲ ରଘୁନାଥ ପଣ୍ଡା। ସେ କହିଛନ୍ତି ଯେ, ପୂର୍ବ ତଥ୍ୟରୁ ଭବିଷ୍ୟତକୁ ଗଢ଼ିବା ପାଇଁ ବର୍ତ୍ତମାନ ଚିନ୍ତା କରିବାର ଅର୍ଥ ହେଉଛି ଇତିହାସ। ଇତିହାସରୁ ଆମକୁ ବହୁତ କିଛି ଶିଖିବାକୁ

ମିଳେ। ତେଣୁ ପାଠ୍ୟପୁସ୍ତକରେ ମୋଗଲ ସାମ୍ରାଜ୍ୟର ଯେଉଁ ଇତିହାସ ରହିଛି ତାହାକୁ ବାଦ୍‌ ଦିଆଯିବା ଉଚିତ୍‌ ନୁହେଁ। ମୋଗଲ ସମ୍ରାଟ ଆକବରଙ୍କ ଯେଉଁଭଳି ଶାସନ ପ୍ରଣାଳୀ ଏବଂ ଜନହିତକର କାର୍ଯ୍ୟ ଥିଲା ତାହାକୁ ସରକାର ଆଦୃତ କଲେ ସମାଜରୁ ବହୁ ପ୍ରକାର ସମସ୍ୟାର ସମାଧାନ ହୋଇପାରିବ। ସରକାର ସର୍ବଦା ଭାଇଚାରାକୁ ପ୍ରାଧାନ୍ୟ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟକୁ ବାଦ୍‌ ଦେବା ଯଥାର୍ଥ ନୁହେଁ। ଅନ୍ୟପକ୍ଷରେ ମଣିଷ ଉପଦେଶରୁ କମ୍‌ ଶିଖେ, ମାତ୍ର ଭୁଲ୍‌କୁ ଦେଖି ସେଥିରୁ ଅଧିକ ଶିଖେ ବୋଲି ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଏନ୍‌ସିଇଆର୍‌ଟି ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ଆପଣାଇବା ଆବଶ୍ୟକ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ପ୍ରାକ୍ତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ। ତାଙ୍କ କହିବାନୁଯାୟୀ, ଆମକୁ ଯିଏ ଆକ୍ରମଣ କରିଥିଲା, ତାକୁ ଗୌରବାନ୍ବିତ କରିବା ଇତିହାସ ଆମେ ପଢ଼ିବା ଉଚିତ ନୁହେଁ। କାରଣ ତାହାକୁ ପଢ଼ିବା ଦ୍ୱାରା ଆମ ସ୍ବାଭିମାନକୁ କୁଠାରାଘାତ ହେବ। ବରଂ ଆମର ସ୍ବାଭିମାନକୁ ଅକ୍ଷୁଣ୍ଣ ରଖିଥିବା ବ୍ୟକ୍ତିଙ୍କ ଇତିହାସ ଜାଣିବା ଦରକାର। ତେଣୁ ଏନ୍‌ସିଇଆର୍‌ଟି ପକ୍ଷରୁ ଇତିହାସ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ବାଦ୍‌ ଦିଆଯିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଛାଟୋଇ କହିଛନ୍ତି।
ଐତିହାସିକ ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ କହିଛନ୍ତି, ଇତିହାସ ହେଉଛି ସତ୍ୟର ପ୍ରତିଫଳନ। ତେଣୁ ଯାହା ଘଟିଛି ତାହାକୁ ଆମେ ସ୍ବୀକାର କରିବା ଆବଶ୍ୟକ। ନିଜକୁ ସୁହାଇବା ଭଳି ତଥ୍ୟକୁ ରଖି ଅନ୍ୟକୁ ବାଦ୍‌ ଦେବା ଠିକ୍‌ ନୁହେଁ। ମୋଗଲ ସମ୍ରାଟ ଆକବର ଜଣେ ଭଲ ଶାସକ ଥିଲେ। ତାଙ୍କର ଧର୍ମନୀତି ସବୁ ଧର୍ମକୁ ସୁହାଉଥିଲା। ତାଙ୍କଦ୍ୱାରା ପ୍ରଣୀତ ‘ଦିନ୍‌-ଇ-ଇଲାହୀ’ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥିଲା। କିଛି ସୁଲତାନ ହିନ୍ଦୁ ବିରୋଧୀ ଥିଲେ। ମାତ୍ର ତାହାର ଅର୍ଥ ନୁହେଁ, ସବୁ ମୋଗଲ ସମ୍ରାଟ ଭଲ ନୁହେଁ। ସେହିପରି ଇତିହାସ ଏକ ଚେନ୍‌ ସଦୃଶ। ଏଥିରୁ ଗୋଟିଏ ବିଷୟ ବି ବାଦ୍‌ ଦେଲେ ତାହାର ଲିଙ୍କ୍‌ କଟିଯିବ। ତେଣୁ ଇତିହାସ ଯାହା ରହିଛି ତାହାକୁ ପଢ଼ିବା ଦରକାର। ଭଲ ଓ ଖରାପ ଉଭୟ ବିଷୟ ସମ୍ପର୍କରେ ପିଲାମାନେ ଜାଣିବା ଆବଶ୍ୟକ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?