ଖେଳ

ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ: ବରୋଦାକୁ ହରାଇ ପଞ୍ଜାବ ଚାମ୍ପିୟନ

ମୋହାଲି,୬ା୧୧: ଅନମୋଲ୍‌ପ୍ରୀତ୍‌ ସିଂଙ୍କ ଶତକ ଓ ଅର୍ଶଦୀପ ସିଂଙ୍କ ୪ ଉଇକେଟ ସଫଳତା ବଳରେ ବରୋଦାକୁ ୨୩ ରନ୍‌ରେ ପରାସ୍ତ କରି ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ପଞ୍ଜାବ। ମୋହାଲିରେ ଖେଳା ଯାଇଥିବା…

ସେମିଫାଇନାଲ ଦୌଡରୁ ବାଦ୍‌ ପଡିଲା ଶ୍ରୀଲଙ୍କା, ୩ ଉଇକେଟ୍‌ରେ ବାଂଲାଦେଶ ବିଜୟୀ…

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ବାଂଲାଦେଶ ୩ ଉଇକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…

କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ବାବର ଆଜମ, ରିଜୱାନ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧୧: ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ଆଫଗାନିସ୍ତାନ ଭଳି ଟିମ୍‌ ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଅନେକ ଲଜ୍ଜାର ସମ୍ମୁଖୀନ ହୋଇଛି। ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଅଧିନାୟକ ବାବର ଆଜମଙ୍କ ସମେତ…

ଭର୍ଷ୍ଟାପେନ୍‌ ଜିତିଲେ ବ୍ରାଜିଲିଆନ ଗ୍ରାଁ ପ୍ରି: ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି

ସାଓ ପାଉଲୋ,୬ା୧୧: ତିନି ଥର ଚାମ୍ପିୟନ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ବ୍ରାଜିଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ସିଜନରେ ତାଙ୍କ ସର୍ବକାଳୀନ ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ୪ର୍ଥ…

ଫିଡେ ସୁଇସ୍‌ ଚେସ୍‌: ବୈଶାଳୀ, ଭିଦିତ ଚାମ୍ପିୟନ

ନୂଆଦିଲ୍ଲୀ,୬ା୧୧: ଆର୍‌. ବୈଶାଳୀ ଏବଂ ଭିଦିତ ଗୁଜରାଠୀ ଫିଡେ ଗ୍ରାଣ୍ଡ୍‌ ସୁଇସ୍‌ ଚେସ୍‌ ପ୍ରତିଯୋଗିତାରେ ଯଥାକ୍ରମେ ମହିଳା ଓ ଓପନ କାଟାଗୋରୀରେ ଚାମ୍ପିୟନ ହୋଇଛନ୍ତି। ବିଶ୍ୱସ୍ତରରେ ସେମାନେ ଭାରତ ପାଇଁ ବିରଳ ଡବଲ ସଫଳତା ଆଣିଦେଇଛନ୍ତି। ଏଥିସହିତ ଦୁହେଁ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ…

ବାଂଲାଦେଶ ଆଗରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬।୧୧: ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ତେବେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ବାଂଲାଦେଶ ବିପକ୍ଷରେ ୪୯.୩ ଓଭରରେ ୨୭୯ ରନ୍‌ରେ ସୀମିତ ରହିଛି। ଫଳରେ ବାଂଲାଦେଶ ପାଇଁ…

୧୪୬ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୬।୧୧: ୧୪୬ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ…

ଓ୍ବାର୍ଲଡ କପ ପରେ ଟିମ ଇଣ୍ଡିଆରୁ ବାହାରିବେ ବିରାଟ-ରୋହିତ

ନୂଆଦିଲ୍ଲୀ,୬।୧୧: ବିଶ୍ୱକପ ୨୦୨୩ପରେ ଭାରତୀୟ ଦଳ ଆସନ୍ତା ବର୍ଷ ଜୁନରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବ, ଯେଉଁଥିପାଇଁ ଦଳ ୨୦୨୩ ଓଡିଆଇ ବିଶ୍ୱକପ ପରେ ତୁରନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ…

ଭାରତର ସବୁଠୁ ଧନୀ କ୍ରିକେଟର୍‌: ଟପ୍‌ ୨ ନାହାନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୬।୧୧: ଭାରତରେ କ୍ରିକେଟ ଏକ ଖେଳ ନୁହେଁ ବରଂ ଏକ ଧର୍ମ। ଲୋକମାନେ କ୍ରିକେଟରଙ୍କୁ ପୂଜା କରନ୍ତି। ଅନ୍ତର୍ଜାତୀୟ ମ୍ୟାଚ ବ୍ୟତୀତ ଭାରତୀୟ କ୍ରିକେଟରମାନେ ମଧ୍ୟ ଆଇପିଏଲ ଖେଳନ୍ତି। ଲୋକପ୍ରିୟତା ହେତୁ ସେମାନଙ୍କୁ ଅନେକ ବିଜ୍ଞାପନ ମିଳିଥାଏ। ସେମାନେ କେବଳ ଦେଶରେ…

ପ୍ରଶଂସକଙ୍କ ଦାବି, ବୋଲିଂ କରନ୍ତୁ ବିରାଟ

କୋଲକାତା,୬।୧୧: ଯେତେବେଳେ ବିରାଟ କୋହଲି ପଡ଼ିଆକୁ (ଇଡେନ ଗାର୍ଡେନ୍ସ) ଆସନ୍ତି, ପ୍ରଶଂସକମାନେ ଉତ୍ସାହର ସହ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ‘କିଙ୍ଗ’ଙ୍କ ଆକ୍ସନ ଦେଖିବାକୁ ଅପେକ୍ଷା ରଖିଥାଆନ୍ତି। ଏହି ଷ୍ଟାର୍‌ ବ୍ୟାଟ୍ସମ୍ୟାନ ପୁଣି ଥରେ IND ଏବଂ RSA ମଧ୍ୟରେ…

ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚାଇପାରେ ବର୍ଷା, ବାବରଙ୍କ ପାଇଁ ବେଙ୍ଗାଲୁରୁରୁ ଖୁସି ଖବର…

ବେଙ୍ଗାଲୁରୁ,୬।୧୧ : ପାକିସ୍ତାନ ଦଳ ପାଇଁ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବା ଏପର୍ଯ୍ୟନ୍ତ ସହଜ ହୋଇ ନାହିଁ। ବାବର ଆଜାମଙ୍କ ନେତୃତ୍ୱରେ ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିବାରେ ସକ୍ଷମ ହୋଇଛି। ପାକିସ୍ତାନ…

ବିଶ୍ୱ ଚାମ୍ପିୟନର ପରାଜୟ ନେଇ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର…

କଲମ୍ବୋ,୬।୧୧ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର ପ୍ରଭାବ ଦୃଶ୍ୟମାନ ହେବାକୁ ଲାଗିଲାଣି। ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?