Posted inଖେଳ

କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର

ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା ଭଳି ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଦଳର ଟ୍ରେନିଂ ମଧ୍ୟ ବନ୍ଦ ରହିଛି। ତେଣୁ ଭାରତୀୟ ଦଳର ସ୍ବିଡିଶ୍‌ କୋଚ୍‌ ଥୋମାସ ଡେନର୍ବି ବୁଧବାର ସ୍ବଦେଶ ଫେରିବା ପାଇଁ ବ୍ୟବସ୍ଥା ହୋଇଛି। ଭାରତରେ ଥିବା ସେମାନଙ୍କ ନାଗରିକଙ୍କୁ ଫେରାଇ ନେବାପାଇଁ ସ୍ବିଡେନ ସରକାରଙ୍କ ପକ୍ଷରୁ ବିମାନ ବ୍ୟବସ୍ଥା କରାଯାଇଛି। ସେଥିରେ ଡେନର୍ବି ଏବଂ ତାଙ୍କ ସାଥି ଫିଟ୍‌ନେସ୍‌ କୋଚ୍‌ ପେର କାର୍ଲସନ ସ୍ବଦେଶ ଫେରିବେ। ନଭେମ୍ବରରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଡେନର୍ବି ଭାରତୀୟ ଦଳର ଦାୟିତ୍ୱରେ ଅଛନ୍ତି। ” ବର୍ତ୍ତମାନ ଟ୍ରେନିଂ ବନ୍ଦ। ଖେଳାଳିମାନେ ସେମାନଙ୍କ ଘରକୁ ଫେରି ଯାଇଛନ୍ତି। ତେଣୁ ମୁଖ୍ୟ କୋଚ୍‌ ଡେନର୍ବି ବୁଧବାର ସ୍ବିଡେନ ଫେରିଯିବେ“ ବୋଲି ସର୍ବଭାରତୀୟ ଫୁଟବଲ ଫେଡେରେଶନ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଭାରତର ୫ଟି ଭେନ୍ୟୁରେ ହେବାର କାର୍ଯ୍ୟସୂଚୀ ରହିଛି।
୬୦ ବର୍ଷୀୟ ଅଭିଜ୍ଞ ଡେନର୍ବି ଗତବର୍ଷ ନଭେମ୍ବରରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପାଇଁ କୋଚ୍‌ ନିଯୁକ୍ତ ହୋଇଥିଲେ। ପୂର୍ବରୁ ତାଙ୍କ ପ୍ରଶିକ୍ଷଣରେ ସ୍ବିଡେନ ମହିଳା ଫୁଟବଲ ଦଳ ୨୦୧୧ରେ ଜର୍ମାନୀରେ ଅନୁଷ୍ଠିତ ମହିଳା ଫିଫା ବିଶ୍ୱକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ତାଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲା। ୨୦୧୯ରେ ଫ୍ରାନ୍ସରେ ଅନୁଷ୍ଠିତ ମହିଳା ଫିଫା ବିଶ୍ୱକପ ସମୟରେ ଡେନର୍ବି ନାଇଜେରିଆ ସିନିୟର ଦଳର କୋଚ୍‌ ଥିଲେ। ଭାରତରେ ଟ୍ରେନିଂ ପ୍ରକ୍ରିୟା ଆରମ୍ଭ ପାଇଁ ସ୍ଥିତି ଉପୁଜିଲେ ଡେନର୍ବି ପ୍ରତ୍ୟାବର୍ତ୍ତନ କରିବେ ବୋଲି କୁଶାଲ କହିଛନ୍ତି। ପ୍ରକାଶଯୋଗ୍ୟ ଯେ, ଭାରତରେ ମାର୍ଚ୍ଚ ୨୫ରେ ୨୧ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି। ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଅନେକ ପ୍ରତିଯୋଗିତା ସ୍ଥଗିତ କିମ୍ବା ବାତିଲ ହୋଇଥିଲେ ହେଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ହେବାନେଇ କୁଶାଲ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri