Posted inଖେଳ

ଏକଦା ଯାହାଙ୍କୁ ଢାବା ମାଲିକ ବୋଲି ଭାବୁଥିଲେ ଲୋକେ, ଏବେ ସେ ସବୁଠୁ ଧନୀ ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୬।୧୨: ଜୀବନରେ କୌଣସି ଉପଲବ୍ଧି ହାସଲ କରିବା ଲାଗି ଭାଗ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିଶ୍ରମ ମଧ୍ୟ ଅନୁରୂପ ଭାବେ ଆବଶ୍ୟକ। କ୍ରିକେଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ମଇଦାନରେ ନିଜ ପ୍ରଦର୍ଶନ ବଳରେ ଖେଳାଳିମାନେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ମଧ୍ୟରୁ ଜଣେ। ଗରିବ ପରିବାରରୁ ଆସିଥିବା ହାର୍ଦ୍ଦିକ ଏବେ କ୍ରିକେଟଜଗତର ଏକ ବଡ଼ ନାମ। ଏବେ ସେ କ୍ରିକେଟର ସବୁଠାରୁ ବଡ଼ ଲିଗ୍‌ ଆଇପିଏଲ୍‌ର ଧନୀ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି।
ଆଇପିଏଲ୍‌ର ୨ ସବୁଠାରୁ ସଫଳ ଦଳରୁ ଗୋଟିଏ ଥିବା ମୁମ୍ବାଇ ଶୁକ୍ରବାର ବଡ଼ ଘୋଷଣା କରି ସମସ୍ତଙ୍କୁ ଚମକାଇଛି। ଫ୍ରାଞ୍ଚାଇଜ ଗତ ୧୦ ବର୍ଷ ଧରି ଦଳର ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଦାୟିତ୍ୱ ଦେଇଛି। ଗତ ମାସରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଗୁଜରାଟରୁ ଟ୍ରେଡ୍‌ କରିଥିଲା। ସେବେଠାରୁ ସେ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ଗତ ୨ ସିଜନରୁ ଗୁଜରାଟ ଟାଇଟନ୍ସର ଅଧିନାୟକ କରିଆସୁଥିଲେ ହାର୍ଦ୍ଦିକ। ନିଜର ବଳିଷ୍ଠ ନେତୃତ୍ୱ ବଳରେ ସେ ଦଳକୁ ଡେବ୍ୟୁ ସିଜନରେ ବିଜେତା କରାଇଥିଲେ। ଏପରିକି ୨୦୨୩ରେ ଦଳ ଫାଇନାଲରେ ପ୍ରବେଶ କରି ରନର୍ସ ଅପ୍‌ ହୋଇଥିଲା। ତେବେ ହାର୍ଦ୍ଦିକଙ୍କ ଜୀବନ ଯାତ୍ରା ଦେଖିଲେ ଏଯାଏ ପହଞ୍ଚିବାର ରାସ୍ତା ତାଙ୍କପାଇଁ ସହଜ ନ ଥିଲା।
ବଡୋଦାରୁ ଆସିଥିବା ହାର୍ଦ୍ଦିକ ଏବଂ ତାଙ୍କ ଭାଇ କୃଣାଳ ଅତି ଗରିବ ପରିବାରରୁ ଆସିଛନ୍ତି। ପାଠପଢ଼ାରେ ଦୁହେଁ ସେତେଟା ଭଲ ନ ଥିଲେ। କେବଳ କ୍ରିକେଟ ହିଁ ସେମାନଙ୍କ ପାଇଁ ସବୁକିଛି ଥିଲା। ୫୦୦ ଟଙ୍କା ଲାଗି ସେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଖେଳିବା ଲାଗି ଯାଉଥିଲେ। କେବଳ ଏତିକି ନୁହେଁ, ନିଜର କଳା ରଙ୍ଗ ଯୋଗୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା।
କିଛି ବର୍ଷ ପୂର୍ବେ ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଥିଲେ ଯେ ପିଲାଦିନେ ତାଙ୍କୁ ନିଜ ଚୁଟିରେ ରଙ୍ଗ ଲଗାଇବାକୁ ପସନ୍ଦ ଥିଲା। ସେଥିଲାଗି ମା’ ତାଙ୍କୁ ପାଟି କରୁଥିଲେ। ତଥାପି ସେ ନିଜର ସଉକ ପୂରଣ କରିବା ଲାଗି ସବୁକିଛି କରୁଥିଲେ। କଳା ରଙ୍ଗ ଏବଂ ରଙ୍ଗୀନ ଚୁଟି ଯୋଗୁ ତାଙ୍କୁ କେହି କେହି ଢ଼ାବାରେ ମାଲିକ ବୋଲି ଭାବୁଥିଲେ। ଏଣୁ ଭୟରେ ସେ ନିଜ ମା’ଙ୍କୁ ନନେଇ କୌଣସି ଢ଼ାବାକୁ ଯାଉ ନ ଥିଲେ।
ପିଲାଦିନ ଅତି ସଂଘର୍ଷରେ ବିତିଥିଲେ ହେଁ କ୍ରିକେଟ ଲାଗି ତାଙ୍କର ଭଲପାଇବା କମ୍‌ ହୋଇ ନ ଥିଲା। ୨୦୧୫ରେ ମୁମ୍ବାଇ ତାଙ୍କୁ ସୁଯୋଗ ଦେଇଥିଲା। ସେବେଠାରୁ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା। ଧିରେଧିରେ ସେ ନିଜର ଖେଳକୁ ନେଇ ପ୍ରଶଂସକଙ୍କ ଗହଣରେ ପରିଚିତ ହୋଇଥିଲେ। ମୋଟା ଅଙ୍କର ରୋଜଗାର ମଧ୍ୟ କରି ବିଳାସମୟ ଜୀବନଯାପନ କରୁଛନ୍ତି।
୨୦୨୧ ଯାଏ ହାର୍ଦ୍ଦକ ମୁମ୍ବାଇ ଟିମ୍‌ରେ ଖେଳାଳି ଭାବେ ରହିଥିଲେ। ହେଲେ ୨୦୨୨ ସିଜନ ଲାଗି ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା ଗୁଜରାଟ ଟିମ୍‌। ଏବେ ୨୦୨୪ ଆଇପିଏଲ୍‌ ପୂର୍ବରୁ ହାର୍ଦ୍ଦିକ ପୁଣି ନିଜ ଟିମ୍‌କୁ ଫେରିଥିଲେ। ନଭେମ୍ବର ୨୭ରେ ଏନେଇ ଘୋଷଣା ହେବା ପରେ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ତାହା ସତ ହୋଇଛି। ସେ ଆଇପିଏଲ୍‌ର ସବୁଠାରୁ ଧନୀ ଟିମ୍‌(୭୨୫ କୋଟି ବ୍ରାଣ୍ଡ ମୂଲ୍ୟ)ର ନେତୃତ୍ୱ ନେବେ। ୩ ବର୍ଷ ଧରି ଟିମ୍‌ ଟୁର୍ନାମେଣ୍ଟ ଜିତି ପାରି ନ ଥିବା ବେଳେ ଏବେ ସେ କିଭଳି ନେତୃତ୍ୱ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri