ଖେଳ

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ କୋଲକାତା ମଲ୍‌ବାର କ୍ରିଷ୍ଟିଆନ କଲେଜର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର...

ଫେଡ୍‌ କପ୍‌ ଟିମ୍‌ ଘୋଷିତ: ୪ବର୍ଷ ପରେ ଦଳକୁ ଫେରିଲେ ସାନିଆ

ନୂଆଦିଲ୍ଲୀ,୨୫ା୧୨ (ପି.ଟି.)-ଭାରତୀୟ ଫେଡ୍‌ କପ୍‌ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଏଥିରେ ୫ଜଣ ଖେଳାଳିଙ୍କୁ ନିଆଯାଇଛି। ଦେଶର ଟପ୍‌ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ଏଥିରେ ସ୍ଥାନ ପାଇଛନ୍ତି। ଡବଲ୍ସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ବ୍ୟବଧାନରେ ଦଳକୁ...

ପ୍ରୁତ୍ର ସନ୍ତାନ ଲାଭ କଲେ ଗୀତା- ପବନ

ନୂଆଦିଲ୍ଲୀ, ୨୪।୧୨- ଅଭିଜ୍ଞ ମହିଳା ରେସଲର ଗୀତା ଫୋଗତ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ସେ ଓ ତାଙ୍କ ସ୍ବାମୀ ରେସଲର ପବନ କୁମାର ପୁତ୍ର ସନ୍ତାନ ଲାଭ କରିଛନ୍ତି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ...

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦୀର୍ଘ ୩୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛି।...

ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ନେଇ ଆଲୋଚନା

ଲଣ୍ଡନ,୨୫।୧୨(ପି.ଟି.)- ପ୍ରସ୍ତାବିତ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଆଲୋଚନା ଚାଲିଛି। ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ଏକ ମେଜର...

ଡବଲ୍ସ ଖେଳିବେ ସେରେନା-ଓଜନିଆକି

ଅକ୍‌ଲାଣ୍ଡ, ୨୪ା୧୨ (ଏପି)-ଦୀର୍ଘ ଦିନର ବାନ୍ଧବୀ ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ପ୍ରଥମ ଥର ପାର୍ଟନର ହୋଇ ଡବଲ୍ସ ମ୍ୟାଚ ଖେଳିବେ। ଜାନୁୟାରୀ ୬ରେ ଅକ୍‌ଲାଣ୍ଡଠାରେ ଆରମ୍ଭ ହେବାକୁଥିବା ଡବ୍ଲ୍ୟୁଟିଏ ଟୁର୍‌ ଅନ୍ତର୍ଗତ ଏଏସ୍‌ବି କ୍ଲାସିକ୍‌ ଟେନିସଥ ଟୁର୍ନାମେଣ୍ଟରେ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଶନ୍ଧିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହି ଚଳିତ ବର୍ଷ ଶେଷ କରିଛନ୍ତି। କୋହଲିଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୯୨୮...

ରଣ୍‌ଜୀରେ ଫିଟ୍‌ନେସ ପ୍ରମାଣ କରିବେ ବୁମ୍‌ରା

ସୁରଟ, ୨୪।୧୨ (ପି.ଟି.)- ରଣ୍‌ଜୀ ଟ୍ରଫି ୩ୟ ପର୍ଯ୍ୟାୟର ଏକ ମୁକାବିଲାରେ ବୁଧବାର କେରଳକୁ ଭେଟିବ ଘରୋଇ ଗୁଜରାଟ। ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍‌ ଭାରତୀୟ ଦ୍ରୁତ ବୋଲର...

ଭିଭିଆନ୍‌ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି

ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍‌ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ...

ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ ଭାଷାରେ ଜିଭା କୃଷ୍ଣ ଭଜନ ଗାଉଥିବାର ଦେଖାଯାଇଛି। ଏହି ଭିଡିଓକୁ ୟୁଜର୍ସ ବେଶ୍‌...

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ ଏବେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ରହିଯାଇଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ ଏକଦିବସୀୟ...

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି। ରାଉଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ପ୍ରସିଦ୍ଧ ସୋଏବ କହିଛନ୍ତି, ବିରାଟ କୋହଲି ନିଜ ଫିଟ୍‌ନେସ୍‌ଙ୍କୁ...

ଭାରୋତ୍ତୋଳିକା ରାକ୍ଷୀ ଭାଙ୍ଗିଲେ ଦୁଇ ଜାତୀୟ ରେକର୍ଡ

ଦୋହା,୨୪।୧୨(ପି.ଟି.)- ଭାରତୀୟ ଭାରୋତ୍ତୋଳିକା ରାକ୍ଷୀ ହଳଧର ଏଠାରେ ଅନୁଷ୍ଠିତ କତାର ଅନ୍ତର୍ଜାତୀୟ କପ୍‌ ଟୁର୍ନାମେଣ୍ଟରେ ସୋମବାର ୬୪ କେଜି ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିିତିଛନ୍ତି। ଏହି ଅବସରରେ ସେ ଦୁଇ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ...

ପାକିସ୍ତାନର ସିରିଜ ବିଜୟ

କରାଚୀ, ୨୪ା୧୨ (ଏଏଫ୍‌ପି)- କରାଚୀଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୬୩ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଜିତିନେଇଛି। ସୋମବାର ଅନ୍ତିମ ତଥା...

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତମାସ ୨୫ରୁ ଏହା ଆରମ୍ଭ ହୋଇ ଜାନୁୟାରୀ...

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ ଏସ୍‌ଆର୍‌ ଚେସ୍‌ ସେଣ୍ଟରର ନିପୁନ ଆଦିତ୍ୟ ମହାନ୍ତି, ମହିଳା...

ଜାତୀୟ ଜୁନିୟର ରୋଲ୍‌ବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ରୋଲ୍‌ବଲ ଚାମ୍ପିୟନଶିପ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ ହେବ। ବାଳକ ବିଭାଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ୧୨ ଜଣିଆ...