Posted inଖେଳ

ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ

ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି। ଏଥିରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ନଭଜୋତ ସିଂ ସିଦ୍ଧୁଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିଛନ୍ତି।
ତେବେ ସେ ଏହି ଦଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରିନାହାନ୍ତି। ଏହାର ସେ କାରଣ ମଧ୍ୟ ଦର୍ଶାଇଛନ୍ତି। ଯେଉଁ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଖେଳିଛି, କେବଳ ସେହି ଖେଳାଳିଙ୍କ ମଧ୍ୟରୁ ଚୟନ କରି ଏହି ଦଳ ଘୋଷଣା କରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ ଜଣେ ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଓ ସେହିପରି ସବୁ ଫର୍ମାଟରେ ବିରାଟ କୋହଲି ଶ୍ରେଷ୍ଠ ବୋଲି ଓ୍ବର୍ନ ତାଙ୍କ ଇନ୍‌ଷ୍ଟ୍ରାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମଧ୍ୟ ସେ ଏହି ଦଳରେ ସ୍ଥାନ ଦେଇନାହାନ୍ତି। ଉଇକେଟକିପର ଭାବେ ସେ ନୟନ ମୋଙ୍ଗିଆକୁ ଚୟନ କରିଛନ୍ତି। ୧୯୮୩ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ମଧ୍ୟ ସେ ଚୟନ କରିଛନ୍ତି। ସେ ସ୍ପିନ୍‌ ଯୋଡି ହରଭଜନ ସିଂ, ଅନିଲ କୁମ୍ବଲେଙ୍କ ସମେତ ଦ୍ରୁତ ବୋଲର ଭାବେ ଜାଭାଗାଲ ଶ୍ରୀନାଥଙ୍କୁ ମଧ୍ୟ ଚୟନ କରିଛନ୍ତି। ବୀରେନ୍ଦ୍ର ସେହ୍ବାଗ ଓ ନଭ୍‌ଜୋତ ସିଂ ସିଦ୍ଧୁଙ୍କୁ ସେ ଓପନର ଭାବେ ବାଛିଛନ୍ତି। ସେହିପରି ବ୍ୟାଟିଂ ଲାଇନ୍‌ରେ ରାହୁଲ ଡ୍ରାଭିଡ, ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନଙ୍କୁ ଦଳରେ ସାମିଲ କରିଛନ୍ତି। ଆମ ସମୟରେ ସିଦ୍ଧୁ ସ୍ପିନ୍‌କୁ ଅତି ଭଲ ଭାବେ ଖେଳନ୍ତି। ତେଣୁ ତାଙ୍କୁ ଦଳରେ ସ୍ଥାନ ଦେଇଛି ବୋଲି ଓ୍ବର୍ନ କହିଛନ୍ତି।
ଓ୍ବର୍ନଙ୍କ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶ:
ସୌରଭ ଗାଙ୍ଗୁଲି (ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ନଭଜୋତ୍‌ ସିଂ ସିଦ୍ଧୁ, ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, କପିଳ ଦେବ, ନୟନ ମୋଙ୍ଗିଆ (ଉଇକେଟକିପର), ହରଭଜନ ସିଂ, ଜାଭାଗଲ ଶ୍ରୀନାଥ ଓ ଅନିଲ କୁମ୍ବଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri