ଚାକିରି ଦେବା ନାଁରେ ଠକେଇ : ୨ ଗିରଫ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦେବାକୁ ବହୁ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ରାକେଟର ୨ ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବମିଖାଲସ୍ଥିତ ବିରଜା କମ୍ପ୍ଲେକ୍ସରେ ରହୁଥିବା ବାଲେଶ୍ୱର ଜିଲା କମର୍ଦା ଥାନା ଅଞ୍ଚଳର ରାଜକିଶୋର ପଟ୍ଟନାୟକ ଓ ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ୍‌ କଲୋନିରେ ରହୁଥିବା ଭୋଗରାଇ ଥାନା ଅଞ୍ଚଳର ଅରୁଣ ମହାନ୍ତି। ଇଓଡବ୍ଲ୍ୟୁ ସେମାନଙ୍କ ଘରୁ ୧୦୦ ଆଶାୟୀଙ୍କ ବାୟୋଡାଟା, ମାର୍କସିଟ୍‌, ଆବେଦନ ପତ୍ର, ସରକାରୀ ଲୋଗ ଥିବା ନକଲି ନିଯୁକ୍ତି ପତ୍ର ଆଦି ଜବତ କରିଛି। ଏଥିସହ ୱେବ୍‌ ପୋର୍ଟାଲ ସୁର୍ଯ୍ୟାଲୋକ ନିଉଜ୍‌ର ଏକ ବୁମ୍‌ ଓ ଅଭିଯୁକ୍ତ ରାଜକିଶୋରଙ୍କ ଏକ ଜିହ୍ବା ନିଉଜ ୱେବ ପୋର୍ଟାଲର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଦ୍ୱୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ରାକେଟ୍‌ରେ ସଦସ୍ୟ ଥିବା ନୟାଗଡ଼ର ଭବାନୀ ଶଙ୍କର ଦାସ ନାମକ ଜଣେ ବ୍ୟକ୍ତି ଫେରାର ଥିବା ସୂଚନା ମିଳିଛି। ଭବାନୀଙ୍କ ସହ ଅନ୍ୟମାନଙ୍କୁ ଇଓଡବ୍ଳ୍ୟୁ ଧରିବାକୁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

କଟିପାରେ ଏଲପିଜି କନେକ୍ସନ୍, କାଲିଠୁ ବଦଳିବ ବୁକିଂ ନିୟମ…

ନୂଆଦିଲ୍ଲୀ,୩୦।୬: ସିଲିଣ୍ଡର ମୂଲ୍ୟ, ଯୋଗାଣ ଏବଂ ରିଫିଲିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଲ କମ୍ପାନୀଗୁଡ଼ିକ ଜୁଲାଇ ୧ରେ ସିଲିଣ୍ଡର ମୂଲ୍ୟରେ ରିହାତି…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri