ଖେଳ

ନ୍ୟୁଜିଲ୍ୟାଣ୍ଡ ଆଗରେ ୩୮୯ର ବିଶାଳ ଟାର୍ଗେଟ୍‌

ଧର୍ମଶାଳା,୨୮।୧୦: ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ଜାରି ରହିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୮୮ ରନ ସଂଗ୍ରହ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ପାଇଁ ୩୮୯ ରନର ବିଜୟ ଲକ୍ଷ୍ୟ ରହିଛି।...

ଭାରତ ବିପକ୍ଷ ଟି -୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ମାଥ୍ୟୁ ୱେଡଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ସିଡ଼ନୀ,୨୮।୧୦: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ଟି -୨୦ ସିରିଜରେ ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡଙ୍କୁ ବିଶ୍ରାମ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ନେଲା ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୨୮।୧୦: ଆଜି ବିଶ୍ୱକପ ୨୭ ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ବୋଳିଂ ନିଷ୍ପତ୍ତି ନେଇଥିବା ବେଳେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ...

ପ୍ରଣତି, ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ

ଗୋଆ, ୨୮ା୧୦: ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୭ ତମ ସଂସ୍କରଣରେ ଓଡ଼ିଶା ଶୁକ୍ରବାର ୬ ପଦକ ହାସଲ କରିଛି। ଫର୍ମରେ ଥିବା ପ୍ରଣତି ନାୟକ ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଓ ଅନଇଭେନ ବାର୍‌ ଇଭେଣ୍ଟରେ ଗୋଟିଏ ଲେଖାଏଁ...

ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବଙ୍କ ମୁଣ୍ଡରେ ଆଘାତ

ଚେନ୍ନାଇ, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ମ୍ୟାଚ ଅବସରରେ ମୁଣ୍ଡରେ ଆଘାତ ପାଇଥିଲେ ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବ ହୋସେନ। ଦକ୍ଷିଣ ଆଫ୍ରିକା ରନ୍‌ ଚେଜ୍‌...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ ଟିମ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୮।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ବିଗିଡିଯାଇଛି। ତାଙ୍କ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ କ୍ରମାଗତ ଚାରିଟି ମ୍ୟାଚ ହାରିଯାଇଛନ୍ତି ଏବଂ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ମଧ୍ୟ ମଉଳିଯାଇଛି। ପାକିସ୍ତାନର ଚତୁର୍ଥ ପରାଜୟ...

ରବିବାର ଭାରତ-ଇଂଲଣ୍ଡ ମହାମୁକାବିଲା: ଅଭ୍ୟାସରେ ଶର୍ଟବଲ୍‌ ଉପରେ ରହିଥିଲା ଗିଲ୍‌ଙ୍କ ଫୋକସ

ଲକ୍ଷ୍ନୌ, ୨୮।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଆସନ୍ତା ୨୯ ତାରିଖରେ ଇଂଲଣ୍ଡକୁ ଭେଟିବ ଭାରତ। କ୍ରମାଗତ ୫ ମ୍ୟାଚ ଜିତି ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆ ପାଖାପାଖି ୧ ସପ୍ତାହ ବ୍ରେକ୍‌ ପରେ ପୁଣି ପଡ଼ିଆକୁ...

ଆଜି ହେଭିଓ୍ବେଟ ମୁକାବିଲା

ଧର୍ମଶାଳା, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଭିଓ୍ବେଟ ମୁକାବିଲା ହେବ। ପ୍ରଥମ ଦୁଇ ମ୍ୟାଚ ହାରିବାପରେ ବିଜୟରେ ହ୍ୟାଟ୍ରିକ କରିଥିବା ଅଷ୍ଟ୍ରେଲିଆ ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି।...

୨ ସ୍ବର୍ଣ୍ଣ ଜିତିବାରେ ଶୀତଲ ପ୍ରଥମ ଭାରତୀୟ ମହିଳା

ହାଙ୍ଗ୍‌ଝୋ ୨୮ା୧୦: ଏସିଆନ ପାରା ଗେମ୍ସର ଗୋଟିଏ ସଂସ୍କରଣରେ ଦୁଇ ସ୍ବର୍ଣ୍ଣ ଜିତିବାରେ ସ୍ବଳ୍ପ ବୟସ୍କା ତୀରନ୍ଦାଜ ଶିତଲ ଦେବୀ ହେଉଛନ୍ତି ପ୍ରଥମ ଭାରତୀୟ। ଶୁକ୍ରବାର ସେ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡରେରେ ସ୍ପର୍ଣ୍ଣ ଜିତିଥିବା ବେଳେ ଗୁରୁବାର ସେ କମ୍ପାଉଣ୍ଡ...

ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ଡ୍ର

ଜୋହର ବାହରୁ (ମାଲେସିଆ), ୨୮ା୧୦: ସୁଲତାନ ଜୋହର କପ୍‌ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟର ଉଦ୍‌ଘାଟନୀରେ ଗତଥରର ଚାମ୍ପିୟନ ଭାରତ ଏହାର ପାମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ ୩-୩ ଗୋଲ୍‌ରେ ଡ୍ର ରଖିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ...

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୮।୧୦(ତପନ ସ୍ବାଇଁ): କୋରିଆର ଚାଙ୍ଗଓ୍ବନଠାରେ ଚାଲିଥିବା ୧୫ଶ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସମ୍ପ୍ରତି କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶ୍ରୀୟଙ୍କା ୧୦ ମିଟର ଏୟାର ରାଇଫଲ ମହିଳା ଟିମ୍‌...

‘ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ’

ଚାଇନାର ହାଙ୍ଗ୍‌ଝୋରେ ଚାଲିଥିବା ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ ମୋଟ ୩ଟି ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ବିଶେଷକରି ଗୋଟିଏ ସଂସ୍କରଣରେ ପ୍ରଥମଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri