Posted inଖେଳ

ଏକଦା ଯାହାଙ୍କୁ ଢାବା ମାଲିକ ବୋଲି ଭାବୁଥିଲେ ଲୋକେ, ଏବେ ସେ ସବୁଠୁ ଧନୀ ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୬।୧୨: ଜୀବନରେ କୌଣସି ଉପଲବ୍ଧି ହାସଲ କରିବା ଲାଗି ଭାଗ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିଶ୍ରମ ମଧ୍ୟ ଅନୁରୂପ ଭାବେ ଆବଶ୍ୟକ। କ୍ରିକେଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ମଇଦାନରେ ନିଜ ପ୍ରଦର୍ଶନ ବଳରେ ଖେଳାଳିମାନେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ମଧ୍ୟରୁ ଜଣେ। ଗରିବ ପରିବାରରୁ ଆସିଥିବା ହାର୍ଦ୍ଦିକ ଏବେ କ୍ରିକେଟଜଗତର ଏକ ବଡ଼ ନାମ। ଏବେ ସେ କ୍ରିକେଟର ସବୁଠାରୁ ବଡ଼ ଲିଗ୍‌ ଆଇପିଏଲ୍‌ର ଧନୀ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି।
ଆଇପିଏଲ୍‌ର ୨ ସବୁଠାରୁ ସଫଳ ଦଳରୁ ଗୋଟିଏ ଥିବା ମୁମ୍ବାଇ ଶୁକ୍ରବାର ବଡ଼ ଘୋଷଣା କରି ସମସ୍ତଙ୍କୁ ଚମକାଇଛି। ଫ୍ରାଞ୍ଚାଇଜ ଗତ ୧୦ ବର୍ଷ ଧରି ଦଳର ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଦାୟିତ୍ୱ ଦେଇଛି। ଗତ ମାସରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଗୁଜରାଟରୁ ଟ୍ରେଡ୍‌ କରିଥିଲା। ସେବେଠାରୁ ସେ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ଗତ ୨ ସିଜନରୁ ଗୁଜରାଟ ଟାଇଟନ୍ସର ଅଧିନାୟକ କରିଆସୁଥିଲେ ହାର୍ଦ୍ଦିକ। ନିଜର ବଳିଷ୍ଠ ନେତୃତ୍ୱ ବଳରେ ସେ ଦଳକୁ ଡେବ୍ୟୁ ସିଜନରେ ବିଜେତା କରାଇଥିଲେ। ଏପରିକି ୨୦୨୩ରେ ଦଳ ଫାଇନାଲରେ ପ୍ରବେଶ କରି ରନର୍ସ ଅପ୍‌ ହୋଇଥିଲା। ତେବେ ହାର୍ଦ୍ଦିକଙ୍କ ଜୀବନ ଯାତ୍ରା ଦେଖିଲେ ଏଯାଏ ପହଞ୍ଚିବାର ରାସ୍ତା ତାଙ୍କପାଇଁ ସହଜ ନ ଥିଲା।
ବଡୋଦାରୁ ଆସିଥିବା ହାର୍ଦ୍ଦିକ ଏବଂ ତାଙ୍କ ଭାଇ କୃଣାଳ ଅତି ଗରିବ ପରିବାରରୁ ଆସିଛନ୍ତି। ପାଠପଢ଼ାରେ ଦୁହେଁ ସେତେଟା ଭଲ ନ ଥିଲେ। କେବଳ କ୍ରିକେଟ ହିଁ ସେମାନଙ୍କ ପାଇଁ ସବୁକିଛି ଥିଲା। ୫୦୦ ଟଙ୍କା ଲାଗି ସେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଖେଳିବା ଲାଗି ଯାଉଥିଲେ। କେବଳ ଏତିକି ନୁହେଁ, ନିଜର କଳା ରଙ୍ଗ ଯୋଗୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା।
କିଛି ବର୍ଷ ପୂର୍ବେ ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଥିଲେ ଯେ ପିଲାଦିନେ ତାଙ୍କୁ ନିଜ ଚୁଟିରେ ରଙ୍ଗ ଲଗାଇବାକୁ ପସନ୍ଦ ଥିଲା। ସେଥିଲାଗି ମା’ ତାଙ୍କୁ ପାଟି କରୁଥିଲେ। ତଥାପି ସେ ନିଜର ସଉକ ପୂରଣ କରିବା ଲାଗି ସବୁକିଛି କରୁଥିଲେ। କଳା ରଙ୍ଗ ଏବଂ ରଙ୍ଗୀନ ଚୁଟି ଯୋଗୁ ତାଙ୍କୁ କେହି କେହି ଢ଼ାବାରେ ମାଲିକ ବୋଲି ଭାବୁଥିଲେ। ଏଣୁ ଭୟରେ ସେ ନିଜ ମା’ଙ୍କୁ ନନେଇ କୌଣସି ଢ଼ାବାକୁ ଯାଉ ନ ଥିଲେ।
ପିଲାଦିନ ଅତି ସଂଘର୍ଷରେ ବିତିଥିଲେ ହେଁ କ୍ରିକେଟ ଲାଗି ତାଙ୍କର ଭଲପାଇବା କମ୍‌ ହୋଇ ନ ଥିଲା। ୨୦୧୫ରେ ମୁମ୍ବାଇ ତାଙ୍କୁ ସୁଯୋଗ ଦେଇଥିଲା। ସେବେଠାରୁ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା। ଧିରେଧିରେ ସେ ନିଜର ଖେଳକୁ ନେଇ ପ୍ରଶଂସକଙ୍କ ଗହଣରେ ପରିଚିତ ହୋଇଥିଲେ। ମୋଟା ଅଙ୍କର ରୋଜଗାର ମଧ୍ୟ କରି ବିଳାସମୟ ଜୀବନଯାପନ କରୁଛନ୍ତି।
୨୦୨୧ ଯାଏ ହାର୍ଦ୍ଦକ ମୁମ୍ବାଇ ଟିମ୍‌ରେ ଖେଳାଳି ଭାବେ ରହିଥିଲେ। ହେଲେ ୨୦୨୨ ସିଜନ ଲାଗି ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା ଗୁଜରାଟ ଟିମ୍‌। ଏବେ ୨୦୨୪ ଆଇପିଏଲ୍‌ ପୂର୍ବରୁ ହାର୍ଦ୍ଦିକ ପୁଣି ନିଜ ଟିମ୍‌କୁ ଫେରିଥିଲେ। ନଭେମ୍ବର ୨୭ରେ ଏନେଇ ଘୋଷଣା ହେବା ପରେ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ତାହା ସତ ହୋଇଛି। ସେ ଆଇପିଏଲ୍‌ର ସବୁଠାରୁ ଧନୀ ଟିମ୍‌(୭୨୫ କୋଟି ବ୍ରାଣ୍ଡ ମୂଲ୍ୟ)ର ନେତୃତ୍ୱ ନେବେ। ୩ ବର୍ଷ ଧରି ଟିମ୍‌ ଟୁର୍ନାମେଣ୍ଟ ଜିତି ପାରି ନ ଥିବା ବେଳେ ଏବେ ସେ କିଭଳି ନେତୃତ୍ୱ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri