ଖେଳ

ନ୍ୟୁଜିଲାଣ୍ଡ କ୍ରୀଡ଼ାମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା: ସୁପର ଓଭର ବ୍ୟାନ୍‌ ପାଇଁ ଆସିବ ବିଲ୍‌

ହାମିଲଟନ,୩୦।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ ରଚିଛି। ସୁପର୍‌ ଓଭରରେ ନ୍ୟୁଜିଲାଣ୍ଡ ପରାସ୍ତ ହେବା ପରେ ଦେଶର କ୍ରୀଡ଼ା ମନ୍ତ୍ରୀ ଗ୍ରାଣ୍ଟ…

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେମିରେ ଥିମ, ଜେଭରେଭ, ହାଲେପ୍‌

ମେଲବୋର୍ନ, ୩୦।୧(ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦ ଦିବସ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭ, ଡୋମିନିକ ଥିମ୍‌ ଓ ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଓ ସ୍ପେନର ଗାର୍ବିନେ ମୁଗୁରୁଜା…

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨ ଗୋଲରେ ଘରୋଇ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୦-୩ରେ ପଛୁଆ ରହିଥିବା ଓଡ଼ିଶା…

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ ଆସାମ। ଓଡ଼ିଶାର ପ୍ରଥମ ଇନିଂସ ୪୩୬ ରନ ଜବାବରେ ଆସାମ ପ୍ରଥମ ଇନିଂସରେ ୨୩୮…

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା ଫୁଟବଲ୍‌ କ୍ୱାଲିଫାଇଙ୍ଗ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ବୁଧବାର ଏ…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପ୍ରତିଭା ଚିହ୍ନଟରେ ସହାୟ ହେବ: ଦୂତୀ

ନୂଆଦିଲ୍ଲୀ, ୩୦।୧(ପି.ଟି.)- ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦେଶରେ ପ୍ରତିଭା ଚିହ୍ନଟରେ ବିଶେଷ ଭାବେ ସହାୟ ହେବ ଓ ଭବିଷ୍ୟତରେ ଉପାଦେୟତା ଦେଖିବାକୁ ମିଳିବ ବୋଲି ଭାରତର ଦ୍ରୁତତମ ମହିଳା ତଥା ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ କହିଛନ୍ତି। ଖେଲୋ…

ଭାରତୀୟ ଫୁଟ୍‌ବଲରେ ପ୍ରଥମ: ସ୍କଟ୍‌ଲାଣ୍ଡ କ୍ଲବ୍‌ ରେଞ୍ଜର୍ସ ଏଫ୍‌ସି ସହ ବାଲା ଦେବୀଙ୍କ ଚୁକ୍ତି

ବେଙ୍ଗାଲୁରୁ, ୩୦।୧(ପି.ଟି.)- ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟ୍‌ବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଭାରତୀୟ ତାରକା ମହିଳା ଫୁଟ୍‌ବଲର ବାଲା ଦେବୀ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଭାରତୀୟ ଫୁଟବଲ୍‌ରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ କ୍ଲବ ସହ ଜଣେ ଖେଳାଳି ଚୁକ୍ତି…

ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ

ଲସ୍‌ ଏଞ୍ଜେଲ୍ସ, ୩୦।୧(ଏଏଫ୍‌ପି)- ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବ ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ଲୋକଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି ବୋଲି ମଙ୍ଗଳବାର ଅଧିକାରୀମାନେ ସୂଚନା ଦେଇଛନ୍ତି।…

ସିକନ୍ଦରଙ୍କୁ ୭ ଉଇକେଟ: ଜିମ୍ବାଓ୍ବେ ସ୍ଥିତି ଦୃଢ଼

ହରାରେ, ୩୦।୧- ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସ୍‌ରେ ୧୧୫.୩ ଓଭରରେ ୪୦୬…

ବ୍ରାଏଣ୍ଟଙ୍କ ହେଲିକପ୍ଟରରେ ସତର୍କ ବ୍ୟବସ୍ଥା ନ ଥିଲା

ଲସ୍‌ ଏଞ୍ଜେଲସ, ୨୯।୧(ପି.ଟି.): ଜଣାଶୁଣା ବାସ୍କେଟ ବଲ୍‌ ଖେଳାଳି ତଥା ଏନ୍‌ବିଏ ଲିଜେଣ୍ଡ କୋବ୍‌ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ପରେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ବ୍ରାଏଣ୍ଟଙ୍କ ହେଲିକପ୍ଟରରେ କୌଣସି ସତର୍କ ବ୍ୟବସ୍ଥା ନ ଥିଲା…

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ମୋଡ଼ ବଦଳାଇଥିବା ମ୍ୟାଚ ଟାଇରେ ଶେଷ ହେବା ଏବଂ ସୁପର ଓଭରରେ…

ନାଡାଲଙ୍କୁ ରୋକିଲେ ଅଷ୍ଟ୍ରେଲିଆନ ଓପନ ସୁରକ୍ଷାକର୍ମୀ

ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ପାନିଶ କିମ୍ବଦନ୍ତୀଙ୍କୁ ବୁଧବାର ଏକ ଚେକ ପଏଣ୍ଟରେ ରୋକିଥିଲେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?