ଚଢ଼ାଉ, ଗିରଫଦାରି, ଠିକ୍ ତଦନ୍ତକୁ ଗୁରୁତ୍ୱ
ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଆଇନ ଏବଂ ବଟଲିଂ ପ୍ଲାଣ୍ଟ ଅପରେଶନ ଉପରେ ଏକ ଦିନିକିଆ କର୍ମଶାଳା ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ ା କର୍ମଶାଳାକୁ ଉଦ୍ଘାଟନ କରି ଅବକାରୀ…
ପାଲଟା ଅଭିଯୋଗ ଆଣିଲେ ଅକ୍ଷୟ ପରିଜା
ଭୁବନେଶ୍ୱର,୧।୧୦( ବ୍ୟୁରୋ): କାଷ୍ଟିଂ କାଉଚ୍କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଓଲିଉଡ୍ ଇଣ୍ଡଷ୍ଟ୍ରି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଜଣେ ଯୁବତୀ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଶୁକ୍ରବାର ଅକ୍ଷୟ ନୟାପଲ୍ଲୀ…
ଇଡ୍କୋ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ
ଭୁବନେଶ୍ୱର,୧।୧୦( ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନ୍ଫ୍ରାଷ୍ଟ୍ରକ୍ଚର୍ ଡେଭଲପ୍ମେଣ୍ଟ କର୍ପୋରେଶନ(ଇଡ୍କୋ)ର ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ୍) ମନୋଜ କୁମାର ଲେଙ୍କାଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ପରେ ତାଙ୍କ ନିକଟରୁ…
୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ୨୦୨୨-୨୩ ଖରିଫ ଓ ରବି ଋତୁରେ ରାଜ୍ୟରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ଅର୍ଥାତ୍ ୪୮ ଲକ୍ଷ ମେଟ୍ରିନ ଟନ ଚାଉଳ ସଂଗ୍ରହ କରାଯିବ। ଖରିଫରେ ୫୭ ଲକ୍ଷ ଏବଂ ରବି ଋତୁରେ ୧୪ ଲକ୍ଷ ଟନ ଧାନ…
ରତ୍ନଭଣ୍ଡାର ସମ୍ପର୍କରେ ପଚାରିଲେ ନଡ୍ଡା
ପୁରୀ ଅଫିସ,୧।୧୦: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ସାଢ଼େ ୭ଟାରେ ନଡ୍ଡା ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ତାଙ୍କ ସହିତ କେନ୍ଦ୍ର…
ଓଡ଼ିଆରେ ହେବ ଓସିଏସ୍ ପରୀକ୍ଷା
ଭୁବନେଶ୍ୱର,୧।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍(ଓସିଏସ୍) ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ଯେଉଁ ପ୍ରାର୍ଥୀମାନେ ଚାହିଁବେ ସମସ୍ତ ବିଷୟକୁ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ତେବେ ଯେଉଁ ପ୍ରାର୍ଥୀମାନେ ଚାହିଁବେ ସେମାନେ ଇଂଲିଶ ଭାଷାରେ ପରୀକ୍ଷା ଦେଇପାରିବେ। ସାକ୍ଷାତ୍କାର ମଧ୍ୟ ଓଡ଼ିଆ ଏବଂ ଇଂଲିଶରେ…
ଆବାସ ଯୋଜନା ଫାଇନାଲ ବିଲ୍ କରାଇଦେବାକୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍ଏସ୍
ଝାରସୁଗୁଡା ଅଫିସ୍,୩୦।୯: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍ କନକତୋରା ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଜିଆର୍ଏସ୍ ମନୋଜ ସାହୁ ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ନିକଟରୁ ୧୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଅଭିଯୁକ୍ତ…
ଭାତ, ସୋୟାବିନ ତରକାରୀ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ସୋହେଲା,୩୦।୯(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଳକ ରେଙ୍ଗାଲି ପଞ୍ଚାୟତ ଅଧୀନ ବ୍ରାହ୍ମଣୀଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ପିଲାଙ୍କୁ ବାନ୍ତି ସହ ପେଟ, ମୁଣ୍ଡ ବ୍ୟଥା ହେବାରୁ ଅଭିଭାବକଙ୍କୁ…
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବୃଦ୍ଧି
ଭୁବନେଶ୍ବର,୩୦।୯(ବ୍ୟୁରୋ): ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ଏନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧,୨,୩,୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି। ସେହିପରି ୫,୬ରେ ସରୁଥିବା ନମ୍ବର ପାଇଁ…
ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ
ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ…
ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା
ଠାକୁରମୁଣ୍ଡା,୩୦।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରଧାନସାହିର ବାଘ ମହାନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା…
ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ବର ପରିଡା
ଭୁବନେଶ୍ବର,୩୦।୯(ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ବର ପରିଡା ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ମୁଁ ଆଜି ବିଜୁ ଜନତା ଦଳରୁ…
Archives


