Posted inଖେଳ

ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦: ଆଜି ସମସ୍ତ ସେମିଫାଇନାଲ

କଟକ,୧୬ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ନିରାସ କରିଛନ୍ତି ଓଡିଶାର ଦୁଇ ଭଉଣି ଋତପର୍ଣ୍ଣା ଏବଂ ଶ୍ୱେତପର୍ଣ୍ଣା ପଣ୍ଡା। ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଇଣ୍ଡୋନେସିଆର ଜେସିତା ପୁତ୍ରୀ ଏବଂ ଫେବି ସେତିଆନିଗ୍ରୁମଙ୍କ ଠାରୁ ହାରି ଯାଇଛନ୍ତି। କୋର୍ଟ-୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଇଣ୍ଡୋନେସିଆକୁ ବିଜୟ ମିଳିଥିଲା। ଜେସିତା ଓ ଫେବି ପ୍ରଥମ ସେଟ୍‌କୁ ୨୧-୯ ଗେମ୍‌ରେ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ମଧ୍ୟ ଦୁହେଁ ୨୧-୧୫ରେ ଜିତିଥିଲେ। ୩୫ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଜେସିତା ଓ ଫେବି ୩ଟି ଗେମ୍‌ ପଏଣ୍ଟ ମଧ୍ୟ ହାତେଇଥିଲେ।
ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗତ ସଂସ୍କରଣର ଚାମ୍ପିୟନ ତଥା ୨୩ବର୍ଷୀୟ ଭାରତୀୟ ଖେଳାଳି କିରନ ଜର୍ଜଙ୍କ ସମେତ ଆୟୁଷ ସେଟ୍ଟୀ, ସତୀଶ କୁମାର ଓ ଇଣ୍ଡୋନେସିଆର ଆଲୱି ଫରହାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ମଧ୍ୟ ଗତ ସଂସ୍କରଣର ଚାମ୍ପିଅନ ଉନ୍ନତି ହୁଡା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅନୁପମା ଉପାଧ୍ୟାୟଙ୍କୁ ୨-୧ ସେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ହଂକଂର ଲୋ ସିନ ୟାନ ହାପି, ଜାପାନର ନୋଜୋମି ଓକୁହାରା ଓ ଡେନମାର୍କର ଲାଇନ କ୍ରିଷ୍ଟୋଫରସେନ ବିଜୟୀ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ସୁମିତ ରେଡ୍ଡୀ ଓ ସିକି ରେଡ୍ଡୀ, ଧ୍ରୁବ କପିଳା ଓ ତନିଷା କ୍ରାଷ୍ଟୋ, ଇଣ୍ଡୋନେସିଆର ଆଦନାନ ମୌଲାନା ଓ ନୀତା ଭାଓଲିନା, ସିଙ୍ଗାପୁରର ହି ୟଙ୍ଗ କାଇ ଓ ତାନ ୱି ହାନ୍‌, ମହିଳା ଡବଲ୍ସରେ ଭାରତର ତନୀଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପା, ଇଣ୍ଡୋନେସିଆର ସୋଫି ଅଲ୍‌ ମୁସୀରା ଓ ସିତି ସାରହା, ଆରିଲ ନାବିଲା ଓ ଅଗ୍ନିୟା ଶ୍ରୀ ରାହାୟୁ, ପୁରୁଷ ଡବଲ୍ସରେ ଭାରତର ସାଇ ପ୍ରତୀକ ଓ କ୍ରୀଷ୍ଣା ପ୍ରସାଦ, ଇଣ୍ଡୋନେସିଆର କାୟୋ ହୁଟୁମୋ ଓ କ୍ରୀଷ୍ଟାଫର ଡେଭିଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ଚଳିତ ସଂସ୍କରଣର ସମସ୍ତ ନକଆଉଟ୍‌ ପର୍ଯ୍ୟାୟର ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଶନିବାର ସମସ୍ତ ସେମିଫାଇନାଲ ଅନୁଷ୍ଠିତ ହେବ। ରବିବାର ଫାଇନାଲ ସହିତ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?