Posted inଖେଳ

୭୫ ଦିନପରେ ଇଂଲଣ୍ଡକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରତିଯୋଗିତା ଫେରିଲା

ଲଣ୍ଡନ, ୨ା୬(ଏପି)-କରୋନା ଭାଇରସ୍‌ ସଂକ୍ରମଣ ଜନିତ ପ୍ରଭାବରୁ ୭୫ ଦିନ ଶଟ୍‌ଡାଉନ୍‌ ପରେ ଇଂଲଣ୍ଡକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରତିଯୋଗିତା ଫେରିଛି। ଇଂଲଣ୍ଡ କ୍ରୀଡ଼ା ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଥିଲା। ସୋମବାର ମୋଟ ୩ଟି ପ୍ରତିଯୋଗିତା ହୋଇଥିଲା। ତାହା ହେଲା ଗ୍ରେହାଉଣ୍ଡ ରେସିଂ, ହର୍ସ ରେସିଂ ଏବଂ ସ୍ନୁକର। ସରକାରଙ୍କ କରୋନା ଭାଇରସ୍‌ ପ୍ରୋଟୋକଲ ଅନୁସାରେ ଏବଂ ବିନା ଦର୍ଶକରେ ସମସ୍ତ ପ୍ରତିଯୋଗିତା ହୋଇଥିଲା। ଶଟ୍‌ଡାଉନ୍‌ ପରେ ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରତିଯୋଗିତା ଗ୍ରେହାଉଣ୍ଡ ରେସିଂରେ ୬ଟି କୁକୁର ଭାଗ ନେଇଥିଲେ। ନ୍ୟୁକାସ୍‌ଲେ ଗସଫୋର୍ଥ ପାର୍କର ଅଲ୍‌ଓ୍ବେଦର ଟ୍ରାକ୍‌ରେ ହର୍ସ ରେସିଂ ପାଇଁ ୩୬୯ ଏଣ୍ଟ୍ରି ହୋଇଥିଲା। ଜକିମାନେ ମାସ୍କ ପରିଧାନ କରିଥିଲେ ଏବଂ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। କୋର୍ସ ମଧ୍ୟଙ୍କୁ ଅଳ୍ପକିଛି ବ୍ୟକ୍ତିଙ୍କୁ ଛଡ଼ା ଯାଇଥିଲା। ତେବେ ବୁକ୍‌ମେକର ଏବଂ ମାଲିକ ମାନଙ୍କୁ ବାହାରେ ରଖା ଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୧୭ରେ ବ୍ରିଟେନରେ ଶେଷଥରପାଇଁ ହର୍ସ ରେସିଂ ଅନୁଷ୍ଠିତ ହୋଇଥିଲା। ମିଲ୍‌ଟନ କେନ୍ସଠାରେ ଅପରାହ୍ନ ୩ଟାରେ ସ୍ନୁକର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଟପ୍‌ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳି ଜୁଡ୍‌ ଟ୍ରମ୍ପ ପ୍ରଥମ ମ୍ୟାଚରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ ୬୪ ଖେଳାଳି ଅଂଶଗ୍ରହଣ କରିଥିଲେ। ମ୍ୟାଚସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା। ପ୍ରିମିୟର ଲିଗ୍‌ ସହିତ ଜୁନ ୧୭ରେ ଇଂଲଣ୍ଡରେ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri