କରୋନା ଆକ୍ରାନ୍ତ ବିଶ୍ୱକପ୍ ଚାମ୍ପିୟନ ଖେଳାଳି
ରୋମ,୧୮।୩- ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦଳର ସଦସ୍ୟ ବ୍ଲାଇସେ ମାଟୁଡି ଓ ହେଲାସ ଭେରୋନା ଖେଳାଳି ମାଟି ଜାକାଗନି ଘାତକ ଭାଇରସ କରୋନାରେ ଆକ୍ରାନ୍ତ। ଉଭୟଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଥିବା ସେମାନଙ୍କ ସିରି ଏ’ କ୍ଲବ…
ଫ୍ରେଞ୍ଚ୍ ଓପନ୍ ସେପ୍ଟେମ୍ବରକୁ ଘୁଞ୍ଚିଲା
ପ୍ୟାରିସ, ୧୮ା୩ (ଏଏଫ୍ପି)-କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ କରିବା ଲାଗି ଚାମ୍ପିୟନଶପି୍ର ଆୟୋଜକଗଣ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ…
ୟୁରୋ ୨୦୨୧, କୋପା ଆମେରିକା ସ୍ଥଗିତ
ଲାଉସାନେ, ୧୮ା୩ (ଏଏଫ୍ପି)-ୟୁନିୟନ ଅଫ୍ ୟୁରୋପିଆନ୍ ଫୁଟ୍ବଲ ଆସୋସିଏଶନ୍ସ (ୟୁଫା) ୨୦୨୧ ପର୍ଯ୍ୟନ୍ତ ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍କୁ ସ୍ଥଗିତ ରଖିଛି। ସେହିପରି ଜୁନ୍ ୧୨ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାକୁଥିବା କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟକୁ ବର୍ତ୍ତମାନ…
କରୋନା ଭାଇରସ୍: ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ ସଂକ୍ରମିତ
ଟୋକିଓ,୧୮।୩ (ଏଏଫ୍ପି)- କରୋନା ଭାଇରସ୍ ଦ୍ୱାରା ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ କୋଜୋ ତାସିମା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ସ୍ବୀକାର କରିଛନ୍ତି। ଫଳରେ ଏବେ ଟୋକିଓ ଅଲିମ୍ପିକ୍ସ ନିରାପଦରେ ଆୟୋଜନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…
କରୋନା ଭାଇରସ୍: କ୍ଲବ, ଫୁଟ୍ବଲର ଭବିଷ୍ୟତ ଅନିଶ୍ଚିତ
ଲଣ୍ଡନ, ୧୮।୩ (ପି.ଟି.)- କରୋନା ଭାଇରସ୍ ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଥିବା ବେଳେ କ୍ରୀଡ଼ା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଖାସ୍ କରି ବିଶ୍ୱ ଫୁଟବଲର ଏକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ୟୁରୋପ୍ରେ ଜଣାଶୁଣା ଫୁଟବଲ…
ଇଣ୍ଡୋ- ପାକ୍ ମ୍ୟାଚ୍ ବିନା ଟେଷ୍ଟ ଚାମ୍ପିୟନଶିପ୍ର ମାନେ କିଛି ନାହିଁ
କରାଚୀ, ୧୮।୩ (ପି.ଟି.)- ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରା ନ ଗଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍ର ମାନେ କିଛି ନାହିଁ। ଏକଥା କହିଛନ୍ତି ପାକିସ୍ତାନ ପୂର୍ବତନ…
ଅଲିମ୍ପିକ୍ସ ପ୍ରସ୍ତୁତିକୁ ଛାଡ଼ି ସବୁ ଜାତୀୟ ଶିବିର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୮।୩(ପି.ଟି.)- କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ଜାତୀୟ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେବେ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରଶିକ୍ଷଣ ଜାରି ରଖିଥିବା ଖେଳାଳିମାନେ ସେମାନଙ୍କ ପ୍ରସ୍ତୁତି ଜାରି…
ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା
କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ କାରୋନା ଭାଇରସନ (କୋଭିଡ- ୧୯) ଲକ୍ଷଣ ଦେଖାଦେଇଛି ବୋଲି ପିସିବି ସ୍ପଷ୍ଟ କରିଛି। ତେବେ…
ଡୋପ୍ ଟେଷ୍ଟ: ୪ ନାବାଳକ ଆଥ୍ଲେଟ ସସ୍ପେଣ୍ଡ
ନୂଆଦିଲ୍ଲୀ, ୧୭ା୩ (ପି.ଟି.)- ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ଧରାପଡ଼ି ୪ ନାବାଳକ ଆଥ୍ଲେଟ ସାମୟିକ ସସ୍ପେଣ୍ଡ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଆଥଲେଟ୍ ରହିଛନ୍ତି। ଗତ ନଭେମ୍ବରରେ ଆନ୍ଧ୍ର…
ନିର୍ଦ୍ଧାରିତ ସମୟରେ ହେବ ପୁରୁଷ ଟି୨୦ ବିଶ୍ୱକପ୍
ସିଡ୍ନୀ, ୧୭ା୩ (ପି.ଟି.)- କୋଭିଡ୍-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି। କରୋନା ଭାଇରସ ଦେଖାଦେବା ପରଠାରୁ ବିଶ୍ୱବ୍ୟାପୀ କ୍ରୀଡ଼ା କାର୍ଯ୍ୟକଳାପ ବାଧା…
ସ୍ପାନିଶ କ୍ଲବ ଭାଲେନସିଆର ଏକତୃତୀୟାଂଶ ଖେଳାଳି ଆକ୍ରାନ୍ତ
ମାଡ୍ରିଡ୍, ୧୭।୩ (ଏଏଫ୍ପି)- ସ୍ପେନ ଫୁଟ୍ବଲ କ୍ଲବ ଭାଲେନସିଆ ଦଳର ୩୫ ପ୍ରତିଶତ ଖେଳାଳି ମାରାତ୍ମକ କରୋନା ଭାଇରସ୍ରେ ଆକ୍ରାନ୍ତ ରହିଛନ୍ତି। କ୍ଲବର ଏକତୃତୀୟାଂଶ ଖେଳାଳି ଓ ଷ୍ଟାଫ୍ଙ୍କ ରିପୋର୍ଟ ପଜିଟିଭ ବାହାରିଥିବା କ୍ଲବ ପକ୍ଷରୁ ଘୋଷଣା କରାଯାଇଛି। ଭାଲେନସିଆ ଗତ…
ନ୍ୟୁ ସାଉଥ୍ ଓ୍ବେଲ୍ସ ଚାମ୍ପିୟନ ଘୋଷିତ
ସିଡ୍ନୀ, ୧୭।୩ (ଏଏଫ୍ପି)- ଅଷ୍ଟ୍ରେଲିଆର ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଟୁର୍ନାମେଣ୍ଟ ସିଫେଲ୍ଡ ସିଲ୍ଡରେ ନ୍ୟୁ ସାଉଥ୍ ଓ୍ବେଲ୍ସ ଚାମ୍ପିୟନ ହୋଇଛି। କରୋନାର ଭୟାବହତାକୁ ଲକ୍ଷ୍ୟ ରଖି ଏହି ଟୁର୍ନାମେଣ୍ଟକୁ ଅଧାରୁ ମଙ୍ଗଳବାର ବାତିଲ୍ ଘୋଷଣା କରାଯାଇଛି। ପ୍ରତିଯୋଗିତାର ୯ମ ରାଉଣ୍ଡ…

