ଶୋଇଥିବା ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା

ଖମାର,୧୬ା୬(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଳଲହଡ଼ା ଥାନା ପାଲଲହଡ଼ା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଯୁବକକୁ ଟେକିନେଇ କଚାଡ଼ି ମାରିଛି ଦନ୍ତା ହାତୀ।

ସୂଚନାନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ଶୋଇଥିଲେ। ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ କଚାଡ଼ି ଦେଇଥିଲା ଏବଂ ପାଦରେ ଦଳି ଦେଇଥିଲା। ଫଳରେ ପବିତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ପରେ ବନ ବିଭାଗ ଓ ପାଲଲହଡ଼ା ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri