୨୦ ମିନିଟ୍‌ରେ ସମସ୍ୟା କହିଲେ ତାରା

ଭୁବନେଶ୍ବର, ୧୬ା୬(ସୁନିତ୍‌ ମିଶ୍ର): ଦିନକୁ ଦିନ କୋରାପୁଟ କଂଗ୍ରେସରେ ବିବାଦ ଉଗ୍ରରୂପ ଧାରଣ କରୁଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଜିଲା ସଭାପତି ପଦରୁ ବିଦା କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ତାରା ଓ ସପ୍ତଗିରିଙ୍କ ସମର୍ଥକ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପିସିସି ସଭାପତି ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରି କୋରାପୁଟ ପଠାଇ ଦେଇଛନ୍ତି। ଏବେ କଳି ଦିଲ୍ଲୀରେ ପହଞ୍ଚିସାରିଛି। ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ତେବେ ଗୁରୁବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ତାରାପ୍ରସାଦ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ସେ ନିଜ ସମର୍ଥକମାନଙ୍କ ସହ ଯାଇ ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି। ତେବେ ତାରା ୨୦ ମିନିଟ୍‌ ଧରି ବେଣୁଗୋପାଳଙ୍କୁ କୋରାପୁଟ ଜିଲା ରାଜନୀତିରେ ଦେଖାଇଥିବା ସମସ୍ୟା ସମ୍ପର୍କରେ କହିବା ସହିତ ଜାଣିଶୁଣି ମୀନାକ୍ଷୀଙ୍କୁ ତାଙ୍କ ପଦରୁ ହଟାଯାଇଥିବା ଜଣାଇଛନ୍ତି। ତାରାଙ୍କ ସାଙ୍ଗରେ କୋରାପୁଟ ଜିଲାର ବହୁ କଂଗ୍ରେସ ନେତା ଯେପରିକି ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କଠାରୁ ଆରମ୍ଭକରି ଅନେକେ ଯାଇଥିଲେ। ଦିଲ୍ଲୀରେ ଉପସ୍ଥିତ ଜଣେ ଓଡ଼ିଆ ନେତାଙ୍କ ସୂଚନା ଅନୁସାରେ ତାରା ସେଠାରେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ଗୁଣପୁର, ରାୟଗଡ଼ା ଏବଂ ବିଷମକଟକରେ କଂଗ୍ରେସ ଏମ୍‌ପି ୨୫୦୦ ଭୋଟ ପଛୁଆ ଥିଲେ। ହେଲେ କୋରାପୁଟରେ ତାଙ୍କୁ ୫୦୦୦ ଭୋଟ ଅଧିକ ମିଳିଥିଲା; ଯେଉଁଥିଲାଗି ସେ ଏମ୍‌ପି ଭାବେ ବିଜୟୀ ହେଲେ। ଏ ପର୍ଯ୍ୟନ୍ତ ରାୟଗଡ଼ାରେ ୧୨ଟି ଜିଲା ପରିଷଦ ଆସନଠାରୁ ଆରମ୍ଭକରି ଅଧ୍ୟକ୍ଷ ପଦ କଂଗ୍ରେସ ହାତରେ ରହିଆସୁଥିଲା। ହେଲେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ୬ଟି ଆସନ କମିଗଲା; ଯଦ୍ଦ୍ବାରା ଅଧ୍ୟକ୍ଷ ପଦ ମଧ୍ୟ ଏଥର ବିଜେଡି ହାତକୁ ଚାଲିଗଲା। ଗତ ପଞ୍ଚାୟତ ଭୋଟ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଲଢାଯାଉଥିଲା। ହେଲେ କୋରାପୁଟ ମ୍ୟୁନିସିପାଲିଟି ଭୋଟ୍‌ ବହୁ ମାତ୍ରାରେ ଭଲ ହୋଇଛି। ଏହାପରେ ବି ମୀନାକ୍ଷୀଙ୍କୁ କାହିଁକି ତାଙ୍କ ପଦରୁ ହଟାଗଲା ବୋଲି ତାରା ପ୍ରଶ୍ନ କରିଥିଲେ। ଏସବୁ କଥାକୁ ବେଣୁଗୋପାଳ ଏକ ନୋଟ୍‌ରେ ଲେଖିବା ସହ ଖୁବ୍‌ଶୀଘ୍ର ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ ଔପଚାରିକ ସାକ୍ଷାତ ଥିଲା। କାହା ବିରୋଧରେ କିଛି କହିନାହୁଁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା କରାଯାଇଛି। ତାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କରିବା ପାଇଁ ସେ ଆସିନାହାନ୍ତି ବୋଲି ତାରା କହିଛନ୍ତି। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସହ ବିବାଦକୁ ନେଇ ତାରା କହିଛନ୍ତି, କିଛି ମନୋମାଳିନ୍ୟ ହୋଇଥାଇପାରେ। କିନ୍ତୁ କଂଗ୍ରେସ ପାଇଁ କାମ କରିବେ ବୋଲି ତାରା କହିଛନ୍ତି।
ସୂଚନାଯୋଗ୍ୟ, ତାରା ଏବଂ ତାଙ୍କ ଗୋଷ୍ଠୀ ଏବେ ବି ଦିଲ୍ଲୀରେ ଡେରା ପକାଇ ଅଛନ୍ତି। ସେମାନେ ସମସ୍ତେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିବା ପାଇଁ ଯୋଜନା ରଖିଛନ୍ତି। ଖାର୍ଗେଙ୍କଠାରୁ ସମୟ ନେବା ପାଇଁ ତାରା ତାଙ୍କ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏନେଇ ତାରା ସଭାପତିଙ୍କୁ ଜଣାଇବା ପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାକୁ ଯୋଜନା ରଖିବା ସହିତ ତାଙ୍କୁ ଓଡ଼ିଶା ଗସ୍ତରେ ଆସିବା ଲାଗି ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ କଂଗ୍ରେସର ଅବସ୍ଥା ଯେପରି ସ୍ଥିତିକୁ ଚାଲିଗଲାଣି ସେକଥା ମଧ୍ୟ ତାଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?