ଖେଳ

ପାଗ ବଦଳିଲା, ମ୍ୟାଚର ମଜାନେଲେ ଦର୍ଶକ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ-ବେଲଜିୟମ ପ୍ରଥମ ମ୍ୟାଚ ଅବସରରେ ବର୍ଷା ଓ କୋହଲା ପାଗ ଯୋଗୁ ଅଳ୍ପ ଦର୍ଶକ ବର୍ଷାରେ ଭିଜି ମ୍ୟାଚ ଉପଭୋଗ କରିଥିଲେ। ମାତ୍ର ରବିବାର ଦ୍ୱିତୀୟ ମ୍ୟାଚ ବେଳକୁ…

ପଣ୍ଡିଚେରୀ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ୨୩ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଏକ ଲିଗ ମ୍ୟାଚ୍‌ରେ ଓଡ଼ିଶା ୬୭ରନରେ ପଣ୍ଡିଚେରୀଠାରୁ ହାରିଛି। ଦ୍ୱିତୀୟ ଇନିଂସରେ ଓଡ଼ିଶା ସମ୍ମୁଖରେ ୧୭୨ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୦୫ରନରେ ଅଲଆଉଟ ହୋଇଥିଲା।…

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କବାଡ଼ି ଫେଡେରେଶନ କୌଣସି ଆଥ୍‌ଲେଟଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ…

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ କ୍ରିକେଟ ଅମ୍ପାୟାର ଦାୟିତ୍ୱ ଦିଆଯାଏ ତେବେ ଏହା ନିହାତି ଆଶ୍ଚର୍ଯ୍ୟ ଲାଗିପାରେ। ପ୍ରସିଦ୍ଧ କ୍ରିକେଟ…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ…

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱ ଚାମ୍ପିୟନ ବେଲଜିୟମଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଏଥିସହ ବିଶ୍ୱର…

ପ୍ରଥମ ଟେଷ୍ଟ: ନସିମ୍‌ଙ୍କ ହ୍ୟାଟ୍ରିକ୍‌: ବାଂଲାଦେଶର ସଂଘର୍ଷ ଜାରି

ରାଓ୍ବଲପିଣ୍ଡି,୯।୨-ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡାଇବାକୁ ବାଂଲାଦେଶ ସଂଘର୍ଷ ଜାରି ରଖିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ୮୨.୫ ଓଭରରେ ୨୩୩ ରନ କରି ଅଲଆଉଟ ହୋଇଥିଲା।…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟର ଫାଇନାଲ ଖେଳୁଥିବା ବାଂଲାଦେଶକୁ ଇତିହାସ ରଚିବା ପାଇଁ ୧୭୮ ରନ୍‌ ଦରକାର। ଆମନ୍ତ୍ରଣ…

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ ଗିଲଖ୍ରିଷ୍ଟ ଏକାଦଶକୁ ହରାଇ ଦେଇଛି। କ୍ୟାରିୟରରେ ପ୍ରାୟତଃ ବୋଲିଂ କରି ନ ଥିବା ମାଥ୍ୟୁ…

ରାହୁଲ-ଆଥିଆଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ସୁନୀଲ ସେଟ୍ଟୀ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ…

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ସିରିଜ: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ମେଲବୋର୍ନ,୯।୨- ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୬ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ଭାରତ ଫାଇନାଲରେ ପ୍ରବେଶ କରିଛି। ଟିମ୍‌ ଇଣ୍ଡିଆ ୪ ମ୍ୟାଚ୍‌ରୁ ୨ ଜିତିଥିବାବେଳେ ସମାନ ସଂଖ୍ୟକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ସିରିଜର…

ପ୍ରଥମେ ବ୍ୟାଟିଂ କରିବ ଭାରତ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌

ପୋଚେଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ପ୍ରତିପକ୍ଷ ବାଂଲାଦେଶ ଦଳ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ପାଣିପାଗକୁ ଦୃଷ୍ଟିରେ ରଖି ବାଂଲାଦେଶ ଦଳ ଏହି ନିଷ୍ପତ୍ତି ନେଇଥିବା ସମ୍ଭାବନା ଅଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?