୨୧ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୬ା୬(ଅନୁରାଧା ମହାରଣା): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ। ଏନେଇ ଶୁକ୍ରବାର ରାଜ୍ୟ ସରକାର ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଉଚ୍ଚ ତାପମାତ୍ରା ସହ ଗ୍ରୀଷ୍ମ ପ୍ରବାହ କାରଣରୁ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଖରାଛୁଟି ଦିଆଯାଇଥିଲା। ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ ମେ ୫ରୁ ଜୁନ୍‌ ୧୭ ଯାଏ ଖରାଛୁଟି ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୨୧ରୁ ଆଗୁଆ ଖରାଛୁଟି ଘୋଷଣା କରିଥିଲେ। ଆସନ୍ତା ୧୮ ତାରିଖ ରବିବାର ହୋଇଥିବାବେଳେ ୧୯ ତାରିଖ ସୋମବାରକୁ ବାଦ୍‌ଦେଲେ ୨୦ ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ୨୧ରୁ ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବପରି ଜାରି ରହିଲେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

ବିଧାୟକଙ୍କ ନାଁ ନେଇ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri